24 C
Odisha
Wednesday, October 29, 2025

କାହିଁକି ଜେସିବିର ରଙ୍ଗ ହଳଦିଆ ?

ଆପଣ କେଉଁଠି ନା କେଉଁଠି ରାସ୍ତା କାମ ହେଉଥିବା ଦେଖିଥିବେ । ରାସ୍ତା କାମରେ ଟ୍ରାକ୍ଟର ରୋଲର ଭଳି ଗାଡି ବ୍ୟବହାର ହୁଏ । ବେଳେ ବେଳେ ଆବଶ୍ୟକ ହୋଇତାଏ ଜେଡିବି । ଯାହା ବଡ ବଡ ପଥରକୁ ବାହାର କରିଥାଏ । ଏପରିକି ଅଧିକ ମାଟିକୁ ଆରାମରେ ବାହାର କରିଦିଏ ଜେସିବି । କହିବାକୁ ଗଲେ ରାସ୍ତାସହ  ଅନ୍ୟ କାମ ସହଜ କରେ ଜେସିବି । ମାଟି ଖୋଳାଠୁ ପଥର ଉଠାଇବା ଯାଏଁ, ସବୁ କାମରେ ଜେସିବି ମାହିର । ତେବେ କେବେ ଭାବିଛନ୍ତି କାହିଁକି ଜେସିବିର ରଙ୍ଗ ହଳଦିଆ ? ଯଦି ଜାଣି ନାହାନ୍ତି ତେବେ ଶୁଣନ୍ତୁ, ଆମେ କହିବୁ ତାହାର କାରଣ ।

ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆଗରୁ ଅଲଗା ରଙ୍ଗର ଥିଲା ଜେସିବି । ପୂର୍ବରୁ ଏହାର ରଙ୍କ ହଳଦିଆ ନଥିଲା । ବରଂ ଏହାର ରଙ୍ଗ ଥିଲା ଲାଲ ଏବଂ ଧଳା । ସେତେବେଳେ ବି ଜୋରସୋରେ ବିକ୍ରି ହେଉଥିଲା ଏହି ରଙ୍ଗର ମେସିନ୍ । ଆଉ ବଢିଥିଲା ଚାହିଦା । ଏହା ଦେଖି କମ୍ପାନୀ ଏହାକୁ ଆହୁରି ପପୁଲାର କରିବାକୁ ଚେଷ୍ଟା କରିଥିଲା । ଯେଉଁଥି ପାଇଁ ବିଭିନ୍ନ ପରୀକ୍ଷା ନିରିକ୍ଷା ଆରମ୍ଭ ହୋଇତିଲା । ଶେଷରେ ଏକ ବଡ ପଦକ୍ଷେପ ନେଇଥିଲା ଇଂଲଣ୍ଡର ଏହି କମ୍ପାନୀ ।

ଶେଷରେ ଜେସିବିର ରଙ୍ଗ ପରିବର୍ତ୍ତନ କରି ହଳଦିଆ କରିଥିଲା କମ୍ପାନୀ । ଭାବି ଚିନ୍ତି ନିଆଯାଇଥିଲା ଏପରି ନିଷ୍ପତି । କାରଣ ଦିନରେ ଦୂରରୁ ନଜର ଅସୁନଥିଲା ଜେସିବି । ଧଳା ଏବଂ ନାଲି ଥିବାରୁ ଦୂରରୁ ଏହା ଟ୍ରାକ୍ଟରର ଭ୍ରମ ସୃଷ୍ଟି କରୁଥିଲା । ରାତିରେ ମଧ୍ୟ ଏହା ଜଣା ପଡୁନଥିଲା । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିଲା । ଏହାସହ ଅନ୍ୟ ଅସୁବିଧା ସାମ୍ନାକୁ ଆସିଥିଲା ।

ତେବେ ହଳଦିଆ ରଙ୍ଗ ହେଲା ପରେ ଜେସିବି ପାଇତିଲା ନୂଆ ରୂପ । କାରଣ ହଳଦିଆ ରଙ୍ଗ ଅନ୍ୟ ରଙ୍ଗ ତୁଳନାରେ ଅଧିକ ପ୍ରତିଫଳିତ ହୁଏ । ଶୀଘ୍ର ଆଖିକୁ ଦୃଶ୍ୟମାନ ହୁଏ । ଦୂରରୁ ମଧ୍ୟ ଏହାକୁ ଦେଖିହୁଏ । ତେଣୁ କମ୍ପାନୀ ଲାଲ ଆଉ ଧଳା ବଦଳରେ ବାଛିଥିଲା ହଳଦିଆ ରଙ୍ଗ।  ତେବେ ନୂଆ ଷ୍ଟ୍ରାଟେଜି କରିଥିଲା କ୍ଲିକ । ବଢିଥିଲା ଜେସିବି ବିକ୍ରି । ପୂର୍ବ ତୁଳନାରେ ଶହେ ଗୁଣରୁ ଅଧିକ ସଂଖ୍ୟାରେ ଏହି ମେସିନ୍ ବିକ୍ରି କରାଯାଇଥିଲା । ପୂର୍ବରୁ ଦେଖା ଦେଉଥିବା ସବୁ ସମସ୍ୟା ଦୂର ହୋଇଯାଇଥିଲା ।  ଭିଓ-୫- କାରଣ ହଳଦିଆ ରଙ୍ଗ ହି ଥିଲା ଏ ସବୁ ସମସ୍ୟାର ସମାଧାନ । ନୂଆ ରଙ୍ଗ ପରେ ଅଧିକ ଆକର୍ଷଣୀୟ ଦିଶିଲା ଜେସିବି । ଆଉ ବଢିଯାଇଥିଲେ ଗ୍ରାହକ । ବିକ୍ରି ମଧ୍ୟ ବଢିଥିଲା । ଏବଂ କମିଥିଲା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ସେବେଠୁ ଆଜି ଯାଏଁ ହଳଦିଆ ରଙ୍ଗରେ ବିକ୍ରି ହେଉଚି ଏହି ମେସିନ୍ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ