କ୍ରିକେଟ ଜଗତରରୁ ଆସିଛି ଏକ ଦୁଃଖଦ ଖବର । ଭାରତର ଜଣେ ଅଭିଜ୍ଞ କ୍ରିକେଟରଙ୍କ କାର ଅତି ଦୟନୀୟ ଭାବେ ଦୁର୍ଘଟଣାର ଶିକାର ହୋଇଛି । ମାତ୍ର ଆଶ୍ୱସ୍ତିକର ଖବର ଏହା ଯେ, ଏତେବଡ ଆକ୍ସିଡେଣ୍ଟ ହେବା ପରେ ଭାରତର ଏହି ଜଣାଶୁଣା ପ୍ଲେୟାର ଜଣଙ୍କ ମୃତ୍ୟୁମୁଖରୁ ବର୍ତିଯାଇଛନ୍ତି । ଏହି ଖବର ଶୁଣି ନିହାତି ଭାବେ ଆପଣଙ୍କ ମନରେ ପ୍ରଶ୍ନ ଆସିବଣି କି କିଏ ସେହି ପ୍ଲେୟାର । ଦର୍ଶକବନ୍ଧୁ ଆମେ କହୁଛୁ, ମହେନ୍ଦ୍ର ସିଂ ଧୋନୀଙ୍କ କପ୍ତାନୀରେ ଖେଳିସାରିଥିବା ଭାରତର ସ୍ୱିଂ ବୋଲର ପ୍ରବୀଣ କୁମାରଙ୍କ କଥା । ଯାହାଙ୍କର ରହିଛନ୍ତି ଲକ୍ଷାଧିକ ଫ୍ୟାନ୍ସ ଆଉ ଫଲୋଅର୍ସ । ପ୍ରବୀଣଙ୍କ କାର ଏକ କ୍ୟାଣ୍ଟରକୁ ଧକ୍କା ଦେବା ପରେ ଏଭଳି ଏକ ବଡ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣା ସମୟରେ ବୋଲର ପ୍ରବୀଣ କୁମାର ଓ ତାଙ୍କ ପୁଅ କାର ଭିତରେ ଥିଲେ । ଏହାପରେ ଘଟଣାସ୍ଥଳରେୁ ଲୋକେ କ୍ୟାଣ୍ଟର ଡ୍ରାଇଭରକୁ ଧରି ପୁଲିସରେ ଜିମା ଦେଇଥିଲେ । ପରେ ଖବର ପାଇ ସିବିଲ ଲାଇନ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରି ପହଂଚାଇଥିଲା ହସ୍ପିଟାଲରେ ।
ତେବେ ବର୍ତମାନର ଦୁର୍ଘଟଣା ସଂପର୍କରେ ସୂଚନା ମିଳିଛି କି, ପ୍ରବୀଣ ଓ ତାଙ୍କ ପୁଅ ସୁରକ୍ଷିତ ସହ ସୁସ୍ଥ ଅଛନ୍ତି । ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ବାଗପତ୍ ରୋଡସ୍ଥିତ ମୁଲତାନ ରୋଡରେ ରହୁଥିବା ପ୍ରବୀଣ ଡିଫେଣ୍ଡର ଗାଡିରେ ପାଣ୍ଡବ ନଗର ପଟୁ ଆସୁଥିବା ବେଳେ ସାମ୍ନାପଟୁ ଧକ୍କା ଦେଇଥିଲା ଦୃତଗତିରେ ଆସୁଥିବା କ୍ୟାଣ୍ଟର । ଯାହାପରେ ଏତ ବଡ ଦୁର୍ଘଟଣା ଘଟିଯାଇଥିଲା । ମାତ୍ର ଭାଗ୍ୟ ଭଲ ଥିବାରୁ ଉଭୟ ପ୍ରବୀଣ ଓ ତାଙ୍କ ପୁଅ ବଂଚି ଯାଇଛନ୍ତି । ସାମାନ୍ୟ ଆହତର ଶିକାର ହୋଇଛନ୍ତିା ନହେଲେ କିଛି ବି ହୋଇପାରିଥାନ୍ତା ।
ସେପଟେ ଏସପି ସିଟି ପିୟୁଷ କୁମାର ଏହାକୁ ନେଇ କହିଛନ୍ତି କି, କ୍ୟାଣ୍ଟର ଚାଳକଙ୍କୁ ଗିରଫ କରାଯାଇଛି । ଦୁର୍ଘଟଣାରେ ପ୍ରବୀଣ କୁମାର ଓ ତାଙ୍କ ପୁଅ ସୁରକ୍ଷିତ ଅଛନ୍ତି ।
ତେବେ ଜଣାଇଦେବୁ, ପ୍ରବୀଣ କୁମାର ଭାରତ ପାଇଁ ନିଜର ଶେଷ ଇଣ୍ଟରନ୍ୟସାନାଲ ମ୍ୟାଚ ଖେଳିଥିଲେ ୨୦୧୨ ମସିହାରେ । ଏହାପରେ ତାଙ୍କୁ କେବେ ବି ଭାରତୀୟ ଟିମରେ ମଉକା ମିଳିନାହିଁ । ୨୦୦୭ରେ ଭାରତ ପାଇଁ ଡେବ୍ୟୁ କରିଥିବା ପ୍ରବୀଣ କୁମାର ଟେଷ୍ଟ, ଦିନିକିଆ ଓ ଟି୨୦ ଇଣ୍ଟରନ୍ୟାସନାଲ ତିନୋଟି ଫର୍ମାଟରେ ଖେଳିସାରିଛନ୍ତି । ଆଉ ଦେଖାଇଛନ୍ତି ନିଜ ଦକ୍ଷତା । ୩୬ ବର୍ଷୀୟ ପ୍ରବୀଣ ଭାରତ ପାଇଁ ୬ଟି ଟେଷ୍ଟ ମ୍ୟାଚରେ ୨୭ଟି ଓିକେଟ, ୬୮ଟି ଦିନିକିଆ ମ୍ୟାଚରେ ୭୭ଟି ଓିକେଟ ଓ ୧୦ଟି ଟି୨୦ ମ୍ୟାଚରେ ନେଇଛନ୍ତି ୮ଟି ଓିକେଟ । ଅବଶ୍ୟ ମାତ୍ର ୨୬ ବର୍ଷ ବୟସରେ ଏହି ଖତରନାକ ଖେଳାଳୀଙ୍କ ଇଣ୍ଟରନ୍ୟାସନାଲ କ୍ୟାରିଅର ଶେଷ ହୋଇଥିଲା ।
କହିରଖିବୁ ଯେ, ଗତବର୍ଷ ମଧ୍ୟ ଭାରତୀୟ ଷ୍ଟାର ବ୍ୟାଟର ଋଃଷଭ ପନ୍ତ ବି ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯେଉଁଥିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରୁ ସେ ବାଦ ପଡିଛନ୍ତି । ବର୍ତମାନ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି ସତ । ତଥାପି ଆହୁରି ସମୟ ଲାଗିପାରେ ବୋଲି କୁହାଯାଉଛି । ତେବେ ଦର୍ଶକବନ୍ଧୁ ଏହି ଖବର ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

