23.3 C
Odisha
Friday, March 6, 2026

କିସ୍ତି ନ ଦେବାରୁ ଗାଡି ଉଠାଇନେଲା ବ୍ୟାଙ୍କ୍‌

ଦର୍ଶକବନ୍ଧୁ ଯଦି ଆପଣ ସଠିକ ସମୟରେ କିସ୍ତି ନ ଦେଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । ନହେଲେ ବ୍ୟାଙ୍କ ଅଧିକାରୀ କେତବେଳେ ଆପଣଙ୍କ ସହ କଣ କରିବେ ତାହା ଆପଣ ନିଜେ ବି ଜାଣିପାରିବେ ନାହିଁ । କେତେବେଳେ ଆପଣଙ୍କ ବାଇକ ବି ଘରୁ ଗାୟବ ହୋଇପାରେ ।
ତେବେ ନଜର ପକାନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓ ଉପରେ । ଦୁଇ ଜଣ ବ୍ୟକ୍ତି ଗୋଟିଏ ବାଇକଟିକୁ କିପରି ଉଠାଇ ନେଉଛନ୍ତି । ହୁଏତ ଏହାକୁ ଦେଖିବା ପରେ ଆପଣ ଭାବୁଥିବେ, ବୋଧହୁଏ ଏହା ଦେଶୀ ଯୁଗାଡ ହୋଇଥିବ । ହେଲେ ନାଁ । ଘଟଣା ହେଉଚି ଟିକିଏ ଅଲଗା । ଏହି ଭିଡିଓ କ୍ଲିପର ସତ ଘଟଣା ହେଉଛି, ମହାରଷ୍ଟ୍ର ବୈଜାପୁରରେ ଜଣେ ଚାଷୀ ଭାଇ ଠିକ ସମୟରେ କିସ୍ତି ନ ଭରିବାରୁ ବ୍ୟାଙ୍କ ବାଲା ଏମିତି ଢଙ୍ଗରେ ତାଙ୍କ ବାଇକଟିକୁ ଉଠାଇ ନେଉଛନ୍ତି । ହେଲେ ଜଣାପଡିଛି କି ପରବର୍ତୀ ସମୟରେ ଟଙ୍କା ଦେଇଦେବାରୁ ସେମାନେ ତାଙ୍କ ବାଇକ ମଧ୍ୟ ଫେରାଇ ଦେଇଛନ୍ତି । ତେବେ ସେ ଯାହା ବି ହେଉ, ୟୁଜର ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ବେଳେ କିଏ ଏହାକୁ ଦେଶୀ ଯୁଗାଡ କହୁଛି ତ ଆଉ କିଏ କହୁଚି ଏମିତି ନେବା ବାସ୍ତବରେ ବହୁତ ବିପଦଜନକ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ