35.7 C
Odisha
Friday, March 6, 2026

ଶ୍ରାବଣ ମାସରେ ଶାଗ ଖାଇଲେ ଲାଗିବ ପାପ

ଶ୍ରାବଣ ମାସଟି ଭଗବାନ ଶିବଙ୍କ ଭକ୍ତି ଓ ମାତା ପାର୍ବତୀଙ୍କ ଶକ୍ତିକୁ ସମର୍ପିତ । ତେବେ ଏହି ମାସରେ ପୂଜାପାଠ ସହ ଜଡିତ ନିୟମର ପାଳନ କରିବା ବ୍ୟତୀତ ଖାଦ୍ୟପେୟରେ ବି କିଛି ଖାସ ଧ୍ୟାନ ରଖିବାକୁ ହୁଏ । ଏମିତି ମାନ୍ୟତା ରହିଛି କି, ଶ୍ରାବଣ ମାସରେ ଶାଗ ଖାଇବା ଅଶୁଭ ବୋଲି କୁହାଯାଏ । ତେବେ ଏହା ପଛରେ ଧାର୍ମିକ କାରଣ ମଧ୍ୟ ରହିଚି । ବୈଜ୍ଞାନିକ ତର୍କ ବି ଏହାର ସମର୍ଥନ କରନ୍ତି । ତାହେଲେ ଚାଲନ୍ତୁ ଜାଣିବା ଶ୍ରାବଣ ମାସରେ ଶାଗ ଖାଇବାକୁ ନେଇ କଣ କହୁଛି ଧାର୍ମିକ ଓ ବୈଜ୍ଞାନିକ କାରଣ ।

ଶାସ୍ତ୍ର ନିୟମାନୁସାରେ, ଶ୍ରାବଣରେ ଶାଗ ଖାଇବା ଅନୁଚିତ । କୁହାଯାଏ ପ୍ରକୃତିକୁ ବେଶି ଭଲପାଆନ୍ତି ଶିବ । ଏମିତିରେ ଶାଗପତ୍ର ଭାଙ୍ଗି ଖାଇବା ଶୁଭ ହୋଇନଥାଏ । ଏମିତି କଲେ ଶିବ ପ୍ରସନ୍ନ ହୋଇନଥାନ୍ତି ।
ସେପଟେ ବୈଜ୍ଞାନିକ କାରଣ କୁହେ, ଶ୍ରାବଣ ମାସରେ ଶାଗ ଖାଇଲେ ଶରୀରରେ ପିତ୍ତ ବଢାଉଥିବା ତତ୍ୱର ମାତ୍ରା ବଢି ଯାଏ । ଯାହା ପାଚନ ତନ୍ତ୍ରରେ ସମସ୍ୟା ସୃଷ୍ଟି କରେ । ସେପଟେ ଶ୍ରାବଣ ମାସରେ ବର୍ଷା ଅଧିକ ହୁଏ । ଅଧିକ ବର୍ଷା ହେବା କାରଣରୁ ଶାଗରେ କୀଟପତଙ୍ଗ ସଂଖ୍ୟା ବି ବଢି ଯାଏ । ସେଥିପାଇଁ ଶାଗ ଖାଇବା ଉଚିତ ନୁହେଁ । ଶରୀରକୁ ଏହା କ୍ଷତି ପହଂଚାଇଥାଏ ।
ଏହି ମାସ ଆରମ୍ଭ ହେବା ପୂର୍ବରୁ ଥଣ୍ଡା ମୌସମ ରହିଥାଏ । ଦହି ବି ଥଣ୍ଡା ଖାଦ୍ୟ । ସେଥିପାଇଁ ଶ୍ରାବଣ ମାସରେ ଦହି ଖାଇଲେ ଥଣ୍ଡା ସର୍ଦି ହେବାର ବି ସମ୍ଭାବନା ରହିଥାଏ ।
ଖାଲି ଦହି ନୁହେଁ ବରଂ କ୍ଷୀର ବି ପିଇବା ଉଚିତ ନୁହେଁ ଏହି ମାସରେ । ଏହା ପଛରେ ଉଭୟ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି । ତେବେ ଏହି ଦିନରେ ଗାଇ ଗୋରୁ ଯେତେବେଲେ ଘାସ ଚରନ୍ତି, ଘାସ ଡାଳ ପତ୍ର ସହ ସେମାନେ କୀଟ ପତଙ୍ଗ ବି ଖାଇ ଯାଆନ୍ତି । ସେଥିପାଇଁ କ୍ଷୀରରେ ବ୍ୟାକ୍ଟେରିଆ ହେବାର ବଢିଯାଏ ଯଥେଷ୍ଟ ସମ୍ଭାବନା । ସେଥିପାଇଁ କ୍ଷୀର ନ ନ ପିଇବା ଏହି ଦିନେ ବେଶି ଭଲ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ