40.3 C
Odisha
Thursday, April 16, 2026

ବାହା ହେଲେ ସାରଥୀଙ୍କ ପୁଅ

ଦର୍ଶକବନ୍ଧୁ ଓଡିଶାରେ ଦିନେ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ପ୍ରବଚନରେ ଆକର୍ଷିତ କରିଥିବା କଥିତ ବାବା ସାରଥୀଙ୍କୁ କିଏ ଅବା ନଜାଣେ । ସାରଥୀ ଓରଫ ସନ୍ତୋଷ ରାଉଳ ୮ ବର୍ଷ ପୂର୍ବରୁ ଓଡିଶାରେ ଜଣେ ନମ୍ବର ଓାନ ସାଧୁ ବାବା ନାମରେ ପରିଚିତ ଥିଲେ । ପ୍ରବଚନରେ ମୁଗ୍ଧ ହୋଇପଡୁଥିଲେ ସାରା ଓଡିଶାବାସୀ । ହେଲେ ବେଶିଦିନ ଚାଲିନଥିଲା ତାଙ୍କର ଏହି ପ୍ରବଚନ ପେଶା । ସିମେଣ୍ଟ ଗାଇରୁ କ୍ଷୀର ବାହାରିବାଠୁ ଆରମ୍ଭ କରି, ପାଦରୁ ମହୁ ବାହାରିବା ଏବଂ ହାତରୁ ବିଭୂତି ବାହାରିବା ଭଳି କାରନାମା ଦେକାଇ ବେଶ ଚକିତ କରାଉଥିଲେ ସେ ଲୋକହ୍‌କୁ । ଏକପ୍ରକାର ଭୂଆଁ ବୁଲାଇଥିଲେ । ହେଲେ ବେଶିଦିନ ଏହା ଚାଲିପାରିନଥିଲା ।
୨୦୧୫ ମସିହା ଜୁଲାଇ ୪ ତାରିଖରେ ସେ ହାଇଦ୍ରାବାଦର ହୋଟେଲ ଗୋଲକୋଣ୍ଡାଠାରେ ଜଣେ ୨୧ ବର୍ଷୀୟ ଯୁବତୀ ସହ ରହୁଥିବାଏକ ଗଣମାଧ୍ୟମ ଚ୍ୟାନେଲ ରେ ରେ ପ୍ରସାରିତ ହୋଇଥିଲା । ଏହା ପରେ ତାଙ୍କୁ ଗଣମାଧ୍ୟମରେ ନିନ୍ଦା କରି ବିଭିନ୍ନ ଖବର ପ୍ରସାରିତ ହେବା ଆରମ୍ଭ ହେଲା । ବାବା ନିଜେ ଜିନ୍ସ ଏବଂ ଚଷମା ପିନ୍ଧିଥିବାର ଫଟୋ ଦେଖିଥିଲେ ତାଙ୍କର କଥିତ ହଜାର ହଜାର ଭକ୍ତ । ସାରଥୀଙ୍କ ଜଣେ ସହଯୋଗୀ ନିୟମିତ ଆମିଷ ଖାଇବା ସହ ମଦପାନ କରିବା ଓ ଯୁବତୀମାନଙ୍କ ସହ ଶାରିରୀକ ସମ୍ବନ୍ଧ ରଖିବା ବାବଦରେ ଖବର ପ୍ରକାଶ ହୋଇଥିଲା । ସାରଥୀ ଫେରାର ହେବା, ଗିରଫ ହେବା, ଆଶ୍ରମ ପରିସରରେ ପୋଲିସ ଛାଉଣୀ ହେବା ପରି ବହୁତ ଚର୍ଚ୍ଚା ସୋସିଅଲ ମିଡ଼ିଆରେ ହୋଇଥିଲା ବେଶ ଭାଇରଲ । କେନ୍ଦ୍ରାପଡ଼ାକୁ ବଦନାମ କରିବାକୁ ଚକ୍ରାନ୍ତ ଚାଲିଛି ଏବଂ କିଛି ବିରୋଧୀ ଅନ୍ତେବାସୀଙ୍କଦ୍ୱାରା ଏହି ଅପପ୍ରଚାରର ଖୋରାକ ଯୋଗାଯାଇଥିଲା ବୋଲି ବାବା ସଫେଇ ଦେଇଥିଲେ ।

ବର୍ତମାନ ସାରଥୀଙ୍କ ସହ ଜଡିତ ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ତାହା ହେଲେ ଏବେ ସାରଥୀଙ୍କ ପାଳିତ ପୁଅ ସତ୍ୟମ ରାଉଳ ବାହା ହୋଇଛନ୍ତି । ଶନିବାର ବିଳମ୍ବିତ ରାତିରେ ପାରାଦୀପରେ ସେ ଧୂମଧାମରେ ବିବାହ କରିଛନ୍ତି । ଖବର ହିସାବରେ ନୂଆଗଡ ପଂଚାୟତ ବାଲିଡିଆ ଗାଁର ଅଶୋକ ସେନାପତିଙ୍କ ଝିଅ କୁ ସତ୍ୟମ ବୈଦିକ ରୀତିନୀତିରେ ବିବାହ କରିଛନ୍ତି । ତେବେ ଖାସ କଥା ହେଉଛି କି, ଏହି ବିବାହକୁ ସାରଥୀ ଆସିବେ ବୋଲି ସମସ୍ତେ ଭାବି ଥିଲେ । ସେଥିପାଇଁ ସେଠାରେ ଲାଗିଥିଲା ଲୋକଙ୍କ ପ୍ରବଳ ଗହଳି । ମାତ୍ର ପହଂଚିନଥିଲେ ସାରଥୀ । ବରଯାତ୍ରୀ ଯାଉଥିବା ବେଳେ ଅନେକ ଲୋକେ ସତ୍ୟମ ଙ୍କ ସହ ସେଲଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ