19.7 C
Odisha
Friday, January 16, 2026

ସପ୍ତାହକୁ ମାତ୍ର ୨ ଦିନ ପଢି ପାଇଲେ IAS

ଦେଶର ସବୁଠୁ କଠିନ ପରୀକ୍ଷା ଭିତରୁ ଗୋଟିଏ ହେଲା ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା । ଏହାକୁ ପାସ କରିବା ଏତ ସହଜ ନୁହେଁ । ପରୀକ୍ଷାରେ କ୍ରାକ୍ କରିବା ପାଇଁ ଆଶାୟୀଙ୍କୁ ସ୍ୱତନ୍ତ୍ର ରଣନୀତି, କଠିନ ପରିଶ୍ରମ ଓ ଧୈର୍ଯ୍ୟ ଦରକାର । ହେଲେ ଏସବୁ ବାଦ ଅନେକ ଛାତ୍ରଛାତ୍ରୀ ସଠିକ ଦୃଷ୍ଟିକୋଣ ଓ ପରିଶ୍ରମ ସହ ନିଜ ସଫଳତାର କାହାଣୀ କୁହନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଲେ, ହରିୟଣାରେ ରହୁଥିବା ସୁନ୍ଦରୀ ଆଇଆରଏସ ଅଧିକାରୀ ଦେବଯାନୀ ସିଂ ।
କହିରଖିବୁ, ହରିୟାଣାରେ ରହୁଥିବା ଏହି ଅଧିକାରୀ ୟୁପିଏସସିକୁ ସପ୍ତାହରେ ମାତ୍ର ଦୁଇ ଦିନ ପଡି ପାସ୍ କରିଛନ୍ତି । ହାଇସ୍କୁଲ ଓ ଇଣ୍ଟରମିଡିଏଟ ପଢା ସାରିଛନ୍ତି ଚଣ୍ଡୀଗଡରୁ । ଏହାପରେ ୨୦୧୪ରେ ବିରଳା ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀର ଗୋଓା କ୍ୟାମ୍ପସରୁ କରିଥିଲେ ବିଟେକ୍ ।
ଦେବଯାନୀ ସିଂ ନିଜ ଇଂଜିନିୟରିଂ ଗ୍ରାଜୁଏସନ କରିବା ପରେ ଇଂଜିନିୟରିଂ କ୍ଷେତ୍ରରେ ଯିବା ପରିବର୍ତେ ପ୍ରଶାସନିକ ଅଧିକାରୀ ବନିବାର ସ୍ୱପ୍ନ ଦେଖିଥିଲେ । ଆଉ ଏହି ଦିଗରେ ସେ ଆରମ୍ଭ କରିଥିଲେ ପ୍ରସ୍ତୁତି । ୨୦୧୫ରେ ପ୍ରଥମଥର ପାଇଁ ଦେଇତିଲେ ୟୁପିଏସସି ପରୀକ୍ଷା । ହେଲେ ପାସ କରିପାରିନଥିଲେ । ଏହାପରେ ୨୦୧୬ ଓ ୨୦୧୭ରେ ବି ରହିଲେ ଅସଫଳ । ହେଲେ ୪ର୍ଥ ପ୍ରୟାସରେ କିନ୍ତୁ ତାଙ୍କୁ ମିଳିଯାଇତିଲା ସଫଳତା । ପ୍ରଥମ ଦୁଇଟି ପ୍ରୟାସରେ ୟୁପିଏସସି ପ୍ରିଲିମ୍ସକୁ କ୍ୱାଲିଫାଏ କରିପାରିନଥିଲେ । ଏହାପରେ ୩ୟ ପ୍ରୟାସରେ ପଂହଚିଯାିତିଲେ ଇଣ୍ଟରଭ୍ୟୁ ରାଉଣ୍ଡ ଯାଏଁ । ମାତ୍ର ଚୟନ ହୋଇନଥିଲା । ପରେ ୨୦୧୮ରେ କରିଥିଲେ ୪ର୍ଥ ପ୍ରୟାସ ।
୪ର୍ଥ ପ୍ରୟାସରେ ଦେବଯାନୀ ୨୨୨ ଅଲ ଇଣ୍ଡିଆ ରାଙ୍କ ସହ ସଫଳତା ପୂର୍ବକ କ୍ରାକ କରିଥିଲେ ୟୁପିଏସସି ଏବଂ ବନିଥିଲେ ଆଇଆରଏସ ଅଦିକାରୀ । ସେଣ୍ଟ୍ରାଲ ଅଡିଟ୍ ଡିପାର୍ଟମେଣ୍ଟରେ ତାଙ୍କୁ ମିଳିଥିଲା ନିଯୁକ୍ତି । ଏହାପରେ ସେ ଆରମ୍ଭ କରିଥିଲେ ଟ୍ରେନିଂ । ହେଲେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ବି କରୁଥିଲେ । ଚାକିରୀ କରୁଥିବା କାରଣରୁ ସପ୍ତାହକୁ ମାତ୍ର ୨ ଦିନ ସମୟ ମିଳୁଥିଲା । କେବଳ ଶନିବାର ଓ ରବିବାର ଛୁଟି ଦିନ ଥିବାରୁ ସେଇ ଦୁଇ ଦିନ ସେ ପାଠ ପଢୁଥିଲେ । ପରେ ୨୦୧୯ରେ ଦେବଯାନୀ ୧୧ ରାଙ୍କ ହାସଲ କରିଥିଲେ । ଆଉ ପାଇଥିଲେ ଆଇଏଏସ ।
୍ଣତବେ ଦର୍ଶକବନ୍ଧୁ ଏହାଥିଲା ଦେବଯାନୀଙ୍କ ସଫଳତାର କାହାଣୀ । ୩ ଥର ସେ ବିଫଳ ହେବା ପରେ ବି ମାନିନଥିଲେ ହାର୍ । ଶେଷରେ ତାଙ୍କୁ ସଫଳତା ମିଳିଥିଲା ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ