ଦିଲ୍ଲୀର ଅନେକ ଅଂଚଳ ଏବେ ଜଳମଗ୍ନ ହୋଇ ରହିଛି । ଆଉ ଜଳସ୍ତର ରହିଛି ୪୯୯.୯୭ ଫୁଟ । ୪୫ ବର୍ଷରେ ପ୍ରତାହାମଠାରେ ପାଇଁ ଏତେ ମାତ୍ରାରେ ବଢିଯାଇଛି ଜଳସ୍ତର । ଦିଲ୍ଲୀରେ ଲଗାଣ ବର୍ଷା ସହ ହରିଆଣାରୁ ଜଳ ଆସିବା ଫଳରେ ଯମୁନା ନଦୀର ଜଳସ୍ତର କମିବାର ନାଁ ଧରୁନି । ତାଜମହଳକୁ ଲାଗିଥିବା ବଗିଚା ଭିତରକୁ ଯମୁନା ନଦୀର ଜଳ ପଶିଆସିଛି । ଏହାପୂର୍ବରୁ ୧୯୭୮ ମସିହାରେ ତାଜମହଲର କାନ୍ଥକୁ ଯମୁନା ନଦୀର ଜଳସ୍ତର ଛୁଇଁଥିଲା ।
ତେବେ ଯମୁନା ନଦୀର ଜଳସ୍ତର ବଢିବା ଦେଖି ଆଲର୍ଟ ହୋଇପଡିଛି ପ୍ରଶାସନ । ତାଜମହଲ ର ଆଖପାଖରେ ବି ପାଣି ଭାରି ହୋଇ ରହିଛି । ୨୦୧୦ରେ ଏବଂ ୧୯୭୮ରେ ଯମୁନା ପାଣି ତାଜମହଲ ପାଚେରୀକୁ ଛୁଇଁଥିଲା । ହେଲେ ଏବର୍ଷ କିନ୍ତୁ ତାଜମହଲ ଯାଏଁ ପହଂଚି ଯାଇଛି । ହେଲେ ସ୍ମାରକକୁ କୌଣସି ପ୍ରକାରର କ୍ଷତି ହୋଇନାହିଁ ।
ସେପଟେ ତାଜମହଲକୁ ଆସିଥିବା ପର୍ୟ୍ୟଟକ ଏହାର ସୌନ୍ଦର୍ୟ୍ୟ ଉପଭୋଗ କରିବା ସହ ଯମୁନା ନଦୀର ବଢି ଜଳକୁ ବି ଉପଭୋଗ କରୁଛନ୍ତି । ଯମୁନା ନଦୀର ଜଳସ୍ତର ଯେମିତି ସମୟକୁ ସମୟ ବଢୁଛି ସେନେଇ ଭୟଭୀତ ହୋଇ ଉଠିଛନ୍ତି ନଇକୂଳିଆ ଲୋକେ । ଗତ କାଲି ଠାରୁ ଆଜି ଯମୁନା ନଦୀର ଜଳସ୍ତର ୫ଫୁଟ ବଢିଥିବାରୁ ଉପକୂଳିଆ ଲୋକେ ଆତଙ୍କିତ ହୋଇ ଅବସ୍ଥାରେ ରହିଛନ୍ତି ।
ଏହାକୁ ବାଦ ଦେଲେ ଦିଲ୍ଲୀରେ ବନ୍ୟା ସ୍ଥିତିରେ ସୁଧାର ଆସିବା ପରେ ବି ଲୋକେ ଅଶ୍ୱସ୍ଥ ଅନୁଭବ କରୁନାହାନ୍ତି । କାରଣ ପ୍ରବଳ ବର୍ଷରେ ଅନେକ କ୍ଷୟ କ୍ଷତି ହୋଇଛି । ଅନେକ ଘରଦ୍ୱାର ସହ ପ୍ରାଣହାନୀ ମଧ୍ୟ ଘଟିଛି । ଯମୁନା ନଦୀର ଜଳସ୍ତର ୫ ଫୁଟ ବଢିବା ପରେ ପୁଣି ଦେଖାଦେଇଛି ବନ୍ୟା ଆଶଙ୍କା । ଅନେକ ସ୍ଥାନରେ ବନ୍ୟାଜଳ ନିସ୍କାସିତ ହୋଇଥିବା ବେଳେ ଜଳସ୍ତର ବଢିବା ପୁଣି ଲୋକଙ୍କ ଚିନ୍ତା ବଢାଇଛି । ଯେଉଁ ଲୋକଙ୍କୁ ବନ୍ୟା ଆଶ୍ରୟ ଘରେ ରଖାଯାଇଛି, ସେମାନଙ୍କୁ ନିଜ ଘରକୁ ଛଡାଯାଇନି । ବନ୍ୟା ଆଶ୍ରୟ ସ୍ଥଳରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଯାଉଛି ।

