24.1 C
Odisha
Saturday, March 7, 2026

ପତ୍ନୀକୁ ଧୋକା ଦେଇଥିଲେ ଏହି କ୍ରିକେଟର

ଶ୍ରୀଲଙ୍କା ଟିମର ପୂର୍ବତନ କପ୍ତାନ ସନଥ ଜୟସୂର୍ଯ୍ୟାଙ୍କୁ ଏବେ ପୂରିଛି ୫୪ ବର୍ଷ । ନିଜର ୨୨ ବର୍ଷ କ୍ୟାରିଅରରେ ଶ୍ରୀଲଙ୍କା ପାଇଁ ଅନେକ ବିଜୟ କଲାଭଳି ପ୍ରଦର୍ଶନ ସେ ଦେଖାଇଛନ୍ତି । ୧୯୯୬ ବିଶ୍ୱକପ ବିଜେତା ଶ୍ରୀଲଙ୍କା ଟିମର ଖେଳାଲୀ ଥିଲେ ସନଥ । ଦମଦାର ବ୍ୟାଟିଂ କରି ଓପନିଂର ପରିଭାଷା ସେ ବଦଳାଇ ଦେଇଥିଲେ । ସେହି ବିଶ୍ୱକପରେ ଜୟସୂର୍ଯ୍ୟା ଓ ରମେଶ କାଲୁବିତରଣାଙ୍କ ତୋଫାନ କଲାଭଳି ବ୍ୟାଟିଂ ଏବେ ବି କ୍ରିକେଟ ଫ୍ୟାନଙ୍କ ମନରେ ସ୍ମରଣୀୟ ହୋଇ ରହିଛି ।
ଦେଖିବାକୁ ଗଲେ ସନଥଙ୍କ କ୍ରିକେଟ କ୍ୟାରିଅର ଯେତିକି ଦମଦାର ରହିଛି, ସେତିକି ବିବାଦରେ ରହିଚି ତାଙ୍କର ପର୍ସନାଲ ଲାଇଫ । ତିନୋଟି ବିବାହ ସେ କରିଥିଲେ ଏବଂ ଏ ତିନୋଟି ଯାକ ବିବାହ ରହିଥିଲା ଅସଫଳ । ତାଙ୍କର ପ୍ରଥମ ବିବାହ ୧୯୯୮ରେ ଶ୍ରୀଲଙ୍କାର ଗ୍ରାଉଣ୍ଡ ହୋଷ୍ଟେସ ସୁମୁଦୁ କରୁଣାନାୟକଙ୍କ ସହ ହୋଇଥିଲା । ହେଲେ ମାତ୍ର ଏକ ବର୍ଷ ମଧ୍ୟରେ ଏହା ଭାଙ୍ଗି ଯାଇଥିଲା । ଏହାପରେ ସନଥ ୨୦୦୦ ମସିହାରେ ଏୟାର ହୋଷ୍ଟେସ ସନ୍ଦ୍ରା ଡିସିଲ୍‌ବା ଙ୍କ ସହ କରିଥିଲେ ୨ୟ ବିବାହ । ଯାହାଙ୍କ ଠାରୁ ୩ଟି ପିଲା ମଧ୍ୟ ଅଛନ୍ତି । ଏତିକିରେ ମନ ମାନିନଥିଲା ।
ପରେ ସନଥଙ୍କ ଆଫାୟାର ଆରମ୍ଭ ହୋଇଥିଲା ଆକ୍ଟ୍ରେସ ମଲିକା ସିରିସେନାଙ୍କ ସହ । ମଲିକାଙ୍କୁ ବିବାହ କରିବା ପାଇଁ ୨ୟ ପତ୍ନୀ ସନ୍ଦ୍ରାଙ୍କୁ ଛାଡପତ୍ର ଦେଇଥିଲେ ଜୟସୂର୍ଯ୍ୟା । ଫେବୃୟାରୀ ୨୦୧୨ରେ ସନଥ ଓ ମଲିକା ଏକ ମନ୍ଦିରରେ ଗୁପ୍ତ ଭାବରେ ବିବାହ କରିଥିଲେ । ହେଲେ କିଛି ସମୟ ପରେ ମଲିକା, ସନଥଙ୍କୁ ଛାଡି ବାହା ହୋଇଯାଇଥିଲେ ଜଣେ ବିଜନେସମ୍ୟାନଙ୍କୁ । ରିପୋର୍ଟ ହିସାବରେ, ଜୟସୂର୍ଯ୍ୟା ଏହାର ପ୍ରତିଶୋଧ ନେବା ପାଇଁ ମଲିକାଙ୍କ ଆପତିଜନକ ଭିଡିଓ ଲିକ୍ କରିଦେଇଥିଲେ । ଏହାପରେ ବହୁତ ହଙ୍ଗାମା ସୃଷ୍ଟି ହୋଇଥିଲା ।

ତେବେ ସନଥଙ୍କ ଯଦି କ୍ରିକେଟ କ୍ୟାରିଅର କଥା କହିବା, ସବୁଠୁ ସ୍ମରଣୀୟ ପ୍ରଦର୍ଶନ ତାଙ୍କର ରହିଥିଲା ୧୯୯୬ ବିଶ୍ୱକପରେ । ସେହି ବିଶ୍ୱକପରେ ଜୟସୂର୍ଯ୍ୟା ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ହୋଇଥଲେ ପ୍ଲେୟାର ଅଫ୍ ଦ ସିରିଜ ।
୧୯୯୬ରେ ଶୀଘ୍ର ଅର୍ଦ୍ଧଶତକ କରିବାର ରେକର୍ଡ ବି କରିଥିଲେ । ଯାହା ପରବର୍ତୀ ସମୟରେ ଭାଙ୍ଗି ଯାଇଥିଲା । ପାକିସ୍ତାନ ବିପକ୍ଷରେ ସିଙ୍ଗର କପ୍ ତ୍ରିକୋଣୀୟ ଶୃଙ୍ଖଳାର ଫାଇନାଲରେ ମାତ୍ର ୧୭ଟି ବଲରେ ସେ କରିଥିଲେ ୫୦ ରନ । ବାମହାତୀ ଏହି ବ୍ୟାଟ୍ସମ୍ୟାନ ୨୮ଟି ବଲରେ ୭୬ ରନର ଦମଦାର ପାରି ଖେଳିଥିଲେ । ଯେଉଁଥିରେ ୮ଟି ଚଉକା ଓ ୫ଟି ଛକା ସାମିଲ ଅଛି । ଅବଶ୍ୟ ତାଙ୍କର ଏହି ରେକର୍ଡକୁ ଦକ୍ଷିଣ ଆଫ୍ରିକାର ଏବି ଡିବିଲିୟର୍ସ ୨୦୧୫ରେ ୧୬ଟି ବଲରେ ଅର୍ଦ୍ଧଶତକ କରି ଭାଙ୍ଗି ଦେଇଥିଲେ । ୧୯୯୭ ରେ ଭାରତ ବିପକ୍ଷରେ କଲମ୍ବୋ ଟେଷ୍ଟରେ ୩୪୦ ରନର ପାରି ଖେଳିଥିଲେ ଜୟସୂର୍ଯ୍ୟା । ଯାହା ସେ ସମୟରେ ଟେଷ୍ଟ ମ୍ୟାଚରେ ସବୁଠୁ ସର୍ବାଧିକ ସ୍କୋର ଥିଲା ।
ପରେ ୨୦୧୧ରେ ଇଣ୍ଟରନ୍ୟାସନାଲ କ୍ରିକେଟକୁ ସନଥ ଅଲବିଦା କହିଥିଲେ । ଶ୍ରୀଲଙ୍କା ପାଇଁ ୧୧୦ଟି ଟେଷ୍ଟ ମ୍ୟାଚରେ ୬ ହଜାର ୯୭୩ ରନ ସେ କରିଛନ୍ତି । ଯେଉଁଥିରେ ୧୪ଟି ଶତକ ଓ ୩୧ଟି ଅର୍ଦ୍ଧଶତକ ସାମିଲ ରହିଛି । ସେହିପରି ୪୪୫ଟି ଦିନିକିଆ ମ୍ୟାଚରେ ତାଙ୍କ ନାମରେ ରହିଛି ୧୩ ହଜାର ୪୩୦ ରନ । ଦିନିକିଆ ଇଣ୍ଟରନ୍ୟାସନାଲରେ ସନଥଙ୍କ ବ୍ୟାଟରୁ ୨୮ଟି ଶତକ ଓ ୬୮ଟି ଅର୍ଦ୍ଧଶତକ ବାହାରିଛି । ସେହିପରି ଶ୍ରୀଲଙ୍କା ପାଇଁ ୩୧ଟି ଟି୨୦ରେ ସେ ଭାଗ ନେଇ କରିଛନ୍ତି ୬୨୯ ରନ ଏବଂ ଇଣ୍ଟରନ୍ୟାସନାଲ କ୍ରିକେଟରେ ନେଇଛନ୍ତି ୪୪୦ଟି ଓିକେଟ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ