20.5 C
Odisha
Saturday, March 7, 2026

ରେଖାଙ୍କ ଅକୁହା କଥା

୮୦ ଦଶକର ବଲିଉଡ ଅଭିନେତ୍ରୀ ରେଖା ନିଜ ଆକ୍ଟିଂ ବଳରେ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ରହିଛନ୍ତି । ନିଜ କ୍ୟାରିଅରରେ ଅଭିନୟ ଦ୍ୱାରା ସବୁବେଳେ ଫ୍ୟାନ୍ସଙ୍କୁ କରିଛନ୍ତି ନିଜ ଦିଓାନା । କହିବାକୁ ଗଲେ ଏବେ କୌଣସି ଫିଲ୍ମରେ ନଜର ଆସୁନାହାନ୍ତି ରେଖା । ହେଲେ ତାଙ୍କୁ ଅନେକ ସମୟରେ ବଲିଉଡ ଇଭେଣ୍ଟ ଓ ପାର୍ଟିଜରେ ସ୍ପଟ୍ କରାଯାଏ । ଯେଉଁଠି ସେ ସିଲେବ୍ରିଟି ମାନଙ୍କ ସହ ଖୁବ ମସ୍ତି କରୁଥିବା ନଜର ଆସନ୍ତି । ରେଖା ଆକ୍ଟିଂ ବଦଳରେ ଏଣ୍ଟରଟେନମେଣ୍ଟ ଇଷ୍ଟ୍ରିରେ ବହୁତ ନାଁ କମାଇଛନ୍ତି । ଏବେ ଅଭିନୟ ଦୁନିଆରେ ପାଦ ରଖୁଥିବା ୟଙ୍ଗଷ୍ଟରଙ୍କ ପାଇଁ ରେଖା ଏକ ପ୍ରେରଣା ବୋଲି କୁହାଯାଏ । ନିଜ ସୁନ୍ଦରତା ଓ ଫିଲ୍ମ ପାଇଁ ଯେତିକି ସେ ନା କରିଛନ୍ତି ସେତିକି ବିବାଦରେ ବି ଥିଲେ ରେଖା । ଅନେକ ଆକ୍ଟରଙ୍କ ସହ ତାଙ୍କ ନାଁ ଯୋଡି ହୋଇଥିଲା । ଏମିତିକି ତାଙ୍କ ବ୍ୟକ୍ତିଗତ ଜୀବନରେ ସ୍ଥାନ ନେଇଥିଲା ବିବାଦ ଭଳି ଗୋଟିଏ ଶବ୍ଦ ।
ହେଲେ କେଉଁ କାରଣ ପାଇଁ କାହିଁକି ବଡ ପରଦାରୁ ଦୂରେଇଗଲେ ରେଖା ତାର ସେ ନିଜେ ଖୁଲାସା କରିଛନ୍ତି ।
ତେବେ ଜଣେ ଚାଇଲ୍ଡ ଆର୍ଟିଷ୍ଟ ଭାବେ ରେଖା ତେଲୁଗୁ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ । ବଲିଉଡରେ ଫିଲ୍ମ ସାଓନ ଭାଦୋ ଜରିଆରେ ପାଦ ରଖିଥିଲେ । ଏହି ଫିଲ୍ମ ପରେ ପୁରା ବଲିଉଡରେ ଛାଇ ଯାଇଥିଲା ରେଖାଙ୍କ ଜବରଦସ୍ତ ଅଭିନୟର ଛାପ । ତାଙ୍କର ଶେଷ ଫିଲ୍ମ ଥିଲା ସୁପର ନାନୀ । ଏହାପରେ ସେ ଫିଲ୍ମ ଓ ଟିଭି ସୋ ରେ କ୍ୟାମିଓ କରୁଥିବା ନଜର ଆସନ୍ତି ।
ଏକ ଇଣ୍ଟରଭ୍ୟୁରେ ରେଖା କହିଛନ୍ତି, ୨୦୧୪ରୁ ସେ କୌଣସି ପ୍ରୋଜେକ୍ଟରେ କାମ କରିନାହାନ୍ତି । ସେ ଚାହାଁନ୍ତୁ କି ନ ଚାହାଁନ୍ତୁ ଅଭିନୟ ତାଙ୍କୁ ଛାଡିବନି । ତାଙ୍କ ପାଖରେ ବହୁତ ପୁରୁଣା ସ୍ମୃତି ଅଛି ବଂଚିବା ପାଇଁ , ଯାହାକୁ ସେ ଭଲପାଆନ୍ତି । ଆଉ ଯେତେବେଳେ ଉଚିତ ସମୟ ଆସିବ, ସେତେବେଳେ ଠିକ୍ ପ୍ରୋଜେକ୍ଟ ତାଙ୍କୁ ଖୋଜି ନେବ । ତାଙ୍କ ବ୍ୟକ୍ତିତ୍ୱ ତାଙ୍କର । ହେଲେ ତାଙ୍କ ସିନେମାର ବ୍ୟକ୍ତିତ୍ୱ ଦେଖୁଥିବା ଲୋକଙ୍କ ନଜର ଉପରେ ରହିଛି ବୋଲି କହିଥିଲେ ରେଖା ।
ତେବେ କହିରଖିବୁ, ନିକଟରେ ଟିବି ସୋ ଗୁମ ହୈ କିସି କେ ପ୍ୟାର ମେଁ ର ପ୍ରୋମୋ ରେ ନଜର ଆସିଥିଲେ ରେଖା । ରେଖାଙ୍କୁ ଏହି ପ୍ରମୋରେ ଦେଖି ଖୁସି ହୋଇଯାଇଥିଲେ ତାଙ୍କ ଫ୍ୟାନ୍ସ । ତାଙ୍କର ନୂଆ ପ୍ରୋଜେକ୍ଟ ଘୋଷଣାକୁ ଫ୍ୟାନ ଅପେକ୍ଷା କରି ରହିଥିବା ଜଣାପଡିଛି ।
ଯଦି ରେଖାଙ୍କ ବ୍ୟକ୍ତିଗତ କଥା କହିବା ଏହା ଯେତିକି ବିବାଦୀୟ ସେତିକି ରୋଚକକର ମଧ୍ୟ । ବଦଳୁଥିବା ସମୟ ସହ ଭାରତରେ ପୁରୁଷ ପ୍ରଧାନ ଛବି କମ ହୋଇଥିଲା ଏବଂ ମହିଳା ସଫଳତା ହାସଲ କରିସାରିଥିଲେ । ହେଲେ ରେଖା ଯେତେବେଳେ ନିଜ କ୍ୟାରିଅର ଆରମ୍ଭ କରିଥିଲେ, ସେତେବେଳେ ପୁରୁଷ ପ୍ରଧାନ ମାନସିକତା ଅଧିକ ପ୍ରଚଳିତ ଥିଲା । ସେ ସମୟରେ ରେଖା ଏମିତି ଜଣେ ମାତ୍ର ଆକ୍ଟ୍ରେସ ଥିଲେ, ଯିଏ ମହିଳା ପ୍ରଧାନ ରୋଲ ଦୃଢତାର ସହ ପରଦାରେ ଉପସ୍ଥାପନ କରିଥିଲେ । ପିଲାବେଳୁ ତାଙ୍କୁ ମିଳିନଥିଲା ବାପାଙ୍କ ସ୍ନେହ । ଆଉ ପଢାଲେଖା ବୟସରୁ ତାଙ୍କୁ କାମ କରିବାକୁ ପଡିଥିଲା । ଏହାପରେ ପ୍ରକୃତ ପ୍ରେମ ପାଇବା ଆଶାରେ ଘୁରିବୁଲିଥିଲେ ରେଖା । ଆପଣଙ୍କୁ କହିରଖିବୁ ରେଖାଙ୍କ ଜନ୍ମ ଯେତେବେଲେ ହୋଇଥିଲା, ତାଙ୍କ ପିତା ଜେମିନି ଗଣେଶନ ଓ ମାତା ପୁଷ୍ପବଲୀଙ୍କ ବିବାହ ବି ହୋଇନଥିଲା । ଏହିଟାରୁ ହିଁ ତାଙ୍କ ଜୀବନରେ ଘଣ୍ଟି ବଜାଇଥିଲା ବିବାଦ । ଏହାବାଦ ଅନେକ ପୁରୁଷଙ୍କ ସହ କଥିତ ଆଫାୟାରକୁ ନେଇ ଧିରେ ଧିରେ ବିବାଦ ଘେରକୁ ଛନ୍ଦି ହୋଇଆସିଥିଲେ ରେଖା ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ