ଅଦ୍ଭୁତ ମନ୍ଦିର । କାନ୍ଥଠୁ ଗମ୍ପୁଜ । ସବୁ କିଛି ତିଆରି ବିଅର ବୋତଲରେ । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏମିତି ଏକ ମନ୍ଦିର ଅଛି ଯାହାର ନିର୍ମାଣରେ ଲାଗିଛି ହଜାର ହଜାର ବିଅର୍ ବୋତଲ ।
ଦେଶ ତଥା ବିଦେଶରେ ଅଛି ଅନେକ ସୁନ୍ଦର ସୁନ୍ଦର ମନ୍ଦିର । ମନ୍ଦିର ନିର୍ମାଣରେ ଲାଗେ ଦାମୀ ପଥର । ସୁନ୍ଦର କଳାକୃତ୍ତି ମଧ୍ୟ ସ୍ଥାନ ପାଏ । ଏପରିକି ସୁନା ଆଉ ମାର୍ବଲରେ ତିଆରି ଦେବାଳୟର ଅନେକ ଉଦାହରଣ ରହିଛି । ହେଲେ ସବୁଠୁ ଖାସ୍ ହେଉଛି ବିଅର ବୋତଲ ମନ୍ଦିର । ହେଲେ ଏହା ଆମ ଦେଶରେ ନୁହେଁ ବରଂ ବାହାରେ ରହିଛି ।
ବିଅର ବୋତଲ୍କୁ ଅଯଥା ଏବଂ ଅଦରକାରୀ ଭାବି ଆମେ ଫୋପାଡ଼ି ଦେଉ । କିନ୍ତୁ କେହି ଏହାକୁ କରନ୍ତି ବ୍ୟବହାର ଉପଯୋଗୀ। ଆଉ କେହି ଘରର ସାଜସଜ୍ଜାରେ ବ୍ୟବହାର କରନ୍ତି ବିଅର ବୋତଲ । ତେବେ ଥାଇଲାଣ୍ଡରେ ଏହି ବୋତଲରେ ତିଆରି ହୋଇଛି ଭବ୍ୟ ମନ୍ଦିର । ଯାହାକୁ ଦେଖିବାକୁ ଆସୁଛନ୍ତି ଲକ୍ଷ ଲକ୍ଷ ଲୋକ ।
ମନ୍ଦିର ପଛରେ ରହିଛି ଥାଇଲ୍ୟାଣ୍ଡ ସିକ୍ରେଟ୍ ପ୍ରାନ୍ତର ଭିକ୍ଷୁକଙ୍କ ହାତ । ସେମାନେ ପ୍ରାୟ ୧୦ ଲକ୍ଷ ବିଅର ବୋତଲ୍କୁ ପ୍ରଥମେ ଏକାଠି କରିଥିଲେ । ଏହାପରେ ଏହାକୁ ନେଇ ସ୍ଥାପନା କରିଥିଲେ ବାଟ ପା ମାହା ଜେଡ଼ି ଖିୟୁ ନାମକ ଏକ ଧାର୍ମିକସ୍ଥଳୀ । ଯାହାର ଗମ୍ବୁଜ ଏବଂ କାନ୍ଥ ସବୁ ବିଅର ବୋତଲ୍ରେ ପ୍ରସ୍ତୁତ ।
ମନ୍ଦିରକୁ ପ୍ରସ୍ତୁତ କରିବା ପାଇଁ ସେମାନେ ବ୍ୟବହାର କରିଥିଲେ ସବୁଜ ଏବଂ ମାଟିଆ ରଙ୍ଗର ବିଅର ବୋତଲ୍ ।ଖୁବ ମନଲୋଭା ହେଇଛି ମନ୍ଦିର । ଯାହାକୁ ଦେଖିବା ପାଇଁ ବିଦେଶରୁ ବି ଆସନ୍ତି ପର୍ଯ୍ୟଟକ । ଆଉ ସୌନ୍ଦର୍ଯ୍ୟକୁ ଭରପୁର କରନ୍ତି ଉପଭୋଗ । କୁହାଯାଏ ପ୍ରତିଦିନ ଏଠାରୁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।
ଶାସ୍ତ୍ର ଅନୁସାରେ ବିଭିନ୍ନ ଧର୍ମିକସ୍ଥଳୀକୁ ମନା ମଦ । ଏପରିକି ପିଇକି ଆସିବା ପାଇଁ କରାଯାଇଛି ବାରଣ । ସବୁ କଟକଣାକୁ ଖାତିର କରି ବିଅର ବୋତଲରେ ମନ୍ଦିର ତୋଳିଥିଲେ ଭିକ୍ଷୁକ । ପ୍ରଥମେ କେହି କେହି ଏହାକୁ କରିଥିଲେ ବିରୋଧ। ଏବେ କିନ୍ତୁ ଏହାକୁ ଦେଖିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ । ଏବେ ଏହା ଥାଇଲାଣ୍ଡର ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ରୂପେ ସ୍ଥାନ ପାଇଛି ।

