22.9 C
Odisha
Wednesday, October 29, 2025

ରେଳ ଟ୍ରାକ୍ ଉପରେ ବେହୋସ୍ ହୋଇଗଲେ ମହିଳା ତା ପରେ..

ରେଲେଓ ଟ୍ରାକ ଉପରେ ମହିଳା । ଶୋଇଛନ୍ତି ନା ଆଉ କଣ କରୁଛନ୍ତି । ହଠାତ ଦେଖିବା ପରେ ଆପଣ କିଛି ବି ଭାବିପାରୁନଥିବେ । କଣ ଥାଇପାରେ ଏଭଳି ଦୃଶ୍ୟ ପଛରେ କାରଣ । ହଠାତ୍ ଦେଖିଲେ ସେମିତି କିଛି ଭାବନା ମନକୁ ଆନ୍ଦୋଳିତ କରୁଛି । ହେଲେ ବାସ୍ତବରେ ସେମିତି କିଛି ଘଟିନି । କଶଗଂଜ ଜିଲ୍ଲାର ସହାବର ଗେଟ କ୍ରସିଂ ନିକଟ ଟ୍ରାକ୍ ଉପରେ ବେହୋସ ହୋଇ ସେ ପଡି ଯାଇଛନ୍ତି । ଏହାପରେ ତାଙ୍କ ଉପରେ ଟ୍ରାକ ଦେଇ ଗତି କରିଥିଲା ମାଲବାହୀ ଟ୍ରେନ । ଏହି ଦୃଶ୍ୟ ଦେଖିବା ପରେ ସମସ୍ତେ ଚକିତ ହୋଇପଡିଥିଲେ । ମାଲବାହୀ ଟ୍ରେନ ଯିବା ପରେ ନିକଟରେ ତିବା ଲୋକେ ମହିଳାଙ୍କୁ ଟ୍ରାକରୁ ଉଠାଇଥିଲେ । ଜିଆରପି ଅନୁସାରେ, ମହିଳା ଜମଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଘରକୁ ପଠାଯାଇଛି । ହେଲେ ଏହି ଭିଡିଓ ଏବେ ଦୃତମାତ୍ରାରେ ଭାଇରାଲ ହେବାରେ ଲାଗିଛି । ରବିବାର ଦ୍ୱିପ୍ରହର ବେଳେ ସହରର ମୋହଲ୍ଲା ଆର୍ଯ୍ୟ ନଗରରେ ରହୁଥିବା ୪୦ ବର୍ଷୀୟା ହରିପ୍ୟାରୀ ଔଷଧ ନେବା ପାଇଁ ବାହାରକୁ ଯାଇଥିଲେ । ଯେଉଁ ସମୟରେ ସେ ସହାବର ଗେଟ୍ କ୍ରସିଂ ଦେଇ ଯାଉତିଲେ ଅଚାନକ ଭାବେ ବେହୋସ ହୋଇ ଟ୍ରାକ ଉପରେ ପଡି ଯାଇଥିଲେ । ଆଉ ସେତିକି ବେଳେ ଟ୍ରାକ୍ ଉପରେ ମାଲଗାଡୀ ଅତିକ୍ରମ କରିଥିଲା । ଏହାପରେ ଟ୍‌କା ତଳେ ମହିଳାଙ୍କୁ ଦେଖି ଲୋକେ ତାଙ୍କୁ ନ ହଲି, ସେମିତି ଶୋଇ ରହିବାକୁ ପରାମର୍ଶ ଦେଲେ । ପରେ ମାଲଗାଡି ଯିବା ପରେ ତାଙ୍କୁ ସେଠୁ ଉଦ୍ଧାର କରାଯାଇଥିଲା । ତେବେ ଖାସ କଥା ହେଉଛି କି, ତାଙ୍କର କିଛି ବି ଅସୁବିଧା ହୋଇନାହିଁ । ସେ ସଂପୂର୍ଣ୍ଣ ଭାବେ ଭଲ ଅଛନ୍ତି । ପରେ ଏହି ଖବର ପହଂଚିଥିଲା ଜିଆରପି ନିକଟରେ । ପୁଲିସ ମହିଳାଙ୍କ ପରିବାର ଲୋକଙ୍କୁ ଡକାଇ ତାଙ୍କୁ ହସ୍ତାନ୍ତର କରିଥିଲା । ପରେ ପରିଜନ ଲୋକେ ତାଙ୍କୁ ନେଇ ହସ୍ପିଟାଲ ଯାଇଥିଲେ । ତେବେ ପରିବାର ଲୋକେ କହିଛନ୍ତି କି, ମହିଳା ଜଣକ ମାନସିକ ଭାବେ ରୋଗାଗ୍ରସ୍ତ । ଘରେ ନ କହି ସେ ମେଡିସିନ ନେବାକୁ ଚାଲି ଯାଇଥିଲେ ।
ସେପଟେ ଏ ଘଟଣାର ସମସ୍ତ ଦୃଶ୍ୟ ମୋବାଇଲ ରେକର୍ଡ କରାଯାଇ ଭାଇରାଲ କରାଯାଇଚି । ଯାହାକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ୟୁଜର । ମହିଳାଙ୍କ ଉପରେ ଇଶ୍ୱରଙ୍କ ହାତ ଅଛି ବୋଲି କିଏ କହୁଛି । ନହେଲେ ବାସ୍ତବରେ ତ ଦେଖିବାକୁ ଗଲେ, ଯଦି ମହିଳା ଜଣକ ଅସାବଧାନତା ହୋଇଥାନ୍ତେ, ତେବେ କିଛି ବି ଘଟିପାରିଥାନ୍ତା । ତାଙ୍କର ଏହା ସୌଭାଗ୍ୟ ଏକ ବଡ ଅଘଟଣରୁ ସେ ବର୍ତିଗଲେ ।
ତେବେ ଦର୍ଶକବନ୍ଧୁ ଏ ଭିଡିଓ ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ