22.9 C
Odisha
Wednesday, October 29, 2025

ବିଶ୍ୱାସରେ ବିଷ ଦେଉଛନ୍ତି କ୍ଷୀରବାଲା

ଦର୍ଶକବନ୍ଧୁ ଆଜିକାଲି କ୍ଷୀର ଦାମ ବହୁତ ବଢିଗଲାଣି । ଘରୋଇ କ୍ଷୀର ଅପେକ୍ଷା କିଣା କ୍ଷୀରର ଦାମ ଟିକିଏ ଅଧିକ । ଗାଁ ଗହଳିରେ ଲୋକ ବେଶି ଘରୋଇ କ୍ଷୀର ପସନ୍ଦ କରନ୍ତି । ଅନ୍ୟପଟେ କିଣା କ୍ଷୀରରେ ବି କିଛି ଭିଟାମିନ ନଥିବା କୁହନ୍ତି ଲୋକେ । ହେଲେ ଆପଣ ତ କ୍ଷୀରରେ ପାଣି ମିଶା ଯିବା କଥା ନିହାତି ଭାବେ ଶୁଣିଥିବେ । ମାତ୍ର ଦେଖିନଥିବେ ।
୍ଣହଲେ ଆଜି ଆମେ ଆପଣଙ୍କୁ ଏହାର ଫଟୋ ଦେଖାଇବୁ । ଯାହାକୁ ଦେଖି ଆପଣ ବି ନିଜ ଆଖିକୁ ବିସ୍ୱାସ କରିପାରିବେ ନାହିଁ । ଆଉ ଖାସ କଥା ହେଲା ଏହି ଫଟୋ ଟିକୁ ଯିଏ ଉଠାଇଛନ୍ତି, ସେ ହେଲେ ଜଣେ ଜିଲ୍ଲାପାଳ ।
ପ୍ରଥମେ କହିରଖିବାକୁ ଚାହିଁବୁ କି ଏମିତି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ସେଓପୁରରେ । ଏଠି ଜଣେ କ୍ଷୀରବାଲା କ୍ଷୀରରେ ପାଣି ମିଶାଇବା ପାଇଁ ନଈ ରୁ ପାଣି ଆଣି ବ୍ୟବହାର କରୁଥିଲେ । ଆଉ ପ୍ରାତଃ ଭ୍ରମଣରେ ଯିବା ବେଲେ କଲେକ୍ଟରଙ୍କ ଆଖିରେ ପଡିଥିଲା ଏ ଦୃଶ୍ୟ । ପରେ ସେ ଏହାକୁ ଫୋନ କ୍ୟାମେରାରେ ରେକର୍ଡ କରି ନିଜେ ସୋସିଆଲ ମିଡିଆରେ ଏବେ ଭାଇରାଲ କରିଛନ୍ତି । ଏହି ଫଟୋରେ ଆପଣ ସେମିତି କିଛି ଦେଖିପାରୁଥିବେ ମଧ୍ୟ । ଏ ବ୍ୟକ୍ତି ଜଣଙ୍କ କିପରି ପାଣି ମିଶାଉଛନ୍ତି ।
ତେବେ ଏଭଳି ଦୃଶ୍ୟ ଦେଖିବା ପରେ କଲେକ୍ଟର କ୍ଷୀରବାଲା ପାଖକୁ ଯାଇ ତାକୁ ଅଟକାଇ ଥିଲେ ଏବଂ କ୍ଷୀରରେ ଏମିତି ପାଣି ନ ମିସାଇବାକୁ ଦେଇଥିଲେ ପରାମର୍ଶ ।
କହିରଖିବୁ ଯେ, ଏମିତି ମାମଲା ପ୍ରଥମ ଥର ନୁହେଁ, ଯେତେବେଲେ କଲେକ୍ଟର କ୍ଷୀରବାଲାକୁ ଏମିତି ଧରିଛନ୍ତି । ବରଂ ଜଏନିଂ ସମୟରେ ସକାଳ ବେଳେ ଜଣେ କ୍ଷୀର ବାଲାକୁ ଅଟକାଇ ପଚାରିଥିଲେ କ୍ଷୀରରେ କେତେ ପାଣି ମିସାଉଚ । ହେଲେ ସେତେବେଳେ କ୍ଷୀରବାଲା ଜଣକ ବାଇକ ନେଇ ଛୁ ମାରିଥିଲା । ଏବେ ସେ ପୁଣି ଥରେ କ୍ଷୀର ବାଲାକୁ ଧରିଛନ୍ତି ।

ତେବେ କଲେକ୍ଟରଙ୍କ ଫେସବୁକ ପେଜରେ ଏହି ଫଟୋ ସେୟାର କରାଯାଇଛି । କ୍ୟାପସନରେ ମଧ୍ୟ ଲେଖାଯାଇଛି କି କଲେକ୍ଟର ସଂଜୟ କୁମାର ମର୍ଣ୍ଣିଂ ଓାକ୍ ବେଳେ ଏମିତି ଦୃଶ୍ୟ ଦେଖିଥିଲେ । ପରେ କ୍ଷୀରବାଲାକୁ ବୁଝାଇବା ସହ ଏମିତି ପୁଣି ଥରେ ନ କରିବାକୁ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ କି, ଏମିତି କରିବା ଦ୍ୱାରା ଭଗବାନ ଆମ ଉପରେ ରାଗନ୍ତି । ଏହାର ପରିଣାମ ଜୀବନରେ ନିହାତି ଭାବରେ ଭୋଗିବାକୁ ପଡିବ । ଯଦି ପୁଣି ଥରେ ଏଭଳି କର, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିବା କ୍ୟାପସନ ଦିଆଯାଇଛି ।
ଖାଲି ଏତିକି ନୁହେଁ ପଶୁପାଳକଙ୍କ ପାଇଁ ସେ ଆହୁରି ମଧ୍ୟ ଲେଖିଛନ୍ତି କି, ଆପଣମାନେ ସମସ୍ତେ ଏତେ ପରିଶ୍ରମ କରି ଘରକୁ ଘର କ୍ଷୀର ପହଂଚାଇବା କାର୍ଯ୍ୟ ସେବା ମନୋଭାବନା ନେଇ କରୁଛ । କାହିଁ କେବେଠୁ କରିଆସୁଛ । ହେଲେ ଏଥିରେ ଗୋଟିଏ କଥା ଭୁଲ । ସେସବୁ ପରିବାରରେ ଆପଣମାନେ ବିଶ୍ୱସନୀୟ , ଯାହାଙ୍କ ଉପରେ ସେହି ପରିବାର ବିଶ୍ୱାସ କରି ଖାଦ୍ୟପଦାର୍ଥର ବ୍ୟବହାର କରୁଛନ୍ତି । ହେଲେ ଆପଣମାନେ ତାଙ୍କ ପଛରେ କଣ କରୁଛ । ସେଥିପାଇଁ ଏଭଳି କାମ ନ କରନ୍ତୁ ।

ତେବେ ଦର୍ଶକବନ୍ଧୁ ଏହି ଖବର ଉପରେ ଆପଣ କଣ କହିବେ । ବାସ୍ତବରେ ଏମିତି କାର୍ଯ୍ୟ କରିବା ଠିକ ନା ଭୁଲ ନିଜ ମତାମତ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ