ଟାଇଟାନିକକୁ ସେହି ସମୟରେ ଏକ ଏମିତି ଜାହାଜ କୁହାଯାଉତିଲା, ଯାହା ବୁଡି ପାରେନି । ଏକ ଭାରି ଯାତ୍ରୀ ଜାହାଜ ଥିଲା ଟାଇଟାନିକ । ହେଲେ ଏପ୍ରିଲ ୧୯୧୨ରେ କିଛି ଏମିତି ହୋଇଥିଲା, ଯାହାକୁ ଦୁନିଆ କେବେ ବି ଭୁଲିପାରିବନି । ଆଟଲାଣ୍ଟି ମହାସାଗରର ଥଣ୍ଡା ପାଣିରେ ଏକ ବରଫ ଖଣ୍ଡ ସହ ଧକ୍କା ହେବା ପରେ ବୁଡି ଯାଇଥିଲା ଜାହାଜଟି । ଅତିକମରେ ୧୫ଶହ ଲୋକଙ୍କର ହୋଇଥିଲା ମୃତ୍ୟୁ । ଏହାର ଅଂଶ ବିସେଷ ଆଜି ବି ସମୁଦ୍ର ଗର୍ଭରେ କେଉଁଠି ପଡିଥିବ । ଏକ ଶତାବ୍ଦୀରୁ ଅଧିକ ସମୟ ବିତିଯିବା ପରେ ଏହା ଲୋକଙ୍କୁ ଆକର୍ଷିତ କରୁଛି । ଏବେ ବି ଲୋକେ ଏହି ଦୁର୍ଘଟଣା ବିଷୟରେ ଜାଣିବାକୁ ଓ ଏହାର ଭୟାବହତା ବିଷୟରେ ଜାଣିବାକୁ ମନରେ ଇଚ୍ଛା ରଖନ୍ତି ।
ତେବେ ଏସବୁ ମଧ୍ୟରେ ଏବେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି ଟାଇଟାନିକ । ଏକ ସବମରୀନ ଟାଇଟାନିକ ନିକଟକୁ ଯିବା ବେଳେ ସମୁଦ୍ରରେ କୁଆଡେ ଗାୟବ ହୋଇଯାଇଛି । ଯାହାର କିଛି ବି ଅତାପତା ମିଳୁନି । ଟାଇଟାନିକକୁ ଦେଖିବା ପାଇଁ ୫ ଜଣ ସବମରିନ ସାହାଯ୍ୟରେ ୩ ହଜାର ୮ ଶହ ମିଟର ଗଭୀର ସମୁଦ୍ରକୁ ଯାଇଥିଲେ । ହେଲେ ଏକ ଘଣ୍ଟା ପରେ ଏମାନଙ୍କର କିଚି ସନ୍ଧାନ ମିଳିନଥିଲା । ପରେ ଜୋରଦାର ଭାବେ ଏମାନଙ୍କୁ ଖୋଜିବା ପାଇଁ ଆରମ୍ଭ ହୋଇଥିଲା ଅଭିଯାନ । ୪ ଦିନ କାଳ ଖୋଜିବା ପରେ ସବମରୀନକୁ ଅପରେଟ କରୁଥିବା କମ୍ପାନୀ ଓସେନଗେଟ୍ କହିଚି କି, ସବମରୀନ ଏବେ ନଷ୍ଟ ହୋଇସାରିଛି । ଏହାର ଅଂଶ ବିସେଷ ଟାଇଟାନିକ ନିକଟରୁ ଉଦ୍ଧାର କରାଯାଇଛି ।
ତେବେ ଯେତେବେଲେ ଜଣାପଡିନଥିଲା ଯେ, ସବମରୀନ ସୁରକ୍ଷିତ ଅଛି କି ନଷ୍ଟ ହୋଇଛି, ସେତେବେଲେ ଲୋକେ କହିବା ଆରମ୍ଭ କରିଥିଲେ କି, ଟାଇଟାନିକ ର ଅଭିଶାପ ସବମରୀନକୁ ଖାଇଗଲା । ହେଲେ ଏହି ଅଭିଶାପ କାହିଁକି । ହେଲେ ଯାହା ବି ମାନ୍ୟତା ଅଛି, ତାର କିଚି ପ୍ରମାଣ ନାହିଁ । ବିଜ୍ଞାନରେ ସେ ସବୁ ପାଇଁ କୌଣସି ସ୍ଥାନ ନାହିଁ । ହେଲେ ତଥାପି ସାଧାରଣ ଜନତାଙ୍କ ମଧ୍ୟରେ ଏମିତି ଚର୍ଚା ହେଉଛି । ଲୋକଙ୍କ କହିବା ହେଲା କି, ଟାଇଟାନିକର ଯାତ୍ରୀ ଶାପିତ ଥିଲେ । ଟାଇଟାନିକ ବୁଡିବା ପୂର୍ବରୁ ଓ ପରେ ଅନେକ ଆଶ୍ଚର୍ଯ୍ୟ କରିବା ଭଳି ଘଟମା ଘଟିଥିଲା । ଏହି କଥିତ ଅଭିଶାପ ହିସାବରେ, ଦୁର୍ଘଟଣା ସହ ଜଡିତ ଲୋକଙ୍କ ଜୀବନରେ ଦୁଃଖଦ ଘଟଣାମାନ ଘଟିଛି ।
କୁହାଯାଏ, ଟାଇଟାନିକକୁ ନିର୍ମାଣ କରିବା ସମୟରେ ହିଁ ଏମିତି ଅଘଟଣ ଘଟିବା ଆରମ୍ଭ ହୋଇଯାଇଥିଲା । ଏହାର ପ୍ରସ୍ତୁତି ବେଳେ ହାରଲ୍ୟାଣ୍ଡ ଓ ବୋଲ୍ଫ ସିପୟାର୍ଡ ରେ ଅଘଟଣ ଯୋଗୁଁ ଅତି କମରେ ୮ ଜଣ ଙ୍କର ମୃତ୍ୟୁ ହୋଇଥିଲା । ଜମେ କ୍ରୁ ମେମ୍ବର ଙ୍କର ବି ମୃତ୍ୟୁ ହୋଇଥିଲା । ତେବେ ସେତେବେଳେ ସୁରକ୍ଷାକୁ ନେଇ ଏତେ ପ୍ରକାର ବ୍ୟବସ୍ଥା ନଥିଲା । ସେଥିପାଇଁ ଏଭଳି ଅଘଟଣ ସାଧାରଣ ଥିଲା । ୧୯୧୨ରେ ଯେତେବେଲେ ଏହା ସମୁଦ୍ରକୁ ଓହ୍ଲାଇଥିଲା, ସେତେବେଳେ ଏହା ଅନ୍ୟ ଏକ ସିପ୍ ସହ ଧକ୍କା ହୋଇଥାନ୍ତା । ହେଲେ ଏକ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତି ଯାଇଥିଲା ।
ଏହାପରଠୁ ଚର୍ଚ୍ଚା ହେବାକୁ ଲାଗିଥିଲା ଯେ, ଏହା ଅଶୁଭ । ସିପକୁ ନିହାତି କିଛି ବିପଦ ରହିଛି । ୧୪ ଏପ୍ରିଲ ୧୯୧୨ରେ ଏହି ସିପ୍ ଆଟଲାଣ୍ଟିକ ମହାସାଗରରେ ବୁଡିଗଲା । ଏମିତି କିଛି ଲୋକ ଥିଲେ, ଯେଉଁମାନେ ଶେଷ ମୁହୂର୍ତରେ ସିପରେ ଯିବାକୁ ମନା କରିଦେଇଥିଲେ । ଏଥିରେ ଟାଇଟାନିକ ଓନର୍ ଜେପି ମୋର୍ଗନ ବି ସାମିଲ ଥିଲେ ।
ତେବେ ବ୍ରିଟିଶ ଏଡିଟର ଓିଲିୟମ ଷ୍ଟୀଡ୍ ଟାଇଟାନିକକୁ ନେଇ ମିଶର ର ଅଭିଶାପ ଥିବା ଚର୍ଚା କରିଛନ୍ତି । ସେ ଦାବି କରିଛନ୍ତି କି, ଲଣ୍ଡନରେ ଏକ ମମି ପାଇଁ ଏଭଳି ଅଘଟଣ ଘଟିଲା । ଅନେକ ଲୋକେ କୁହନ୍ତି ଏହି ମମିକୁ ରଖାଯାଇଥିଲା ସିପ ରେ । ଯିଏ ଜାହାଜକୁ ବୁଡାଇ ଦେଲା ।
ତେବେ ଦର୍ଶକବନ୍ଧୁ ସବମରୀନକୁ ନେଇ ଆପମଙ୍କୁ କଣ ଲାଗୁଚି, ସତରେ ଟାଇଟାନିକ ୍ଭିଶାପ ପାଇଁ ଏମିତି ଘଟିଲା, ନା ଏହା ପଛରେ କିଛି ଅନ୍ୟ କାରଣ ରହିଚି ନିଜ ମତାମତ ଆମ ସହ ନିଶ୍ଚୟ ସେୟାର କରନ୍ତୁ ।

