32.3 C
Odisha
Saturday, March 7, 2026

IPL ପରେ ଏବେ IVPL ତଡକା

ଆଇପିଏଲ ପରେ ଭାରତରେ ଏବେ ପାଳି ପଡିଛି ଆଇଭିପିଏଲ ୨୦୨୩ର । ଆଇଭିପିଏଲ ଅର୍ଥାତ ଇଣ୍ଡିଆନ ଭେଟେରାନ ପ୍ରିମିୟର ଲିଗ । ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ଏହି ଲିଗ ଯୁବ ଖେଳାଳୀଙ୍କ ପାଉଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବାକୁ ଯାଉଛି । ତେବେ ଏହି ଲିଗର ସବୁଠୁ ଖାସ କଥା ହେଲା ଯେ, ଏଥିରେ ବିଶ୍ୱର ସେହି ଷ୍ଟାର କ୍ରିକେଟର ଖେଳିବେ, ଯେଉଁମାନେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି ଏବଂ ଯାହାଙ୍କ ବୟସ ୩୫ରୁ ବି ଅଧିକ । ଏଥିରେ ରହିବେ ୬ଟି ଟିମ ଏବଂ ଖେଳାଯିବ ୧୮ଟି ମ୍ୟାଚ୍ ।
ତେବେ ଏହି ଲିଗରେ କ୍ରିସେ ଗେଲ, ଲାନ୍ସ କ୍ଲୁଜନର, ସୁରେଶ ରୈନା, ଭିରେନ୍ଦ୍ର ସେହବାଗ, ସନଥ ଜୟସୂର୍ଯ୍ୟା, ରୋଜ ଟେଲରଙ୍କ ଭଳି ଖେଳାଳୀ ଭାଗ ନେବେ । ମାତ୍ର ଖାସ କଥା ହେଉଛି, ଏହି ଲିଗରେ ଅନେକ ଯୁବ ଖେଳାଳୀଙ୍କୁ ବି ଖେଳିବାର ମଉକା ମିଳିବ, ଆଇପିଏଲ ଭଳି । ଆଇପିଏଲ ଯେଉଁଭଳି ଭାବେ ବିଶ୍ୱର ଅନେର ୟଙ୍ଗ୍ ପ୍ଲେୟାରଙ୍କୁ ସୁଯୋଗ ଦେିଛି, ଏହି ଲିଗ ମଧ୍ୟ ସାମନ ଭାବେ ସେହି ଯୁବ ଖେଳାଳୀଙ୍କୁ ସୁଯୋଗ ଦେବ, ଯାହାଙ୍କୁ ନିଦ ଦକ୍ଷତା ଦେଖାଇବା ପାଇଁ ବଡ ମଂଚ ମିଲିନାହିଁ ।
ଆଇଭିପିଏଲରେ ମୋଟ ୬ଟି ଫ୍ରାଂଚାଇଜି ଟିମ ରହିବେ । ଦିଲୀ ଓାରିଅର୍ସ, ଭିଭିଆଇପି ଗାଜିଆବାଦ, ରାଜସ୍ଥାନ ଲିଜେଣ୍ଡସ, ତେଲେଙ୍ଗାନା ଟାଇଗର୍ସ ଓ ଛତିଶଗଡ ସଲତାନ । ଲିଗରେ ମୋଟ ୧୮ଟି ମ୍ୟାଚ ଖେଳାଯିବ ଏବଂ ଏ ସମସ୍ତ ମ୍ୟାଚ ୧୭-୨୮ ନଭେମ୍ବର ଭିତରେ ଡେହେରାଡନରେ ହେବ ବୋଲି ଜଣାପଡିଛି ।
ଆଇଭିପିଏଲର ପ୍ରତି ଟିମରେ ୩୦ ପ୍ରତିଶତ ରହିବେ ଷ୍ଟାର ପ୍ଲେୟାର । ସେହିପରି ୭୦ ପ୍ରତିଶତ ନୂଆ ଓ ଯୁବ ଖେଳାଳୀଙ୍କ ଚେହେରା ନଜର ଆସିବ । ଏହି ଲିଗ ପାଇଁ ଖେଳାଳୀଙ୍କ ଚୟନ ଆଇପିଏଲର ଅକ୍ସନ ପ୍ରୋସେସ ଭଳି କରାଯିବ । ଖାସ କଥା ହେଲା କି, ଏହି ଲିଗ କ୍ରିକେଟ ଫ୍ୟାନ୍ସ ପାଇଁ ଏକ ବଡ ସୁଯୋଗ ହେବ କି ସେମାନେ ତାଙ୍କର ପୁରୁଣା ଲିଜେଣ୍ଡଙ୍କୁ ପୁଣି ଥରେ ଖେଳୁଥିବା ଦେଖିବାକୁ ପାଇବେ । ସେପଟେ ନୂଆ ପ୍ଲେୟାରଙ୍କ ନିକଟରେ ନିଜକୁ ଦକ୍ଷ ପ୍ରମାଣିତ କରିବାର ମଉକା ବି ହେବ ଯେଉଁମାନେ ଏବେ ବି ସୁଯୋଗ ଅପେକ୍ଷାରେ ବାଉଣ୍ଡ୍ରି ଲାଇନ ବାହାରେ ବସିଛନ୍ତି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ