25.4 C
Odisha
Saturday, May 18, 2024
spot_img

କିନ୍ନର ସାଜିଲେ ସୁସ୍ମିତା

ଦର୍ଶକ ବନ୍ଧୁ, ଆପଣ ମାନେ ସମସ୍ତେ ଜାଣିଥିବେ ବଲିଉଡ୍ ସୁନ୍ଦରୀ ସସ୍ମିତା ସେନ ଙ୍କୁ । ଯିଏ ଦର୍ଶକ ଙ୍କୁ ଭେଟି ଦେଇଛନ୍ତି ଅନେକ ସୁପର ହିଟ ଫିଲ୍ମ । ନାମୀ ଦାମୀ ହିରୋଇନଙ୍କ ମଧ୍ୟରେ ଆସେ ସୁସ୍ମିତାଙ୍କ ନାଁ । ହାଇପେଡ ଅଭିନେତ୍ରୀଙ୍କ ମଧ୍ୟରେ ହୁଏ ଏହି ଆକ୍ଟ୍ରେସଙ୍କ ଗଣତି । ନିଜର ଦମଦାର ଅଭିନୟ ପାଇଁ ବେଶ ଜଣାସୁଣା ଅଭିନେତ୍ରୀ ସୁସ୍ମିତା ସେନ୍ । ଅବଶ୍ୟ ଲମ୍ବା ସମୟ ଧରି ବଲିଉଡ୍ ରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ ଜଣଙ୍କ । ହେଲେ ଓଟିଟି ପ୍ଲାଟଫର୍ମ ଆସିବା ପରେ ତାଙ୍କ କ୍ୟାରିଅର କୁ ମିଳିଛି ନୂଆ ସୁଯୋଗ । ଆର‌୍ୟ ସିରିଜ୍ ଯୋଗେ କମ୍ ଵ୍ୟାକ କରିଛନ୍ତି ଏହି ଆକ୍ଟ୍ରେସ ଜଣଙ୍କ । ଯାହା ସୁପର ହିଟ୍ ହୋଇଥିଲା । ଖାଲି ଏତିକି ନୁହେଁ, ଏହାର ଦିତୀୟ ସିରିଜ୍ ବି ହୋଇଥିଲା ହିଟ । ତେବେ ଆର‌୍ୟ୍ୟ ସଫଳତା ଲାଭ କରିବା ପରେ ଏବେ ଆଉ ଏକ ନୂଆ ସିରିଜ୍ ନେଇ ଆସୁଛନ୍ତି ସସ୍ମିତା । ନୂଆ ୱେବ୍ ସୋ ତାଳି ରେ ଜଣେ ଟ୍ରାନସଜେଣ୍ଡର ଭାବେ ସେ ନଜର ଆସିବେ । ଯାହାର ଟିଜର ରିଲିଜ୍ ହୋଇ ସାରିଛି। ଏହି ୱେବ୍ ସିରିଜଟି ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହେବାକୁ ଥିବା ବେଳେ ଶନିବାର ଦିନ ଏହାର ଟିଜର ରିଲିଜ୍ ହୋଇଛି ।
ଏହି ୱେବ ସିରିଜଟି ସମାଜସେବୀ କିନ୍ନର ଶ୍ରୀ ଗୌରୀ ସାବନ୍ତଙ୍କ ଜୀବନ କାହାଣୀକୁ ନେଇ ତିଆରି ହୋଇଛି । ଏହି ଟିଜରରୁ ସୁସ୍ମିତା ସେନ୍ ଗୌରୀ ସାବନ୍ତଙ୍କ ଭୂମିକାରେ ଅଭିନୟ କରୁଥିବା ଦର୍ଶକେ ଦେଖିବାକୁ ପାଇବେ ।
ଗୌରୀ ସାବନ୍ତଙ୍କ ଜୀବନରେ ଗାଳିରୁ ତାଳି ପର‌୍ୟ୍ୟନ୍ତ ଘଟିଥିବା ସମସ୍ତ ଘଟଣାବଳୀ ଓ ଦେଶରେ ତୃତୀୟ ଲିଙ୍ଗ ପାଇଁ ତାଙ୍କ ଲଢେଇର କାହାଣୀକୁ ନେଇ ଏହି ୱେବ ସିରିଜଟି ଗତିଶୀଳ ।
ୟୁଟ୍ୟୁବ ଜିଓ ସିନେମାରେ ଏହି ଟିଜର ରିଲିଜ ହୋଇଥିବା ବେଳେ ନିଜ ଇନଣ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ଏନେଇ ସୂଚନା ଦେଇଛନ୍ତି ସୁସ୍ମିତା ସେନ୍ ।
ଟିଜର ରିଲିଜ ହେବା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସୁସ୍ମିତାଙ୍କ ଏହି ଇନଣ୍ଟାଗ୍ରାମ ପୋଷ୍ଟରେ କମେଣ୍ଟ କରି ଅନେକ ଫ୍ୟାନ୍ସ ଏହି ଟିଜରର ପ୍ରସଂଶା କରୁଥିବା ଦେଖିବାକୁ ମିଳିଛି ।
କିଛିଦିନ ପୂର୍ବରୁ ‘ତାଲି’ର ପୋଷ୍ଟର ରିଲିଜ ହୋଇଥିଲା । ଯେଉଁଥିରେ ସୁସ୍ମିତାଙ୍କ ଲୁକ୍ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଥିଲା ।
ପୁରୁଷଙ୍କ ଭଳି ଚେହେରା, ଦେହରେ ଶାଢୀ, କପାଳରେ ବଡ଼ ଲାଲ ସିନ୍ଦୁର ଟୋପା ଓ ବେକରେ ଫୁଲମାଳ ପକାଇ ନଜର ଆସିଥିଲେ ଅଭିନେତ୍ରୀ ।
ତେବେ ଦର୍ଶକ ବନ୍ଧୁ ସୁସ୍ମିତା ସେନ ଙ୍କ କିନ୍ନର ଗେଟ୍ ଅପ ଉପରେ ଆପଣଙ୍କ ମତାମତ କଣ୍ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ