23.3 C
Odisha
Friday, March 6, 2026

ଟାଇଗରଙ୍କୁ କନ୍ଦେଇ ନୂଆ ବଏଫ୍ରେଣ୍ଡ କଲେ ଦିଶା ପାଟନୀ

ବଲିଉଡ ଆକ୍ଟ୍ରେସ ଦିଶା ପାଟନୀ କିଛି ନା କିଚି କାରଣ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ଦମଦାର ଅଭିନୟ ପାଇଁ ସେ ବେଶ ଜଣାଶୁଣା । ଆକ୍ଟିଂ ଯେମିତି ଡ୍ୟାନ୍ସ ବି ସେମିତି । ନିଜ ଦକ୍ଷତା ପାଇଁ କୋଟି କୋଟି ଦର୍ଶକଙ୍କ ହୃଦୟରେ ସେ ନିଜ ପଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ତେବେ ଫିଲ୍ମକୁ ବାଦ୍ ଦେଲେ ପର୍ସନାଲ ଲାଇଫକୁ ନେଇ ବି ଚର୍ଚ୍ଚାରେ ଥାଆନ୍ତି ଦିଶା । ବ୍ରେକ ଅପ ପରେ ଏବେ ସେ ଆଲେକ୍ସଜାଣ୍ଡାର ଆଲେକ୍ସଙ୍କ ସହ ସଂପର୍କକୁ ନେଇ ଚର୍ଚ୍ଚା ସାଉଁଟୁଛନ୍ତି ।
ଦୀର୍ଘ ଦିନ ଧରି ଅଭିନେତା ଟାଇଗର ଶ୍ରଫଙ୍କ ସହ ସମ୍ପର୍କରେ ରହିବା ପରେ ଅଭିନେତ୍ରୀ ଦିଶା ପଟାନୀ ଏବେ ଅଲଗା ହୋଇଯାଇଛନ୍ତି। ଲୋକଙ୍କ ବିଶ୍ୱାସ ଥିଲା ଯେ ଏହି ପ୍ରେମ ସମ୍ପର୍କ ଚିରସ୍ଥାୟୀ ହେବ ଆଉ ଦିଶା ଏବଂ ଟାଇଗର ନିଶ୍ଚୟ ବିବାହ କରିବେ। କିନ୍ତୁ ଏହା ହୋଇ ପାରିଲା ନାହିଁ, ଉଭୟ ବ୍ରେକ୍‌ଅପ୍ ହୋଇଗଲା।

ଦିଶାଙ୍କୁ ନେଇ ବର୍ତ୍ତମାନ ଏକ ନୂଆ ଖବର ସାମ୍ନାକୁ ଆସିଛି। ଦିଶା ଏବେ ତାଙ୍କର ନୂଆ ପ୍ରେମିକ ପାଇ ଯାଇଛନ୍ତି। ସେ ତାଙ୍କ ଜିମ୍ ପାର୍ଟନର୍ ଆଲେକ୍ସଜାଣ୍ଡାର୍ ଆଲେକ୍ସିକଙ୍କ ସହିତ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଛି।

ଏକ ଭାଇରାଲ୍ ଭିଡିଓରେ ଅଭିନେତ୍ରୀ ଦିଶା ତାଙ୍କ ଜିମ୍ ବନ୍ଧୁ ଆଲେକ୍ସଜାଣ୍ଡାର୍ ଆଲେକ୍ସିକଙ୍କୁ ତାଙ୍କ ପ୍ରେମିକ ଭାବରେ ପରିଚିତ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓଟି ସେଲିବ୍ରିଟି ଫଟୋଗ୍ରାଫର ବରିନ୍ଦର ଚାୱଲାଙ୍କ କ୍ୟାପ୍‌ସ୍‌ନ ଦେଇ ଶେୟାର କରିଛନ୍ତି। ସେ ଲେଖିଛନ୍ତି “ସେ ମୋର ପ୍ରେମିକ”। ଏଥିରୁ ସ୍ପଷ୍ଟ ହେଉଛି ଯେ ଦିଶା ଆଲେକ୍ସଜାଣ୍ଡାର୍‌ଙ୍କ ସହିତ ତାଙ୍କ ସମ୍ପର୍କ ତିଆରି କରିଛନ୍ତି।

ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି କ୍ଲିପ ଉପରେ ପ୍ରତିକ୍ରିୟା ଦେଉଥିବା ଦେଖାଯାଏ। ଜଣେ ଲେଖିଛନ୍ତି, ସେ ଯିଏ ବି ହେଉ, କେବଳ ଜଣେ ଭଲ ବନ୍ଧୁ।’ ଅନ୍ୟ ଜଣେ କହିଛନ୍ତି, ‘ଶେଷରେ ସେ ଏହାକୁ ସ୍ପଷ୍ଟ ଭାବରେ ଗ୍ରହଣ କରିଛନ୍ତି।’ ଆଉ ଜଣେ ମଜ୍ଜାଳିଆ ଢଙ୍ଗରେ କହିଛନ୍ତି, ‘ଟାଇଗର ଶ୍ରଫ୍ କଣରେ ବସି କାନ୍ଦୁଛନ୍ତି।’

ପ୍ରକାଶଥାଉ ଯେ ଦୀର୍ଘ ୬ ବର୍ଷ ପର‌୍ୟ୍ୟନ୍ତ ପରସ୍ପରକୁ ଡେଟିଂ କରିବା ପରେ ଦିଶା ପଟାନୀ ଏବଂ ଟାଇଗରଙ୍କ ବ୍ରେକ୍‌ଅପ୍ ହୋଇଥିଲା। ତଥାପି, ଦୁହେଁ ନିଜ ସମ୍ପର୍କକୁ କେବେ ଅଫିସିଆଲ୍ କରି ନଥିଲେ। ସେପ୍ଟେମ୍ବର ୨୦୨୨ରେ ‘କଫି ୱିଥ୍ କରଣ ୭’ ରେ ଟାଇଗର କୌଣସି ପ୍ରକାରେ ତାଙ୍କ ବ୍ରେକ୍‌ଅପ୍ ବିଷୟରେ କହିଥିଲେ। ସେତେବେଳେ ସେ କାହାର ନା’ ନ ନେଇ ସିଙ୍ଗଲ ହେଇଯିବା କହିଥିଲେ।

ଯଦିଓ ବର୍ତ୍ତମାନ ଟାଇଟର୍ ସେମିତି ସିଙ୍ଗଲ ଅଛନ୍ତି ଆଉ ଜୀବନକୁ ଉପଭୋଗ କରୁଛନ୍ତି, ଏହି ସମୟରେ ଦିଶା ଆଉ କାହା ସହିତ ସମ୍ପର୍କ ଗଢିସାରିଲେଣି । ତାଙ୍କର ଏହି ଫଟୋ ମଧ୍ୟ ଭାଇରାଲ୍ ହେଉଛି। ଭାଇରାଲ କ୍ଲିପ୍‌ଟି ଏକ ପାର୍ଟୀର ବୋଲି କୁହାଯାଉଛି ଯେଉଁଥିରେ ଦିଶା ତାଙ୍କ ଜିମ୍ ପାର୍ଟନର୍ ଆଲେକ୍ସଜାଣ୍ଡାରଙ୍କ ସହ ନଜର ଆସିଛନ୍ତି।

ଏହି ସମୟରେ, ସେ ପାର୍ଟୀ ଭିତରକୁ ଯିବା ପୂର୍ବରୁ ଆଲେକ୍ସଜାଣ୍ଡାରଙ୍କୁ ତାଙ୍କ ସାଙ୍ଗମାନଙ୍କ ସହିତ ପରିଚିତ କରାଉଛନ୍ତି। କୁହାଯାଉଛି ଯେ ଏହି ପରିଚୟ ଭିତରେ ସେ ଆଲେକ୍ସଜାଣ୍ଡାରଙ୍କୁ ତାଙ୍କ ପ୍ରେମିକ ବୋଲି କହୁଛନ୍ତି। ପ୍ରକାଶଥାଉ ଯେ ଟାଇଗର ଶ୍ରଫଙ୍କୁ ମଧ୍ୟ ଏହି ପାର୍ଟୀରେ ଦେଖିବାକୁ ମିଳିଥିଲା କିନ୍ତୁ ସେ ଦିଶାଙ୍କ ସହ ପୋଜ୍ ଦେଇ ନଥିଲେ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ