19.7 C
Odisha
Friday, January 16, 2026

କେମିତି ହେବେ ର’ ଏଜେଣ୍ଟ୍ ?

ର ବା ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ଓ୍ୱିଙ୍ଗ୍ । ଭାରତର ସରକାରଙ୍କ ସବୁଠୁ ବଡ ଗୁଇନ୍ଦା ସଂସ୍ଥା । ବିଶ୍ୱର ଏକ ପ୍ରମୁଖ ଗୁଇନ୍ଦା ସଂସ୍ଥା ହେଲା ର । ଏହା ଦେଶକୁ ଦିଏ ସୁରକ୍ଷା । ଶତ୍ରୁ ଦେଶରେ ରହି ସଂଗ୍ରହ କରିଥାଏ ତଥ୍ୟ । ବଡ ବଡ ଆକ୍ରମଣ ହେବା ଆଗରୁ ସୂଚନା ଦେଇଥାନ୍ତି ର ଅଧିକାରୀ । ଭାରତର ଏନଏସଏ ଅଜିତ ଡୋଭାଲ ମଧ୍ୟ ଦିନେ ର ରେ ଥିଲେ । ଛଦ୍ମ ବେଶରେ ସେ ପାକିସ୍ତାନରେ ରହିଥିଲେ । ଆଉ ଏହାର ସାମାନ୍ୟତମ ଟେର୍ ପାଇନଥିଲେ ପାକିସ୍ତାନ ସରକାର ।

ତେବେ ର ଚାକିରୀ ସହଜ କଥା ନୁହେଁ । ଏହା ଏକ ଚ୍ୟାଲେଞ୍ଜ । ଦେଶର ସୁରକ୍ଷା ଦାୟିତ୍ୱ ଥାଏ ର ଅଫିସର ଏବଂ ଏଜେଣ୍ଟଙ୍କ ହାତରେ । ବିଶ୍ୱର ଯେକୌଣସି ସ୍ଥାନରେ କରିବାକୁ ହୋଇଥାଏ କାମ । ତାହା ପୁଣି ଗୁପ୍ତ ଭାବରେ । ଏମିତିକି ପରିଚୟ ଗୋପନ ରଖି ଶତ୍ରୁ ସହ ମିଶିବାକୁ ହୁଏ । ଅନେକ ଜରୁରୀ ତଥ୍ୟ ହାସଲ କରିବାକୁ ପଡିଥାଏ । ଧରା ପଡିଲେ କଥା ସରିଲା । ସରକାର ମଧ୍ୟ ହାତ ଟେକି ଦିଅନ୍ତି । ତେବେ ଧରା ନପଡିବା ପାଇଁ ର ଏଜେଣ୍ଟଙ୍କୁ ପ୍ରଦାନ କରାଯାଏ ଖାସ୍ ତାଲିମ । କେମିତି ଶତ୍ରୁର ମୁକାବିଲା କରିବେ, ବିନା ଅସ୍ତ୍ରରେ ଶତ୍ରୁକୁ ନିପାତ କରିବେ ସେସବୁ ଜାଣିଥାନ୍ତି ଏଜେଣ୍ଟ ।

ଏବେ ଆଶନ୍ତୁ ଜାଣିବା ଏଥିରେ କେମିତି ମିଳିଥାଏ ନିଯୁକ୍ତି । ଆପଣ ଭାବୁଥିବେ ଏହି ଚାକିରୀ ପାଇବା ଖୁବ ସହଜ । ହେଲେ ଆପଣଙ୍କ ଭାବିବା ଭୁଲ । ସହଜ ନୁହେ ର ଏଜେଣ୍ଟ ଭାବେ ଚାକିରୀ ପାଇବା ଏବଂ କାମ କରିବା । ତେବେ ଆଶନ୍ତୁ ଜାଣିବା କଣ ରହିଛି ନିଯୁକ୍ତି ପ୍ରକ୍ରିୟା । ପ୍ରଥମେ ର ରେ କାମ କରିବା ପାଇଁ ସେମିତି କିଛି ପରୀକ୍ଷା ନାହିଁ । ଗୁଇନ୍ଦା ସଂସ୍ଥା ବିଭିନ୍ନ ସୂତ୍ରରୁ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିଥାନ୍ତି । ହେଲେ ସବୁଠୁ ପ୍ରତ୍ୟକ୍ଷ ନିଯୁକ୍ତି ହେଲା ୟୁପିଏସସି ।

ସିଭିଲ ସର୍ଭିସ ପରୀକ୍ଷାରେ ପାସ୍ କରୁଥିବା କିଛି ବଛା ବଛା ପ୍ରାର୍ଥୀଙ୍କୁ ର ରେ ନିଯୁକ୍ତି ମିଳେ । ଏହା ସେମାନଙ୍କ ଯୋଗ୍ୟତା ଏବଂ ଦେଶ ପ୍ରତି ଭଲ ପାଇବା ଉପରେ ନିର୍ଭର କରେ । ବେଳେବେଳେ କିଛି ପ୍ରାର୍ଥୀ ଇଣ୍ଟରଭ୍ୟୁ ସ୍ତରରୁ କଟି ଯାଆନ୍ତି । ଯଦି ଏହି ପ୍ରାର୍ଥୀଙ୍କ ଯୋଗ୍ୟତା ଥିବ, ତାହାଲେ ସେମାନଙ୍କୁ ମଧ୍ୟ ପଛରେ କଲ୍ କରିଥାଏ ସଂସ୍ଥା । ନିଯୁକ୍ତି ଅଫର୍ କରିଥାଏ । ଏହାସହ ବିଭିନ୍ନ ରାଜ୍ୟର ଗୁଇନ୍ଦା ସଂସ୍ଥା, ଦେଶର ସେନାରୁ ମଧ୍ୟ ବାଛି ବାଛି ପିଲାଙ୍କୁ ଚୟନ କରିଥାଏ ର । ସେମାନଙ୍କୁ ଟ୍ରେନିଂ ଦେଲା ପରେ ନିଯୁକ୍ତି ମିଳିଥାଏ ।

ର ର ଟ୍ରେନିଂ ମଧ୍ୟ ବହୁତ କଷ୍ଟକର । ଏଥିରେ ପ୍ରତିକୂଳ ପରିସ୍ଥିତିରେ ବଂଚିବା ଶିଖାଯାଏ । କେମିତି ବିନା ଖାଦ୍ୟ ପାଣିରେ ରହିହେବ ତାହା ଟ୍ରେନିଂର ଏକ ଅଂଶ । ସେହିପରି ବିଭିନ୍ନ ଯୁଦ୍ଧ କୌଶଳ, ଆତ୍ମରକ୍ଷା କୌଶଳ ମଧ୍ୟ ପ୍ରାର୍ଥୀଙ୍କୁ ଶିଖିବାକୁ ପଡେ । ଏହାସହ ର ରେ ଟ୍ରେନିଂ ନେଉଥିବା ପ୍ରାର୍ଥୀଙ୍କ ବୁଦ୍ଧି, ସାଧାରଣ ଜ୍ଞାନ ପରୀକ୍ଷା କରାଯାଏ । କାରଣ ଏହା ହିଁ ସେମାନଙ୍କୁ ଶତ୍ରୁର ଘରେ ରହି ତଥ୍ୟ ସଂଗ୍ରହ କରିବାରେ ସାହାଯ୍ୟ କରେ । ଏଥି ସହ କେମିତି ଶତ୍ରୁକୁ ବିନା ଶବ୍ଦରେ ନିପାତ କରିବା, ଅନ୍ୟ ଦେଶର ଭାଷା ମଧ୍ୟ ଜାଣିବା ଜରୁରୀ । ତେବେ ର ରେ କାମ କରିବା ପାଇଁ ଦରକାର ଗ୍ରାଜୁଏସନ୍ ଡିଦ୍ରୀ । ଏହାସହ ବିଦେଶୀ ଭାଷା ବୁଝିପାରୁଥିବା ଦରକାର । ଏତତ୍ ବ୍ୟତୀତ ଏହାର ସେମିତି କିଛି ବୟସସୀମା ନାହିଁ । 18ରୁ 56 ବର୍ଷ ବୟସ ଯାଏଁ ରରେ କାମ କରିହେବ । ହେଲେ ବୟସ ଅନୁସାରେ କାମର ଢାଂଚା ବଦଳିଯାଏ । ର ଏକ ଟପ୍ ସିକ୍ରେଟ୍ ଗୁଇନ୍ଦା ସଂସ୍ଥା ହୋଇଥିବାରୁ ଏହାର ନିଯୁକ୍ତି ମଧ୍ୟ ସିକ୍ରେଟ୍ ରହିଥାଏ । ଏମିତିକି ନିଯୁକ୍ତି ପରେ ପ୍ରାର୍ଥୀଙ୍କୁ ଦୁଇଟି ପରିଚୟ ଦିଆଯାଏ । ଏପରିକି ସେମାନେ ପରିବାର ସହ ମଧ୍ୟ କିଛି ସେୟାର କରାପିରନ୍ତି ନାହିଁ । ଯାହା ସେମାନଙ୍କ ଦେଶପ୍ରେମକୁ ଦର୍ଶାଇଥାଏ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ