23.3 C
Odisha
Friday, March 6, 2026

ମହାରେକର୍ଡ କଲେ ବିରାଟ

ଭାରତୀୟ ଟିମର ସେ ହେଉଛନ୍ତି ପୂର୍ବତନ କପ୍ତାନ । ଖେଳ ଯେମିତି ଆଗ୍ରେସିଭ ମଧ୍ୟ ସେମିତି । ଏବେ ଆଉ ଏକ ରେକର୍ଡ କରିଛନ୍ତି ସେହି କପ୍ତାନ ଜଣକ । ଅନ୍ତରାଷ୍ଟ୍ରିୟ କ୍ରିକେଟରେ ୫୦୦ ମ୍ୟାଚ ପୂରା କରିଛନ୍ତି ଏହି କ୍ରିକେଟର ଜଣକ । ହଁ ଦର୍ଶକବନ୍ଧୁ ଆମେ କହୁଛୁ କିଙ୍ଗ କୋହଲୀ ବିରାଟଙ୍କ କଥା । ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜର ୨ୟ ମୁକାବିଲାରେ ରଷ୍ଟ୍ରଗାନ ପାଇଁ ମଇଦାନ ଉପରେ ପାଦ ରଖିବା ମାତ୍ରେ ହିଁ ସେ ନିଜର ୫୦୦ ମ୍ୟାଚ କରିଛନ୍ତି ପୁରା । ଏହାସହ ଅନେକ ରେକର୍ଡ ଏବେ ସେ ନିଜ ନାମରେ କରିଛନ୍ତି । ଏହି ମ୍ୟାଚରେ ପ୍ରଥମ ଦିନରେ ହିଁ ବିରାଟ ବ୍ୟାଟିଂ ପାଇଁ ଆସିଥିଲେ ଏବଂ ଅପରାଜିତ ଅର୍ଦ୍ଧଶତକୀୟ ପାରି ଖେଳି କରିଥିଲେ ।
ବିଶ୍ୱର ସେ ଜଣେ ମାତ୍ର ଖେଳାଳୀ, ଯିଏ ନିଜର ୫୦୦ତମ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଟେଷ୍ଟ ଫର୍ମାଟରେ ଖେଳିଛନ୍ତି । ତାଙ୍କ ପୂର୍ବରୁ ୯ ଜଣ ୫୦୦ କିମ୍ବା ତା ଠାରୁ ଅଧିକ ମ୍ୟାଚ ଖେଳିଛନ୍ତି । ହେଲେ ସମସ୍ତଙ୍କ ୫୦୦ ମ୍ୟାଚ ଦିନିକିଆ କିମ୍ବା ଟି ୨୦ ଫର୍ମାଟ ରହିଛି । ଏହି କାରଣ ପାଇଁ ବିରାଟଙ୍କ ପୂର୍ବରୁ କୌଣସି ଖେଳାଳୀ ନିଜର ୫୦୦ ମ୍ୟାଚରେ ଅର୍ଦ୍ଧଶତକ ବି ଲଗାଇପାରିନଥିଲେ । ହେଲେ କୋହଲୀ ୫୦୦ତମ ମ୍ୟାଚରେ ପ୍ରଥମ ପାରିରେ ଦମଦାର ଅର୍ଦ୍ଧଶତକ ଲଗାଇଛନ୍ତି । ଏବେ ତାଙ୍କ ପାଖରେ ଶତକ କରି ଆଉ ଏକ ଉପଲବ୍ଧି ହାସଲ କରିବାର ରହିଛି ଦମଦାର ମଉକା । ବିରାଟ ୫୦୦ ମ୍ୟାଚରେ ସବୁଠୁ ବଡ ପାରି ଖେଳିଥିବା ବ୍ୟାଟ୍ସମ୍ୟାନ ବନିସାରିଛନ୍ତି ।
ଏବେ ଯାଏଁ, ଯେତେ ଜଣ ଖେଳାଳୀ ୫୦୦ କିମ୍ବା ତାଠୁ ଅଧିକ ମ୍ୟାଚ ଖେଳିଛନ୍ତି, ସେମାନହ୍‌କ ଭିତରେ କୌଣସି ବୋଲର ନାହାନ୍ତି । ଅବଶ୍ୟ ଶାହିଦ ଆଫ୍ରିଦି, ସନଥ ଜୟସୂର୍ଯ୍ୟାଙ୍କ ଭଳି ଅଲରାଉଣ୍ଡର ନିଶ୍ଚିତ ଭାବେ ଏହି ସୂଚୀରେ ଅଛନ୍ତି । ସଚିନ ତେନ୍ଦୁଲକର ୫୦୦ ଅନ୍ତରଷ୍ଟ୍ରୀୟ ମ୍ୟାଚ ଖେଳିଥିବା ପ୍ରଥମ ଖେଳାଳୀ ବନିଥିଲେ । ୨୦୦୬ରେ ସେ ହାସଲ କରିଥିଲେ ଏହି ଉପଲବ୍ଧି । ଏହାପରେ ୨୦୦୭ରେ ସନଥ ଜୟସୂର୍ଯ୍ୟା, ୨୦୧୦ରେ ରିକି ପଟିଂ, ୨୦୧୧ରେ ରାହୁଲ ଦ୍ରାବିଡ ଓ ମହେଲା ଜୟବର୍ଦ୍ଧନ ଏହି ଉପଲବ୍ଧି ହାସଲ କରିଥିଲେ । ସେହିପରି, ୨୦୧୩ରେ କୁମାର ସାଙ୍ଗାକାରା, ୨୦୧୫ରେ ଶାହିଦି ଆପ୍ରିଦି ଓ ୨୦୧୮ରେ ମହେନ୍ଦ୍ର ସିଂ ଧୋନୀ ନିଜର ୫୦୦ ତମ ମ୍ୟାଚ ଖେଳିଥିଲେ ।
ତେବେ ଦର୍ଶଖବନ୍ଧୁ ବିରାଟ କୋହଲୀଙ୍କ ଏହି ସଫଳତା ହାସଲ ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ