15.6 C
Odisha
Thursday, January 15, 2026

ଭାରତର ସବୁଠୁ ଭୟଙ୍କର ଜାଗା, ଯେଉଁଠୁ ଆଜିଯାଏଁ ଫେରିନି କେହି…

ଭୟଙ୍କର ଜାଗା । ପାଦେ ପାଦେ ବିପଦ । ଗଲେ ଫେରିବା ମୁସ୍କିଲ । ରହିଛି ମୃତ୍ୟୁ ଭୟ । କେହି ଯିବାକୁ ଡରନ୍ତି ସେଠାକୁ । ବଂଚିକି ଫେରିବା ଅସମ୍ଭବ । ଏପରି ଏକ ଜାଗା ଅଛି ଆମ ଦେଶରେ । ଯାହା ଆଜି ବି ଅନେକଙ୍କୁ ଅଜଣା ।

ଭାରତର ଏକ ସୁନ୍ଦର ଅଂଚଳ ଆଣ୍ଡାମାନ ନିକୋବର । ପ୍ରକୃତିର ଦାନ ଏହି ଦ୍ବୀପ । ଅନେକ ଐତିହାସିକ କାହାଣୀ ବି ରହିଛି ଏଠାରେ । ପର୍ଯ୍ୟଟକଙ୍କ ଗହଳି ବି କିଛି କମ ନୁହେଁ ଏଠି । ପ୍ରତିଦିନ ବୁଲିବାକୁ ଏଠାକୁ ଆସନ୍ତି ହଜାର ହଜାର ଲୋକ । ପ୍ରକୃତି କୋଳରେ କିଛି ସମୟ ବିତାନ୍ତି । ଘଂଚ ଜଙ୍ଗଲ ଆଉ ସି ବିଚ୍ ର ମଜା ନିଅନ୍ତି । ହେଲେ ଏହି ଦୀପର ରହିଛି ଏକ କଳା କାହାଣୀ । କାହାଣୀ ତ ନୁହେଁ ବାସ୍ତବତା । ଯାହା ମନରେ ଆଣିଦିଏ ଡର \

ଆଣ୍ଡାମାନ ଦ୍ୱୀପପୁଞ୍ଜରେ ରହିଛି ନର୍ଥ ସେଣ୍ଟିନେଲ ଆଇଲାଣ୍ଡ । ଯାହା ଆସୁଛି ଦକ୍ଷିଣ ଆଣ୍ଡାମାନ ଜିଲାରେ । ଅଧିକାଂଶ ସମୟରେ ଏଠାକାର କାହାଣୀ ଥାଏ ଚର୍ଚ୍ଚାରେ ।  ଏଠାକୁ ଗଲେ ଫେରନ୍ତିନି କେହି । କାରଣ ହେଉଛି ଏଠାରେ ରହୁଥିବା ଆଦିବାସୀ ସମୁଦାୟ ।ବାହାର ଲୋକକୁ ଦେଖିଲେ ମାରି ଦିଅନ୍ତି ସେମାନେ । ବାହାର ଦୁନିଆଠୁ ବିଛିନ୍ନ ଏହି ଜନଜାତି ଘାତକ ଯେତିକି ହିଂସ୍ର ବି ସେତିକି । ସତେ ଯେମିତି ସେମାନେ ମଣିଷ ନୁହେଁ ବରଂ କୌଣସି ପଶୁ ।

ଏମାନେ ହେଲେ ସେଣ୍ଟିନେଲ ଜନଜାତି । ଏମାନଙ୍କ ଉଚ୍ଚତା କମ। କିନ୍ତୁ ଖୁବ ହିଂସ୍ର । ପ୍ରାୟ 2000 ବର୍ଷ ହେଲା ରହୁଛନ୍ତି ଏହି ଜନଜାତି । ଦେଶର ବିରଳ ଜନଜାତିଙ୍କ ମଧ୍ୟରୁ ଏମାନେ ଅନ୍ୟତମ । ଏମାନଙ୍କ ବିଷୟରେ ସେତେ ବି ଜାଣନ୍ତିନି କେହି । ବିଜ୍ଞାନ ଛୁଇଁନି ଏମାନଙ୍କୁ । ଆଧୁନିକତା ସେମାନଙ୍କ ପାଖ ମାଡିନି ।

କିଛି ବର୍ଷ ତଳେ ଏଠାରେ ନିଖୋଜ ହୋଇଯାଇଥିଲେ ଜଣେ ୟୁଏସ ପର୍ଯ୍ୟଟକ। ମିଳିନଥିଲା ପତ୍ତା । କୁହାଗଲା ଆମେରୀକିୟଙ୍କୁ ହତ୍ୟା କରିଛନ୍ତି ସେଣ୍ଟିନେଲ ଆଦିବାସୀ । ଏଠାକୁ ତେଣୁ ଯିବା ଉପରେ ଲାଗିଛି କଟକଣା । ଏପରିକି ଫଟୋ ଉଠା ବି ପୁରା ନିଷେଧ । ଖାଲି ବିଦେଶି ନାଗରିକ ନୁହେଁ, ବରଂ ଭାରତୀୟମାନେ ବି ଏଠାକୁ ଯାଆନ୍ତିନି ।

ତେବେ ସେଣ୍ଟିନେଲ ଜନଜାତିର ଗଣନା କରନ୍ତି ଭାରତ ସରକାର । ସରକାରୀ ଦସ୍ତାବିଜ ଅନୁସାରେ, ଏଠାରେ ରୁହନ୍ତି  400 ଆଦିବାସୀ  । ତେବେ ବାହାର ଦୁନିଆ ବିଷୟରେ ଏମାନେ ଅଜଣା । ଶିକାର ଓ ଫଳ ମୂଳ ତୋଳି ବଂଚନ୍ତି ଏମାନେ । ପିନ୍ଧନିତି ପୋଷାକ ।  ତେଣୁ ସେମାନେ ପଶୁ ଭଳି ହିଂସ୍ର ଆଉ ଅତି ଘାତକ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ