ଦର୍ଶକବନ୍ଧୁ ଆଜିକାଲି ଯାହା ପାଖରେ ବେଶି ପଇସା ସେ ସବୁବେଳେ ତାକୁ ଗୁପ୍ତ ଭାବରେ ରଖିବାକୁ ଚାହେଁ । କାରଣ ନିଜ ପାଖରେ ଏତେ ଟଙ୍କା ଅଛି ବୋଲି ଦେଖେଇ ହେବା ହୁଏତ କେତେବେଳେ ମୃତ୍ୟୁର କାରଣ ବନିପାରେ । ଚୋରି ଡକାୟତି ହେବା ସହ ଜୀବନ ବି ଚାଲି ଯିବାର ରହିଥାଏ ସମ୍ଭାବନା । କାରଣ ଆଜିକାଲି ଗୋଟିଏ ଅପରାଧୀ ଯଦି କିଛି କ୍ରାଇମ କରୁଛି, ତେବେ ଏହାରି ମୂଳରେ କେବଳ ଆଉ କେବଳ ଟଙ୍କା । ଟଙ୍କା ବିନ କିଛି ବି ସମ୍ଭବ ନୁହେଁ । ହେଲେ ବର୍ତମାନ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେଉଚି । ଯେଉଁଟି ଖଟ ଉପରେ ଅଛି ବିଡା ବିଡା ନୋଟ । ଆଉ ତା ସହ ପିଲା ଉଠାଇଛନ୍ତି ଫଟୋ । ଏବେ ଭାବନ୍ତୁ କଣ ହେଇତି ଏମାନଙ୍କର ।
ଏହି ପିଲାମାନେ ହେଉଛନ୍ତି ୟୁପି ଏଶଏଚଓ ରମେଶଚନ୍ଦ୍ର ସାହାଣୀଙ୍କ ପୁଅ ଆଉ ଝିଅ । ଯେଉଁମାନେ ୫ ଶହ ଟଙ୍କିଆ ନୋଟ ସହ ଫଟୋ ଉଠାଇଛନ୍ତି । ହେଲେ ଏବେ ଏହା ଭାଇରାଲ ହେବାରେ ଲାଗିଚି । ତେବେ ଏଥିରେ ଅଛି ୨୭ଟି ବଣ୍ଡଲ୍ । ଏହି ଚିତ୍ର ସାମ୍ନାକୁ ଆସିବା ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ । ପୁଲିସ ସୁପରିଟେଣ୍ଡେଣ୍ଟ ସିଦ୍ଧାର୍ଥ ସଙ୍କର ଏଶଏଚଓ ପଦରୁ ହଟାଇ ପୁଲିସ ଲାଇନକୁ ପଠାଇଛନ୍ତି । ଏହି ମାମଲାର ତଦନ୍ତ କରିବା ପାଇଁ ସିଓ ପଂଜକ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି ।
ଗୁରୁବାର ସୋସିଆଲ ମିଡିଆରେ ଅଚାନକ ଭାବେ ଏହି ଫଟୋ ଗୁଡିକ ଭାଇରାଲ ହେବାରେ ଲାଗିଥିଲା । ଯେଉଁଠି ଦୁଇ ଜଣ ପିଲା ୫ ଶହ ଟଙ୍କିଆ ନୋଟ ସହ ଖେଳୁଥିବା ଦେଖାଯାଇଥିଲେ । କୁହାଯାଉଛି କି, ଏସବୁର ପ୍ରାୟ ସାଢେ ୧୩ ଲକ୍ଷ ଟଙ୍କା ହେବ । ତେବେ ଏମିତି ଛବି ଲୋକେ ଦେଖିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । କିଏ ଏହାକୁ ଲାଂଚ ପଇସା କହୁଛି ତ ଆଉ କିଏ କଡା ସମାଲୋଚନା କରିଛନ୍ତି ।
ତେବେ ବେହେଟା ମୁଜାବର ଥାନାରେ ନିୟୋଜିତ ଥିବା ଅଧିକାରୀ ରମେଶଚନ୍ଦ୍ର ୨ ବର୍ଷ ପୂର୍ବରୁ ହରଦୋଇରୁ ଟ୍ରାନ୍ସଫର ହୋଇ ଆସିଥିଲେ । ତତ୍କାଳୀନ ଏସପି ଆନନ୍ଦ କୁଲକର୍ଣ୍ଣୀ ଦେଇଥିଲେ କାର୍ଯ୍ୟଭାର । ଏଗହାପରେ ଅନେକପ୍ରକାର ଘଟଣାରେ ତାଙ୍କର ଦାୟିତ୍ୱହୀନତା ସାମ୍ନାକୁ ଆସିଥିଲା । ହେଲେ ଉପର ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଯାହା ଚର୍ଚାର ବିଷୟ ହୋଇ ରହିଥିଲା । ତାଙ୍କ କାର୍ଯ୍ୟଶୈଳୀକୁ ନେଇ ସମସ୍ତେ ଉଠାଇଥିଲେ ପ୍ରଶ୍ନ ।
ତେବେ ଏହି ଘଟଣା ଉପରେ ରମେଶଚନ୍ଦ୍ର କହିଛନ୍ତି କି, ଘର ତିଆରି ପାଇଁ ସେ ଏହି ଟଙ୍କା ଧାର କରି ଆଣିଛନ୍ତି । ପିଲା ଏମିତି କରିଛନ୍ତି øାବଲି ସେ ଜାଣିନଥିଲେ ମଧ୍ୟ । ତେବେ ଏହି ଫଟୋ ୨୦୨୧ ର । ଯାହାକୁ କିଏ ବାଇରାଲ କରି ଦେଇଛି ବୋଲି ସେ କହିଛନ୍ତି ।
ତେବେ ବାସ୍ତବ ସତ୍ୟ କଣ ଏହା ପଛରେ ରହିଚି ତାହା ତ ତଦନ୍ତ ସରିବା ପରେ ସାମ୍ନାକୁ ଆସିବ । ହେଲେ ଦର୍ଶକବନ୍ଧୁ ଏତେ ଟଙ୍କା ସହ ଏମିତି ଭାବରେ ଫଟୋ ଉଠାଇ ଭାଇରାଲ କରିବା ଠିକ ନା ଭୁଲ ନିଜ ମତମାତ ଆମକୁ କମେଣ୍ଟ କରି ଜଣାନ୍ତୁ ।

