ଦର୍ଶକବନ୍ଧୁ ସୋସିଆଲ ମିଡିଆରେ ଅନେକ ସମୟରେ ଅଜବଗଜବ ଭିଡିଓମାନ ଭାଇରାଲ ହୁଏା ପ୍ରତିଦିନ ଏମିତି ଭିଡିଓ ରାତାରାତି ଭାଇରାଲ ହେଉଛି । ଅନେକ ଭିଡିଓ ଲୋକଙ୍କୁ ମନୋରଂଜନର ଖୁରାକ ଯୋଗାଏ ତ ଆଉ କିଛି ସମାଲୋଚନାର ଶିକାର ହୁଏ । ପଶୁପକ୍ଷୀଙ୍କ ଭିଡିଓ ଛଡା ବିସେଷ କରି ପୁଲିସମାନଙ୍କର ଅନେକ ଭିଡିଓ ଆସେ ଲୋକଲୋଚନକୁ । କେତେବେଳେ ଭଲ କାମ ପାଇଁ ବାହା ବାହା ସାଉଁଟନ୍ତି ପୁଲିସ ଅଧିକାରୀ ତ ଆଉ କେତେବେଳେ ନିନ୍ଦା ଅପବାଦର ଶିକାର ହୁଅନ୍ତି । ହେଲେ ବର୍ତମାନ ପୁନେ ରେଲେଓ ଷ୍ଟସନରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ପାଲଟିଛି ଚର୍ଚ୍ଚାର ବିଷୟ । ନଜର ପକାନ୍ତୁ ଏହି ଭିଡିଓ ଉପରେ । ଏଠି ଜଣେ ପୁଲିସ ଅଧିକାରୀ ଶୋଇଥିବା ଲୋକଙ୍କୁ ଉଠାଇବା ପାଇଁ ସେମାନଙ୍କ ଉପରେ ପାଣି ଢାଳୁଛନ୍ତି । ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରିବୁଲିଛି । ପୁଲିସ ର୍କମୀ ଜଣଙ୍କ ଜିଆରପି ଜବାନ ବୋଲି କୁହାଯାଉଛି । ସେହିପରି ଭିଡିଓର କ୍ୟାପସନ ଆରଆଇପି ମାନବିକତା, ପୁନେ ରେଲୱେ ଷ୍ଟେସନ ବୋଲି ଲେଖାଯାଇଛି ।
ତେବେ ସୋସିଆଲ ମିଡିଆରେ ଏହି ଭିଡିଓଟିକୁ ଟ୍ୱିଟର ୟୁଜର ରୁପେନ ଚୌଧୁରୀ ଅପଲୋଡ କରିଥିଲେ । ଏହାପରେ ନେଟିଜେନ୍ସ ଏହାକୁ କରିଥିଲେ ଭାଇରାଲ । ଭିନ୍ନ ଭିନ୍ନ କମେଣ୍ଟ ପାଇଁ ଯେମିତି କମେଣ୍ଟ ବକ୍ସରେ ବନ୍ୟା ଆସିଗଲା ପରି ମନେ ହେଉଛି । ସେହିପରି ପୁନେ ଡିଭିଜନାଲ ରେଲୱେ ମ୍ୟାନେଜର ଇନ୍ଦୁ ଦୁବେ ଏଭଳି ଭିଡିଓଟିକୁ ନାପସନ୍ଦ କରିଛନ୍ତି । ଦୁବେ କହିଛନ୍ତି, ପ୍ଲାଟଫର୍ମରେ ଲୋକେ ଶୋଉଥିବାରୁ ଅସୁବିଧା ହେଉଛି । ହେଲେ ସ୍ଥିତିକୁ ସମ୍ଭାଳିବାର ତରୀକା ଠିକ ନୁହଁ । କର୍ମଚାରୀଙ୍କୁ ଯାତ୍ରୀମାନଙ୍କ ସହ ସମ୍ମାନ, ବିନମ୍ରତା ଓ ଶାଳୀନତା ସହ ବ୍ୟବହାର କରିବା ଉଚିତ । ବାସ୍ତବରେ ଏହି ଘଟଣା ନିନ୍ଦାଜନକ ବୋଲି ସେ କହିଛନ୍ତି ।
ତେବେ ଭିଡିଓଟି ଅପଲୋଡ ହେବା ପରେ ଏବେ ସୁଦ୍ଧା ଭିଡିଓକୁ ୨୦ ଲକ୍ଷରୁ ବି ଅଧିକ ଥର ଦେଖାସରିଲାଣି । କମେଣ୍ଟରେ ଭରି ହୋଇଗଲାଣି କମେଣ୍ଟ ବକ୍ସ । ଅନେକ ଏହାକୁ ଲଜାଜନକ ହରକତ କହିବା ସହ କିଏ ଏହାକୁ ଉଚିତ ଶିକ୍ଷା କହିଛନ୍ତି , ଯାହାଦ୍ୱାରା ସେମାନେ ପୁଣି ଥରେ ପ୍ଲାଟଫର୍ମରେ ଶୋଇବେ ନାହିଁ । ଆଉ ଜଣେ ୟୁଜର କହିଛନ୍ତି, ସରକାରଙ୍କୁ ଅଧିକ େଓଟିଂ ହଲ୍ କରିବା ଦରକାର । ଯାହାଦ୍ୱାରା ସେମାନଙ୍କୁ ପ୍ଲାଟଫର୍ମରେ ଶୋଇବାକୁ ପଡିବ ନାହିଁ । ଆଉ ଜଣେ ଲେଖିଛନ୍ତି ଏହି ପୁଲିସ କର୍ମୀଙ୍କୁ ଟିକିଏ ଲାଜ ଲାଗିବା ଦରକାର । ଏମିତି ଭିନ୍ନ ଭିନ୍ନ ପ୍ରକାର ମନ୍ତବ୍ୟ ଦେଇଥିଲେ ୟୁଜର ।
ତେବେ ଦର୍ଶକବନ୍ଧୁ ଏହି ଭିଡିଓ ଉପରେ ଆପଣଙ୍କ ମତାମତ କଣ । ପ୍ରକୃତରେ ପୁଲିସ ଜଣଙ୍କୁ ଏଭଳି ଢଙ୍ଗରେ ଯାତ୍ରୀଙ୍କୁ ଶିକ୍ଷା ଦେବା ଉଚିତ୍ ଥିଲା ନା ଆଉ କିଛି ଉପାୟରେ ବି ସେ ଯାତ୍ରୀଙ୍କୁ ବୁଝାଇପାରିଥାନ୍ତେ, ନିଜ ମତାମତ ଆମ ସହ ସେୟାର କରନ୍ତୁ । ଆଉ ଏହିଭଳି ନୂଆ ନୂଆ ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ, ସେୟାର, ସବସ୍କ୍ରାଇବ କରନ୍ତୁ ।

