22.9 C
Odisha
Wednesday, October 29, 2025

ବିନା କୋଚିଂରେ ପାଇଲେ IAS

ଦର୍ଶକବନ୍ଧୁ ଆଇଏଏସ ପାଇବା ଏତେ ସହଜ କଥା ନୁହେଁ । ଏଥିପାଇଁ କରିବାକୁ ପଡେ କଠିନ ପରିଶ୍ରମ । ନହେଲେ ସଫଳତା ମିଲେନି । ଏମିତି ଅନେକ ଉଦାହରଣ ରହିଛି । କିଏ କେମିତି ପ୍ରତିକୂଳ ପରିସ୍ଥିତି ଦେଇ ପାଇଛି ଆଇଏଏସ । ଆଜି ଜଣେ ଏମିତି ଆଇଏଏସ ଅଫିସର କଥା କହିବାକୁ ଯାଉଛୁ, ଯିଏ ବିନା କୋଚିଂ ରେ ଏହି ଚାକିରୀ ପାଇଛନ୍ତି । ସେ ହେଲେ ଆଇଏଏସ ଗନ୍ଧର୍ବ ଠାକୁର । ଦିଲ୍ଲୀରେ ରହି ସେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରଥମରୁ ଓଲ୍ଡ ରାଜିନ୍ଦର ନଗରରେ ଥିବା ସବୁ ବୁକ ଷ୍ଟୋର ସେ ବୁଲିଥିଲେ । ଜରୁରୀ ନୋଟସ ଆଉ ବହି ଗୁଡିକୁ ସଂଗ୍ରହ କରିଥିଲେ । ଏହାପରେ ପ୍ରତ୍ୟେକ ବିଷୟର ସିଲାବସ ଓ ଷ୍ଟଡି ମାଟେରିଆଲକୁ ନେଇ ନିଜ ଭିତରେ ଆଣିଥିଲେ ଏକ ଆଇଡିଆ । ଏହାପରେ ହିଁ ଆରମ୍ଭ କରିଥିଲେ ପ୍ରସ୍ତୁତି । ପ୍ରସ୍ତୁତି ମଧ୍ୟରେ ସେ ବନ୍ଧୁମାନଙ୍କ ସାହାଯ୍ୟ ବି ନେଇଥିବା କୁହନ୍ତି ।
ସେଲଫ ଷ୍ଟଡି ମାଧ୍ୟମରେ ୟୁପିଏସସି କ୍ରାକ୍ କରିବା ପାଇଁ ସବୁଠୁ ବଡ ଚ୍ୟାଲେଂଜ ହେଲା ସିଲାବସକୁ ବୁଝିବା । ଏଥିପାଇଁ ସର୍ବପ୍ରଥମେ ସିଲାବସକୁ ବୁଝିବା ଦରକାର । ଆରମ୍ଭରୁ ସମସ୍ତଙ୍କୁ ଏହି ସିଲାବସ ବହୁତ ବଡ ଲାଗିବ । ହେଲେ ଏହାକୁ ଛୋଟ ଛୋଟ ଭାଗରେ ବାଣ୍ଟିଦେଲେ ସହଜରେ ଏହାକୁ ସଂପୂର୍ଣ୍ଣ କରାଯାଇପାରେ ବୋଲି ସେ କୁହନ୍ତି ।
ତେବେ ଆରମ୍ଭରୁ ସମସ୍ତଙ୍କୁ ମେନ୍ସ ପରୀକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିବା ଦରକାର । ତେବେ ଗନ୍ଧର୍ବ ନିଜେ ୯୦ ପ୍ରତିଶତ ସମୟ ମେନ୍ସ ପ୍ରସ୍ତୁତି ପାଇଁ ଲଗାଉଥିଲେ । ଯେଉଁଥିରେ ଅଧା ସମୟ ଦେଉଥିଲେ ଅପ୍ସନାଲ ପେପରକୁ । ତେବେ ଅପସନାଲ ପେପର ଏମିତି ଏକ ବିଷୟ, ଯାହା ପରୀକ୍ଷାର୍ଥୀଙ୍କୁ ସିଭିଲ ସର୍ଭିସ ପରୀକ୍ଷାରେ ପାସ କରାଇବାରେ ନେଇଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଏହାବ୍ୟତୀତ ପରୀକ୍ଷାର୍ଥୀଙ୍କୁ ନିଜର କମ୍ୟୁନିକେସନ ସ୍କିଲ ଉପରେ ବି କାମ କରିବା ଦରକାର । ଗନ୍ଧର୍ବ ପ୍ରଥମେ ମେନ୍ସ ପରୀକ୍ଷା ପରେ ଅପସନାଲ ପେପର ଓ ଶେଷରେ ପ୍ରିଲିମସ ପାଇଁ ପ୍ରସ୍ତୁତି କରିଥିଲେ ।
ମେନ୍ସ ପରୀକ୍ଷା ହେବାର ୫ ମାସ ପୂର୍ବରୁ ସେ ଆନସର ରାଇଟିଂ ଅଭ୍ୟାସ କରିଥିଲେ । ପ୍ରତିଦିନି ସେ ଲେଖୁଥିଲେ ୫ରୁ ୭ଟି ପ୍ରଶ୍ନର ଉତର । ଏଥିପାଇଁ ସେ ନେଉଥିଲେ ଗୋଟିଏ ଘଣ୍ଟାର ସମୟ । ତେବେ ସବୁ ପରୀକ୍ଷାର୍ଥୀଙ୍କୁ ନିହାତି ଭାବେ ଗୋଟିଏ ହବି ଅନୁସରଣ କରିବା ଉଚିତ । ତେବେ କହିରଖିବୁ ଯେ, ଆଇଏଏସ ଗନ୍ଧର୍ବ ରାଠୋରଙ୍କୁ ମିଳିଥିଲା ପଶ୍ଚିମବଙ୍ଗ କ୍ୟାଡର । ଆବେଦନ ପରେ ଭାରତ ସରକାର ମ୍ୟାରେଜ ଗ୍ରାଉଣ୍ଡରେ ତାଙ୍କର ଟ୍ରାନ୍ସଫର ଇଣ୍ଟର କ୍ୟାଡର ହିମାଚଳ ପ୍ରଦେଶ କରି ଦେଇଥିଲେ । ଏହିଭଳି ଭାବେ ଏବେ ସେ ହିମାଚଳ କ୍ୟାଡରର ଆଇଏଏସ ଅଛନ୍ତି । ୨୦୧୬ ବ୍ୟାଚର ଆଇଏଏସ ଅନୁରାଗ ଚନ୍ଦରକୁ ସେ କରିଛନ୍ତି ବିବାହ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ