35.4 C
Odisha
Saturday, March 7, 2026

୨ ବର୍ଷ ବ୍ୟାନ୍ ଥିଲା ରାମାନନ୍ଦ ସାଗରଙ୍କ ‘ରାମାୟଣ’

ବଲିଉଡ ଫିଲ୍ମଗୁଡିକର ବିରୋଧ କରିବା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି । ଚଳିତ ବର୍ଷ ପ୍ରଥମେ ପଠାନ ଓ ପରେ ପ୍ରଭାସ ଓ କୃତି ସେନନଙ୍କ ଫିଲ୍ମ ଆଦିପୁରୁଷକୁ ନେଇ ଜବରଦସ୍ତ ଭାବେ ବିରୋଧ ପ୍ରଦର୍ଶନ କରାଯାଉଛି । ଅନେକ ଆଲୋଚନା ପରେ ବି ଫିଲ୍ମଟି ବକ୍ସ ଅଫିସରେ କୋଟି କୋଟି ଟଙ୍କା କଲେକ୍ସନ କରିଛି । ତେବେ ଓମ ରାଉତଙ୍କ ନିର୍ଦେଶିତ ଆଦିପୁରୁଷରେ ବହୁତ କିଛି ଅଭାବ ଥିବା, ଡାଏଲଗସ ଧାର୍ମିକ ଭାବନାକୁ ଆଘାତ କରୁଥିବା ଭଳି ଅଭିଯୋଗ ଆଣିଲେ ସିନେପ୍ରେମୀ । ଏହାବାଦ ରାମାନନ୍ଦ ସାଗାରଙ୍କ ରାମାୟଣ କୁ ପୁଣିଥରେ ଦେଖାଇବାକୁ ଦାବି କରିଛନ୍ତି ।
ହେଲେ ଦର୍ଶକବନ୍ଧୁ ଆପଣ ଜାଣିଛନ୍ତି କି, ଏହି ଲୋକପ୍ରିୟ ଟିଭି ସୋ ଉପରେ ବି ୨ ବର୍ଷ ଯାଏଁ ବ୍ୟାନ ଲଗାଯାଇଥିଲା । ସରକାର ଏହାର ଟେଲିକାଷ୍ଟ ଉପରେ ରୋକ ଲଗାଇଥିଲେ । ତାହେଲେ ଏହା ପଛରେ କାରଣ କଣ ଥିଲା ଜାଣିବା ପାଇଁ ଭିଡିଓର ଶେଷ ଯାଏଁ ଅପେକ୍ଷା କରନ୍ତୁ ।
୧୯୮୭ ମସିହାର ପୌରାଣିକ ଟିଭି ସୋ ରାମାୟଣ ସେତେବେଲେ ଥିଲା ବେଶ ଲୋକପ୍ରିୟ । ଆଜି ବି ଲୋକେ ସେହି ରାମାୟଣକୁ ନିଜ ମନରେ ସାଇତି ରଖିଛନ୍ତି । ରାମ ଚରିତ୍ର ନିଭାଇତଥିବା ଅରୁଣ ଗୋଭିଲ ଏବଂ ସୀତା ଚରିତ୍ରରେ ଥିବା ଦୀପିକାଙ୍କୁ ଆଜି ବି ଲୋକେ ଭଗବାନ ବୋଲି ସମ୍ବୋଧନ କରୁଛନ୍ତି । ରାମଙ୍କ କଥା କହିବା ମାତ୍ରେ ମନରେ ସେମାନଙ୍କର ସେହି ରାମ ସୀତା ଛବି ଆଙ୍କି ହୋଇଯାଏ । ୧୯୮୭ରେ ରାମାୟଣର ପ୍ରଥମ ଏପିସୋଡ ଟେଲିକାଷ୍ଟ କରାଯାଇଥିଲା । ୭୮ ଏପିସୋଡ ବିଶିଷ୍ଟ ଏହି ସିରିଜକୁ ଦର୍ଶକଙ୍କର ମିଳିଥିିଲା ଢେର ସାରା ଭଲପାଇବା । ଆଜି ବି ଏମାନଙ୍କର ଚରିତ୍ରକୁ ଲୋକେ ଭଗବାନଙ୍କ ଭଳି ପୂଜା କରନ୍ତି ।
୩୬ ବର୍ଷ ପରେ ବି ଏହି ସୋ ର ଚାହିଦା ସେତିକି ଅଛି । ପିଲାଠୁ ଆରମ୍ଭ କରି ବୁଦ୍ଧ ସମସ୍ତେ ଏହାକୁ ବେଶ ପସନ୍ଦ କରନ୍ତି । ହେଲେ ଗୋଟିଏ ସମୟରେ ଏହାକୁ ଲୋକଙ୍କ ମଧ୍ୟକୁ ଆଣିବାକୁ ମେକର୍ସ ସରକାରଙ୍କ ନିକଟକୁ ପ୍ରାୟ ୨ ବର୍ଷ ଯାଏଁ ଦୌଡିଥିଲେ ।
ପ୍ରକୃତରେ କଥା ହେଲା ଏହା ଯେ, ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର ଏକ ପୁସ୍ତକ ଲେଖିଥିଲେ । ଯାହାର ନା ହେଲା ‘ଆନ୍ ଏପିକ ଲାଇଫ, ରାମାନନ୍ଦ ସାଗାର ଫ୍ରମ ବରସାତ୍ ଟୁ ରାମାୟଣ’ । ଏଥିରେ ସେ ସେହି ସିରିୟଲ ସହ ଜଡିତ ସମସ୍ତ କଥାକୁ ପ୍ରକାଶ କରିଥିଲେ । କହିଥିଲେ ଏହି ସୋ ଟିକୁ ଟେଲିକାଷ୍ଟ କରିବା ପାଇଁ ନା ଦୁରଦର୍ଶନର ମାଲିକ ପ୍ରସ୍ତୁତ ଥିଲେ ନା ସରକାର । ଦୁହେଁ ଏହାର ବିପକ୍ଷରେ ଥିଲେ । କାରଣ ସେମାନଙ୍କୁ ଏହାର ଆଇଡିଆ ପସନ୍ଦ ଆସିନଥିଲା । ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ତିନୋଟି ପାଇଲଟ ଏପିସୋଡ ବି ରିଜେକ୍ଟ ହୋଇଥିଲା । ହେଲେ ପରେ ଏହାକୁ ପ୍ରସାରଣ କରିବା ପାଇଁ ମିଳିଥିଲା ଅନୁମତି ।
ସେହିପରି ସୁନିଲ ଲହରୀ କହିଛନ୍ତି, ଆଦିପୁରୁଷକୁ ଯେଉଁଭଳି ଭାବେ ବିରୋଧ କରାଯାଉଛି, ସେହିଭଳି ରାମାୟଣର ବି ବିରୋଧ କରାଯାଇଥିଲା । ମିନିଷ୍ଟ୍ରି ତରଫରୁ ସୀତାଙ୍କ ବ୍ଲାଉଜକୁ ନେଉ ଉଠିଥିଲା ଆପତି । ମାତା ସୀତା ସ୍ଲିଭଲେସ ବ୍ଲାଉଜ ପିନ୍ଧନ୍ତିନି ବୋଲି କୁହାଯାଇଥିଲା । ଖାଲି ଏତିକି ନୁହେଁ, ଦୁରଦର୍ଶନ ପକ୍ଷରୁ ବି ଏହାକୁ କରାଯାଇଥିଲା ବିରୋଧ । ଡିଡି ର ମାଲିକ ସୋ ପ୍ରସାରଣ କରିବା ଉପରେ ରୋକ ଲଗାଇ ଦେଇଥିଲେ । ଏହାକୁ ଟେଲିକାଷ୍ଟ କରିବେନି ବୋଲି କରିଥିଲେ ମନା ।
ବିରୋଧ କାରଣ ପାଇଁ ରାମାନନ୍ଦ ସାଗର ହାର ମାନି ନଥିଲେ । ସୀତା ବନିଥିବା ଦୀପିକା ଚିଖଲିଆଙ୍କ କଷ୍ଟ୍ୟୁମ ଉପରେ ପୁଣି ଥରେ କାମ କରିଥିଲେ । ପରେ ତାଙ୍କର ଫୁଲ୍ ସ୍ଲିଭ ବ୍ଲାଉଜ କରାଯାଇଥିଲା ଏବଂ ସେ ହିସାବରେ ଶାଢୀର ଡିଜାଇନ ମଧ୍ୟ କରାଗଲା । ତା ପରେ ଏହି ସୋ ଟିକୁ ଅଣାଯାଇଥିଲା ଦର୍ଶକଙ୍କ ମଧ୍ୟକୁ । ୟା ଭିତରେ ଚାଲିଯାଇଥିଲା ପ୍ରାୟ ଦୁଇ ବର୍ଷ । ସେବେ ଯାଏଁ ସିରିୟଲଟି ହୋଲ୍ଡ ହୋଇ ରହିଥିଲା ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ