35.4 C
Odisha
Saturday, March 7, 2026

ଦେଶର ସବୁଠୁ ଖରାପ୍ ରାଷ୍ଟ୍ରପତି

ଦର୍ଶକ ବନ୍ଧୁ ଭାରତର ରାଷ୍ଟ୍ରପତି ହେବା ଏକ ସମ୍ମାନୀୟ ଓ ଗୌରବମୟ ପଦ। ଭାରତର ଏହା ସର୍ବୋଚ୍ଚ ପଦ ମଧ୍ୟ । ଏଥିପାଇଁ ଯିଏ ଏହି ପଦରେ ବସେ, ତାଙ୍କର ଏହା କର୍ତ୍ତବ୍ୟ ଯେ, ଏହାର ଗରିମା ବଜାୟ ରଖିବା । ହେଲେ ଅନେକ ଥର ଏମିତି ହୁଏ କି, ଅକୁଶଳ ବ୍ୟକ୍ତି କୌଣସି ପଦର ଗରିମା ନିଜ କାର‌୍ୟ୍ୟ ପାଇଁ ତଳେ ପକାଇ ଦିଅନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିତ୍ୱ ବିଷୟରେ କହିବୁ, ଯିଏ ଭାରତର ସର୍ବୋଚ୍ଚ ପଦରେ ରହି ବି ଏହି ପଦର ଗରିମା ରଖି ପାରିନାହାନ୍ତି ।
ପ୍ରତିଭା ଦେବୀ ସିଂ ପାଟିଲ ୨୦୦୭ରେ ଭାରତର ହୋଇଥିଲେ ୧୨ତମ ରାଷ୍ଟ୍ରପତି । ଏମିତିକି ସେ ଥିଲେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି । ଏହାପୂର୍ବରୁ ସେ ରାଜସ୍ଥାନର ପ୍ରଥମ ମହିଳା ରାଜ୍ୟପାଳ ୨୦୦୪ରୁ ୨୦୦୭ ଯାଏଁ ବି ଥିଲେ । ତେବେ ଖାସ୍ କଥା ହେଲା କି, ରାଷ୍ଟ୍ରପତି ପଦରେ ଥାଇ ସେ କିଛି ଏମିତି କାମ କରିଥିଲେ, ଯାହାକୁ ନେଇ ଖୁବ୍ ଆଲୋଚନା ହୋଇଥିଲା । ନିଜ କାର‌୍ୟ୍ୟକାଳ ଭିତରେ ପ୍ରତିଭା ଦେବୀ ସିଂ ପାଟିଲ ୩୫ ଜଣ ଅପରାଧୀଙ୍କ ମୃତ୍ୟୁକୁ କ୍ଷମା ଦେଇଥିଲେ । ଯେଉଁମାନେ କୌଣସି ସାମାନ୍ୟ କଏଦୀ ନଥିଲେ । ସେମାନେ ଏମିତି ଅପରାଧୀ ଥିଲେ ଯାହାଙ୍କ ଉପରେ ଅନେକ ଦୁଷ୍କର୍ମ ଓ ହତ୍ୟା ଭଳି ଥିଲା ସଙ୍ଗୀନ ଅଭିଯୋଗ । ସମସ୍ତ ନ୍ୟାୟାଳୟ , ହାଇକୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମ କୋର୍ଟ ବି ସେମାନଙ୍କୁ ମୃତ୍ୟୁର ସଜା ଶୁଣାଇଥିଲେ ।

ତେବେ ରାଷ୍ଟ୍ରପତିଙ୍କ ଶାସନ କାଳ ଶେଷ ହେବା ପରେ ରାଷ୍ଟ୍ରପତିଙ୍କୁ ରହିବା ପାଇଁ ଦିଲ୍ଲୀରେ ବଙ୍ଗଳା ଦିଆଯାଏ । ହେଲେ ପ୍ରତିଭା ଦେବୀ ସମସ୍ତ ରାଷ୍ଟ୍ରପତି ନିୟମ ଭଙ୍ଗ କରି ନିଜ ସହର ପୁନେରେ ଘର ନେବା ପାଇଁ ନିଷ୍ପତି ନେଇଥିଲେ । ଯେଉଁଥିପାଇଁ ରାଜ୍ୟ ସରକାରଙ୍କୁ ତାଙ୍କ ପାଇଁ ୨ ଲକ୍ଷ ୬୦ ହଜାର ସ୍କୋୟାର ଫୁଟ୍ ର ସରକାରୀ ଜାଗା ଦେବାକୁ ବାଧ୍ୟ କରାଯାଇଥିଲା । ଆଉ ପରେ ସେଠାରେ ପ୍ରତିଭା ଦେବୀଙ୍କ ପାଇଁ ନିର୍ମାଣ କରାଯାଇଥିଲା ରାଜ ଉଆସ ପରି ବଙ୍ଗଳା । ତେବେ କହିରଖିବୁ, ସେ ଜାଗା ଥିଲା ସେନାରେ ସହିଦ୍ ହୋଇଥିବା ଯବାନଙ୍କ ବିଧବା ପତ୍ନିମାନଙ୍କ ପାଇଁ ।
ଆଉ ଏକ କଥା ମଧ୍ୟ ଥିଲା ବେଶ ଚର୍ଚ୍ଚାରେ । ତାହା ହେଲା ଆଜି ଯାଏଁ କେହି ବି ରାଷ୍ଟ୍ରପତି ପଦରେ ଥାଇ ନିଜ ଦରମା ନିଜେ ବଢାଇ ନାହାନ୍ତି । ହେଲେ ପ୍ରତିଭା ଦେବୀ, ରାଷ୍ଟ୍ରପତି ପଦରେ ରହି ନିଜ ଦରମାରେ ୩୦୦ ପ୍ରତିଶତ ବୃଦ୍ଧି ନିଜେ କରିଥିଲେ ।

ଆହୁରି ଜାଣି ମଧ୍ୟ ଆପଣ ଚକିତ ହେବେ କି ରାଷ୍ଟ୍ରପତି ଭବନରେ ଥିବା ଜିନିଷ ସେ ନିଜ ଘରକୁ ମଧ୍ୟ ନେଇଯାଇଥିଲେ । ଆପଣ ଜାଣିଥିବେ ଯିଏ ରାଷ୍ଟ୍ରପତି ପଦରେ ଥିବ, ତାଙ୍କୁ ଦେଶ ବିଦେଶ ରୁ ଅନେକ ବହୁମୂଲ୍ୟ ଉପହାର ମିଳିଥାଏ । ଯାହାକୁ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଭବନରେ ହିଁ ରଖାଯାଏ ଏକ ସ୍ମୃତି ହିସାବ ରେ । ମାତ୍ର ପ୍ରତିଭା ଦେବୀ ସିଂ ପାଟିଲ ସମସ୍ତ ଉପହାର ନିଜ କାର‌୍ୟ୍ୟକାଳ ସମାପ୍ତ ହେବା ପରେ ପୁନେ ସ୍ଥିତ ନିଜ ଘରକୁ ନେଇ ଯାଇଥିଲେ । ଯାହା ମଧ୍ୟରେ ଅନେକ ଐତିହାସିକ ମହତ୍ତ୍ଵ ଜିନିଷ ରହିଥିଲା । ତାଙ୍କର ଏମିତି ହରକତ ପରେ ସରକାର ରାଷ୍ଟ୍ରପତି ଭବନରେ ଏକ ମ୍ୟୁଜିଅମ୍ ନିର୍ମାଣ କରିବାକୁ ନିଷ୍ପତି ନେଇଥିଲେ । ଯାହାଦ୍ଵାରା କୌଣସି ରାଷ୍ଟ୍ରପତି ଐତିହାସିକ ମହତ୍ତ୍ଵ ଜିନିଷ ନିଜ ଘରକୁ ନେଇ ପାରିବେନି । ଅନେକ ଚର୍ଚ୍ଚା ସମାଲୋଚନା ହେବା ପରେ ଅବଶ୍ୟ ସେ କିଛି ଜିନିଷ ଫେରାଇଥିଲେ । ଏ ସବୁ ସେତେବେଳେ ହୋଇଥିଲା, ଯେତେବେଳେ ଗଣମାଧ୍ୟମରେ ଏହାକୁ ନେଇ ଖବର ଜୋର୍ ଧରିଥିଲା ।
ତେବେ ଏତିକିରେ ସରିନି ପ୍ରତିଭା ଦେବୀଙ୍କ କାରନାମା । ବିଦେଶ ବୁଲିବାକୁ ବହୁତ୍ ପସନ୍ଦ କରନ୍ତି ଏହି ପୂର୍ବତନ ରାଷ୍ଟ୍ରପତି ଜଣଙ୍କ । ନିଜ କାର‌୍ୟ୍ୟକାଳ ଭିତରେ ସେ ୨୨ ଟି ଦେଶ ଯାତ୍ରା କରିଥିଲେ । ଆଉ କିଛି ଯାତ୍ରାକୁ ସେ ଜାଣିଶୁଣି ଲମ୍ବା ରଖିଥିଲେ, ଯାହାଦ୍ଵାରା ସେ ବିଦେଶ ଯାତ୍ରାର ଭରପୁର ମଜା ନେଇପାରିବେ । ଏମିତିକି ସେ କେତେବେଳେ ଏକାକୀ ଯାତ୍ରା କରନ୍ତିନି । ପୁରା ପରିବାର ଓ ସମ୍ପର୍କୀୟଙ୍କ ସହ ବିଦେଶ ଯାତ୍ରାରେ ଯାଉଥିଲେ । ତାଙ୍କର ଏହି ସଉକ ପାଇଁ ଦେଶର ୨୦୫ କୋଟି ଖର୍ଚ୍ଚ ଆସିଥିଲା ।

ସବୁଠୁ ଖରାପ୍ କଥା ଏହା ଥିଲା କି , ଡକ୍ଟର ଏ ପି ଜେ ଅବଦୁଲ କଲାମ ପୁଣି ଥରେ ଦେଶର ରାଷ୍ଟ୍ରପତି ହେବାକୁ ଚାହୁଁଥିଲେ । ହେଲେ ପ୍ରତିଭା ଦେବୀ ସିଂ ପାଟିଲଙ୍କ ସୋନିଆ ଗାନ୍ଧୀଙ୍କ ସହ ପ୍ରିୟତା ପାଇଁ କଲାମଙ୍କୁ ପୁଣି ଥରେ ରାଷ୍ଟ୍ରପତି ହେବାର ମଉକା ମିଳିନଥିଲା ।
କହିବାକୁ ଗଲେ, ପ୍ରତିଭା ଦେବୀଙ୍କ ଉପରେ ଆହୁରି ଅନେକ ଅଭିଯୋଗ ମଧ୍ୟ ଥିଲା । ହେଲେ ସେ ଏହି ପଦରେ ଥିବାରୁ ସେସବୁ କିଛି ସାମ୍ନାକୁ ଆସିପାରିନଥିଲା ।
ଏହାବାଦ୍ ଆମେ ଯଦି ଭାରତର ସବୁଠୁ ଖରାପ୍ ଉପରାଷ୍ଟ୍ରପତିଙ୍କ କଥା କହିବା, ତେବେ ସେ ହେଲେ ହମିଦ୍ ଅଂସାରି । ଯିଏ ଉପରାଷ୍ଟ୍ରପତି ପଦରେ ରହି ଦେଶର ଗୁଇନ୍ଦା ତଥ୍ୟ ପାକିସ୍ତାନକୁ ଦେଇଥିଲେ । ଏହାର ଯାଞ୍ଚ ଏବେ ବି ଚାଲିଥିବା କୁହାଯାଏ ।

ତେବେ ଦର୍ଶକ ବନ୍ଧୁ , ରାଷ୍ଟ୍ରପତି ପଦରେ ଥାଇ ଏମିତି କାର‌୍ୟ୍ୟକଳାପ କରିବା, ପଦର ଦୁରୁପଯୋଗ କରିବା ଠିକ୍ ନା ଭୁଲ୍ , ନିଜ ମତାମତ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ