23.3 C
Odisha
Friday, March 6, 2026

ସ୍କୁଲ ପିଲାଙ୍କୁ ମିଳିବ ମାଗଣା ୟୁନିଫର୍ମ୍ ଓ ଜୋତା-ମୋଜା

ଦର୍ଶକବନ୍ଧୁ କଲେଜ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କର ରହିଛି ବିଭିନ୍ନ ପ୍ରକାର ସ୍କିମ । ସମାନଭାବେ ମୁଖ୍ୟମନ୍ତ୍ରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ସେମାନଙ୍କ ପାଇଁ ନେଉଛନ୍ତି ବିଭିନ୍ନ ପ୍ରକାର ପଦକ୍ଷେପ । କେତେବେଳେ ସ୍କୁଲ ପିଲାଙ୍କୁ ମାଗଣା ସାଇକେଲ ଦିଆଯାଉଚି ତ କେତେବଲେ ଭଲ ମାର୍କ ରଖିଥିବା ପିଲା ପାଇଛନ୍ତି ଲାପଟପ୍ । ଏହି ପରିପ୍ରେକ୍ଷୀରେ ଏବେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ୟୁନିଫର୍ମ । କହିବାକୁ ଗଲେ ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାଗଣା ୟୁନିଫର୍ମ ପ୍ରଦାନ କରାଯାଉଥିଲା । ନିକଟରେ ଏଥିରେ ସାମିଲ ହୋଇଥିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ୟୁନିଫର୍ମ ଯୋଜନା । କହିରଖିବୁ ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରୁ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନା’ ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନା ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଯୋଗାଇ ଦିଆଯିବ। ସେହିପରି ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ଅର୍ଥରାଶି ୬ ଶହରୁ ୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ହାଇସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ଓ ଜୋତା- ମୋଜା ଯୋଜନା ଚଳିତ ଶିକ୍ଷାବର୍ଷରୁ କାର‌୍ୟ୍ୟକାରୀ ହେଉଥିବାରୁ ଏଥିପାଇଁ ପ୍ରକ୍ରିୟାକରଣ ଆରମ୍ଭ ହୋଇଯାଇଛି।
ରିପୋର୍ଟ ହିସାବରେ, ପୋଷାକ, ଜୋତା-ମୋଜା କ୍ରୟ ଓ ବିତରଣ ପାଇଁ ବ୍ଲକ୍‌ସ୍ତରରେ ଏକ କମିଟି ଗଠିତ ହେବ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧିନରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇ ଦିଆଯିବ। ପୋଷାକ ସଂଗ୍ରହ ଓ ବଣ୍ଟନ ପାଇଁ ଦାୟିତ୍ୱ ଦିଆଯିବ ଏମ୍‌ଏସ୍‌ଏମ୍ଇ ବା ସ୍ବୀକୃତିପ୍ରାପ୍ତ ଏସ୍ଏଚ୍‌ଜିଙ୍କୁ । ଆସନ୍ତା ୧୫ ତାରିଖ ସୁଦ୍ଧା ସ୍କୁଲମାନଙ୍କୁ ପୋଷାକ ଯୋଗାଇ ଦିଆଯିବ । ପୋଷାକ ସଂଗ୍ରହ ପାଇଁ ଏମଏସଏମଇ ଓ ଏସଏଚଜି ୟୁନିଟକୁ ଦିଆଯିବ ପ୍ରାଥମିକତା । ସେମାନେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷାକ ସହିତ ଜୋତା- ମୋଜା ଯୋଗାଡ଼ କରି ପିଲାମାନଙ୍କୁ ବଣ୍ଟନ କରିବେ।
ଜଣେ ଛାତ୍ରଛାତ୍ରୀଙ୍କୁ ବର୍ଷକ ପାଇଁ ୨ହଳ ପୋଷାକ ଓ ଏକ ହଳ ଯୋତା, ଏକ ହଳ ମୋଜା ପ୍ରଦାନ କରାଯିବ। ଛାତ୍ରଙ୍କ ପାଇଁ ଫୁଲ୍‌ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ପାଇଁ ଚୁଡ଼ିଦାର ପୋଷାକ ରହିଛି। ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ଓ ଜୋତା- ମୋଜା ଛାଡ଼ି ଚଳିତବର୍ଷରୁ ଟି-ସାର୍ଟ, ଟ୍ରାକ୍‌ସୁଟ, ଆଇକାର୍ଡ ଓ ଟୋପି ମିଳିବ। ଛାତ୍ରଛାତ୍ରୀଙ୍କୁ ପୋଷାକ ପ୍ରଦାନ ନେଇ ସମୟସୀମା ଧାର‌୍ୟ୍ୟ ହେବା ସହିତ ଏକ କମିଟି ଗଠନ ହୋଇଛି । ଏହି ବ୍ଲକସ୍ତରୀୟ କମିଟିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦସ୍ୟ ଆବାହକ ରହିବା ସହିତ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ, ମିଶନ ଶକ୍ତିର ବିପିସି ଓ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଆଦି କମିଟିରେ ସଦସ୍ୟ ରହିବେ ବୋଲି ଜଣାପଡିଛି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ