ଭୁବନେଶ୍ଵର: UPI ଟ୍ରାଞ୍ଜାକ୍ସନ୍ରେ ଶୁଳ୍କ ଲାଗୁ ହେବା ନେଇ ଗ୍ରାହକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ସରକାରଙ୍କ ପକ୍ଷରୁ ଆସିଛି ବଡ଼ ସ୍ପଷ୍ଟୀକରଣ। ସାଧାରଣ UPI ୟୁଜର୍ସଙ୍କଠାରୁ କୌଣସି ଟ୍ରାଞ୍ଜାକ୍ସନ୍ ଚାର୍ଜ ନିଆଯିବ ନାହିଁ।
ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ Person-to-Person (P2P) UPI ଟ୍ରାଞ୍ଜାକ୍ସନ୍ ସମ୍ପୂର୍ଣ୍ଣ ମାଗଣା ରହିବ। ଏଥିସହ ଅଧିକାଂଶ Merchant Payment ଉପରେ ମଧ୍ୟ କୌଣସି ଶୁଳ୍କ ଲାଗିବ ନାହିଁ।
ସୀମିତ ଟ୍ରାଞ୍ଜାକ୍ସନ୍ରେ ଲାଗିପାରେ MDR!
ସରକାରଙ୍କ କହିବା ଅନୁଯାୟୀ, ଭବିଷ୍ୟତରେ ଯଦି Merchant Discount Rate (MDR) ଲାଗୁ କରାଯାଏ, ତେବେ ଏହା କେବଳ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ କିଛି ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ୍ରେ ଲାଗୁ ହୋଇପାରେ।
ଏହି MDR ହାର ଅତି ସାମାନ୍ୟ ରହିବ ଏବଂ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଟ୍ରାଞ୍ଜାକ୍ସନ୍ରେ ଲାଗୁଥିବା MDR ତୁଳନାରେ ବହୁତ କମ୍ ହେବ ବୋଲି ସରକାର କହିଛନ୍ତି।
ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ MDR ସମସ୍ତ UPI ଟ୍ରାଞ୍ଜାକ୍ସନ୍ରେ ସମାନ ଭାବେ ଲାଗୁ ହେବ ନାହିଁ।
କାହିଁକି ହେଉଛି ଏହି ଆଲୋଚନା?
Payment and Settlement Systems Act (PSS Act)ରେ ପ୍ରସ୍ତାବିତ ସଂଶୋଧନକୁ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ଏହି ସ୍ପଷ୍ଟୀକରଣ ଆସିଛି।
ସରକାରଙ୍କ କହିବା ଅନୁଯାୟୀ, PSS Actରେ ସଂଶୋଧନର ଉଦ୍ଦେଶ୍ୟ ସାଧାରଣ UPI ୟୁଜର୍ସଙ୍କ ଉପରେ ଚାର୍ଜ ଲଗାଇବା ନୁହେଁ। ବରଂ UPIର ଦୀର୍ଘକାଳୀନ ସ୍ଥାୟୀତ୍ୱ, ପ୍ରଯୁକ୍ତିର ବିକାଶ ଏବଂ ସାଇବର ବିପଦର ମୁକାବିଲା କ୍ଷମତାକୁ ଆହୁରି ମଜବୁତ କରିବା ଏହାର ଉଦ୍ଦେଶ୍ୟ।
ବାହ୍ୟ ଚାପ ଦାବିକୁ ଖଣ୍ଡନ
UPI ନୀତିରେ ପରିବର୍ତ୍ତନ କୌଣସି ବାହ୍ୟ ଚାପ ଯୋଗୁଁ କରାଯାଉଛି ବୋଲି ଆସିଥିବା ରିପୋର୍ଟକୁ ମଧ୍ୟ ସରକାର ଖଣ୍ଡନ କରିଛନ୍ତି।
ଅର୍ଥ ମନ୍ତ୍ରଣାଳୟ ଏପରି ଦାବିକୁ ଭିତ୍ତିହୀନ, ଭୁଲ୍ ଏବଂ ବିଭ୍ରାନ୍ତିକର ବୋଲି କହିଛି।
ସରକାରଙ୍କ ମତରେ, ଯଦି ବାହ୍ୟ ଚାପ କାରଣ ହୋଇଥାନ୍ତା, ତେବେ ୨୦୧୬ରେ UPIର ଶୁଭାରମ୍ଭ ହୋଇନଥାନ୍ତା। ଏହାସହ ଜାନୁଆରୀ ୨୦୨୦ରୁ ନାଗରିକ ଓ ବ୍ୟବସାୟୀଙ୍କ ପାଇଁ UPIକୁ ମାଗଣା ରଖାଯାଇନଥାନ୍ତା।

