19.7 C
Odisha
Friday, January 16, 2026

କଣ ସତରେ ବାହା ହୋଇଗଲେ ରଶ୍ମିକା ?

ଟଲିଉଡ୍ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ରଶ୍ମିକା ମନ୍ଦାନା । ନ୍ୟାସନାଲ୍ କ୍ରସ୍ ଭାବେ ସେ ପପୁଲାର । ତାଙ୍କ ଅସଂଖ୍ୟ ଫ୍ୟାନ୍ ଏବଂ ଫଲୋଅର୍ସ । ସବୁ ଫିଲ୍ମ ମଧ୍ୟ ହିଟ୍ ହୁଏ । କେବଳ ସାଉଥ ଇଣ୍ଡଷ୍ଟ୍ରି ନୁହେଁ, ବଲିଉଡରେ ବି ତାଙ୍କର କ୍ରେଜ୍ ବେଶି । ସଦାବାଳେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ହୁଏ । କିଏ ତାଙ୍କର ରାଜକୁମାର ହେବ ସେନେଇ ପ୍ରଶ୍ନ ପଚାରନ୍ତି ଫ୍ୟାନ୍ । ଏବେ କିନ୍ତୁ ଏକ ଭାଇରାଲ ଫଟୋକୁ ନେଇ ଚାରିଆଡେ ଚର୍ଚ୍ଚା ।

ଦେଖନ୍ତୁ ଏହି ଫଟୋକୁ । ଫଟୋରେ ଅଛନ୍ତି ରଶ୍ମିକା । ପୁରା ବ୍ରାଇଡାଲ ଗେଟଅପରେ ଅଛନ୍ତି ସେ । ଆଉ ତାଙ୍କ ସହ ରହିଛନ୍ତି ଟଲିଉଡ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡା । ବିଜୟ ମଧ୍ୟ ବାହାଘର ପୋଷାକରେ ରହିଛନ୍ତି । ବିଜୟ ଏବଂ ରଶ୍ମିକା ଉଭୟଙ୍କୁ ବିବାହ କରିଥିବା ଭଳି ମନେ ହେଉଛି । ଏବେ ଏହି ଫଟୋ ହେଉଛି ଖୁବ୍ ଭାଇରାଲ । ନେଟିଜେନ୍ସମାନେ ରଶ୍ମିକାଙ୍କୁ ଟ୍ୟାଗ୍ କରି ପ୍ରଶ୍ନ କରୁଛନ୍ତି । ଆଉ କେହି କେହି ଏହି ଫଟୋ ପଛର କାରଣ ଖୋଜିବା ଆରମ୍ଭ କଲେଣି ।

ପୂର୍ବରୁ ଅନେକ ଥର ବିଜୟଙ୍କ ସହ ଯୋଡା ହୋଇଚି ରଶ୍ମିକାଙ୍କ ନାଁ । ସେମାନେ ପରସ୍ପରକୁ ଡେଟ୍ କରୁଥିବା ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହୁଏ । କାରଣ ଉଭୟ କରିଛନ୍ତି ଦୁଇଟି ହିଟ୍ ଫିଲ୍ମ । ଯାହାକୁ ସାରା ଦେଶର ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ସେମାନେ ବାହା ହେଲେ ଭଲ କପୁଲ ହୋଇପାରିବେ ବୋଲି ତାଙ୍କ ଫ୍ୟାନ୍ ମାନେ କୁହନ୍ତି । ଆଉ ଏବେ ଭାଇରାଲ ଫଟୋ ପରେ ଖୁସି ହୋଇଛନ୍ତି ରଶ୍ମିକାଙ୍କ ଫ୍ୟାନ୍ । ହେଲେ ଆଉ କିଛି ଫ୍ୟାନଙ୍କ ହୃଦୟକୁ ଝଟକା ଲାଗିଛି । ଯେଉଁମାନେ ରଶ୍ମିକାଙ୍କୁ କ୍ରସ୍ ଭାବେ ଦେଖୁଥିଲେ ସେମାନଙ୍କୁ ଭାଇରାଲ ଫଟୋ ଦେଖିଲା ପରେ ଲାଗିଛି ଝଟକା ।

ଭାଇରାଲ ଫଟୋକୁ ନଜର ପକାଇଲେ, ଉଭୟ ପରସ୍ପରର ବେକରେ ପକାଉଛନ୍ତି ବରଣମାଳା । ଯେମିତି ବାହାଘରର ଫଟୋସୁଟ୍ ହେଉଛି । ଏହି ସମୟରେ ବିଜୟ ଏବଂ ରଶ୍ମିକାଙ୍କ ଚେହେରାରେ ନଜର ଆସୁଛି ହସ । ନିଜ ବିବାହରେ ସେମାନେ ଖୁସି ଥିବା ପୁରା ନଜର ଆସୁଛି । ଏଥିରେ ହ୍ୱାଇଟ୍ ସେରଓ୍ୱାନି ପିନ୍ଧିଛନ୍ତି ବିଜୟ । ପଗଡି ମଧ୍ୟ ଲଗାଇଛନ୍ତି । ଆଉ ଗୋଲ୍ଡେନ୍ ଆଉଟ୍ ଫିଟରେ ଅଛନ୍ତି ରଶ୍ମିକା । ଏହି ଫଟୋ ଇଣ୍ଟରନେଟରେ ଏବେ ପୁରା ପାଲଟିଛି ସେନସେସନ୍ । ତେବେ ଦର୍ଶକବନ୍ଧୁ, ପ୍ରକୃତ କଥା ହେଲା କିଛି ଅଲଗା । ଏହା ଖୁବ୍ ପୁରୁଣା ଫଟୋ । ସେମାନଙ୍କ ବିବାହ ଖବର ପୁରା ମିଛ । ଉଭୟଙ୍କ ଫ୍ୟାନ୍ ପେଜ୍ ଦ୍ୱାରା ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯଦି ଭଲରେ ଫଟୋକୁ ଦେଖିବା ତାହାଲେ, ଏହାକୁ ଏଡିଟ୍ କରାଯାଇଥିବା ସ୍ପଷ୍ଟ ଭାବେ ଜଣାପଡୁଛି । କିନ୍ତୁ ଯଦି ରଶ୍ମିକା ବିବାହ କରିବାକୁ ଚାହାଁନ୍ତି ତାହାଲେ କେଉଁ ହିରୋ ତାଙ୍କ ପାଇଁ ପରଫେକ୍ଟ ହେବେ, ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ