ଯେତିକି ମାତ୍ରାରେ ମନୁଷ୍ୟ ଜୀବନଶୈଳୀ ମଡର୍ଣ୍ଣ ହେବାରେ ଲାଗିଛି । ସେହିଭଳି ଭାବେ କ୍ରିକେଟ ବି ମଡର୍ଣ୍ଣ ହୋଇ ଯାଉଛି । ଖାଦ୍ୟପେୟରେ ଆସୁଚି ବଡ ପରିବର୍ତନ । କହିବାକୁ ଗଲେ, ପୂର୍ବରୁ କ୍ରିକେଟରମାନେ ଫିଟନେସକୁ ଏତେ ଗୁରୁତ୍ୱ ଦେଉନଥିଲେ । ହେଲେ ଆଜିକାଲି ଜଣେ ଖେଳାଳୀ ଯେତେ ଭଲ ପ୍ରଦର୍ଶନ କରିଲେ ବି ଯଦି ଫିଟନେସ ନାହିଁ , ସେମାନଙ୍କୁ ଦଳରେ ସ୍ଥାନ ମିଳୁନି । ଉଦହରଣ ପାଇଁ ଆମେ କହିପାରିବା ସରଫରାଜ୍ ଖାନଙ୍କ କଥା । ଏମିତିରେ ସମସ୍ତଙ୍କ ମନରେ ଧାରଣା କିଛି ଏଭଳି ଥାଏ କି, ଯେଉଁମାନେ ମାଂସାହାରୀ ସେମାନେ ଅଧିକ ଫିଟ୍ ରହିଥାନ୍ତି । ସମସ୍ତଙ୍କର ଭାବନା କିଚି ଏମିତି । ହେଲେ ଆମେ କହିବୁ ଏମିତି ଧାରଣା ରଖିଥିବା ବ୍ୟକ୍ତି ସଂପୂର୍ଣ୍ଣ ଭାବେ ଭୁଲ୍ । ଏହି ଧାରଣାକୁ ଭାଙ୍ଗିଛନ୍ତି ଭାରତର ବିଶ୍ୱାସଯୋଗ୍ୟ ପ୍ଲେୟାର ଚେତେଶ୍ୱର ପୂଜାରା ।
ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି କି ସେ ସଂପୂର୍ଣ୍ଣଭାବେ ଶାକାହାରୀ । ଏମିତିକି ସେ ଅଣ୍ଡା ବି ଖାଆନ୍ତିନି । ପୂଜାରାଙ୍କ ପତ୍ନୀ ବି ଶାକାହାରୀ । ଏହି ଇଣ୍ଟରଭ୍ୟୁରେ ସେ ଅନ୍ୟ ଖେଳାଳୀମାନଙ୍କୁ ଭଲ ଫିଟନେସ ପାଇଁ ଶାକାହାରୀ ହେବା ଉଚିତ ବୋଲି କହିଥିଲେ ମଧ୍ୟ । ତେବେ ଏହି ଶାକାହାରୀ କାରଣ ପାଇଁ ସେ ଲମ୍ବା ସମୟ ଧରି ଭାରତୀୟ ଟିମ ସହ ଜଡିତ ହୋଇ ରହିଛନ୍ତି ବୋଲି କୁହାଯାଇପାରେ ।
ଫିଲ୍ଡିଂ ଠାରୁ ଆରମ୍ଭ କରି ବ୍ୟାଟିଂ ଯାଏଁ ସବୁଥିରେ ଧୂରନ୍ଧର ପୂଜାରା । ଫିଟନେସର ଧ୍ୟାନ ରଖିବା ସହ ସେ ବି ମାସରେ ଥରୁଟିଏ ଚିଟ୍ ମିଲ୍ କରୁଥିବା ପ୍ରକାଶ କରିଥିଲେ ।
ଏହି ପ୍ରଶ୍ନରେ ସେ କହିଥିଲେ ମାସକୁ ଥରେ ସେ ଏହି ଚିଟ୍ ମିଲ୍ କରନ୍ତି । ମିଠା ଖାଇବା ତାଙ୍କୁ ବହୁତ ପସନ୍ଦ । ହେଲେ ମିଠା ଖାଇ ମଧ୍ୟ ସେ ଫିଟନେସ ଉପରେ ପୁରାପୁରି ଧ୍ୟାନ ରଖନ୍ତି ।
ଆଜିର ମଡର୍ଣ୍ଣ ଯୁଗରେ ଲୋକେ ମିଠା ତ ଖାଆନ୍ତି, ତା ପୁଣି ଏମିତି ମିଠା, ଯାହାଦ୍ୱାରା ଫିଟନେସ ଉପରେ ବେଶି ପ୍ରଭାବ ପଡୁନଥିବ । ଏହାଉପରେ ପୂଜାରା କହିଥିଲେ କି, ତାଙ୍କ ଶାଶୂ ସୋୟାବିନ ଲଡ୍ଡୁ କରନ୍ତି । ଯାହା ମିଠା ହେବା ସହ ସ୍ୱାସ୍ଥ୍ୟ ପାଇଁ ହିତକର । ଆଉ ଏଥିରେ ପ୍ରୋଟିନ ବି ଭରପୂର ମାତ୍ରାରେ ରହିଛି । ତେବେ ଏହି ଲଡୁ ଭାରତୀୟ ଟିମର ଅନ୍ୟ ଖେଳାଳୀ ବିରାଟ, ଶିଖର ଓ ରବୀନ୍ଦ୍ର ଜାଡେଜାଙ୍କୁ ବି ପସନ୍ଦ ବୋଲି କହିଛନ୍ତି ପୂଜାରା ।
ଏହାବାଦ ସେ କ୍ରିକେଟର କେମିତି ବନିଲେ ବୋଲି ପୂଜାରାଙ୍କୁ କରାଯାଇଥିଲା ପ୍ରଶ୍ନ । ଏହାର ଉତରରେ ସେ କହିଥିଲେ, ତାଙ୍କର ଏକ ପିଲାବେଳର ଫଟୋ ଅଛି, ଯେଉଁଥିରେ ସେ କ୍ରିକେଟ ଖେଳୁଛନ୍ତି । ଏହି ଫଟୋ ଦେଖି ତାଙ୍କ ବାପା ପୂଜାରାଙ୍କୁ କ୍ରିକେଟ ଟ୍ରେନିଂ ଦେବା ପାଇଁ ନିଷ୍ପତି ନେଇଥିଲେ । ଏହାପରେ କ୍ରିକେଟଜଗତରେ ଆଗକୁ ବଢିଥିଲେ ପୂଜାରା । ତେବେ କହିରଖିବୁ ଯେ, ପୂଜାରାଙ୍କ ବାପା ଅରବିନ୍ଦ ପୂଜାରା ବି ଥିଲେ ଜଣେ ରଣଜୀ ପ୍ଲେୟାର ।

