35.4 C
Odisha
Saturday, March 7, 2026

ପୃଥ୍ୱୀ ସ ଙ୍କ ନାଁ ରେ ଅସଦାଚରଣ ମାମଲା

ଭାରତୀୟ ଟିମର ଷ୍ଟାର କ୍ରିକେଟର ପୃଥ୍ୱୀ ସ । ଚଳିତ ବର୍ଷ ଫେବୃୟାରୀରେ ତାଙ୍କ ନାଁ ରେ ଆସିଥିଲା ସାଂଘାତିକ ଅଭିଯୋଗ । ସୋସିଆଲ ମିଡିଆ ଇନଫ୍ଲୁଏନସର ସପନା ଗିଲଙ୍କୁ ଅସଦାଚରଣ ସହ ମାରପିଟ କରିବା ଭଳି ସଂଗୀନ ଅଭିଯୋଗ ତାଙ୍କ ନାମରେ ଆସିଥିଲା । ଏହି ମାମଲାରେ ଏଫଆଇଆର ରୁଜୁ କରିଥିଲା ପୁଲିସ । ପରେ ମାମଲା ଯାଇ ପହଂଚିଥିଲା ମାଜିଷ୍ଟ୍ରେଟ କୋର୍ଟରେ । ହେଲେ ଏ କେସ ସରି ଯାଇନି । ବରଂ ଏବେ ବି ଚାଲିଛି । ବର୍ତମାନ ଏ ମାମଲାରେ ପୁଲିସର ଏକ ବଡ ବୟାନ ଆସିଛି ସାମ୍ନାକୁ । ଯାହ ପୃଥ୍ୱୀଙ୍କୁ ଦେଇଛି ବଡ ଆଶ୍ୱସ୍ତି ।
ସୋମବାର ପୁଲିସ ମାଜିଷ୍ଟ୍ରେଟ କୋର୍ଟଙ୍କୁ କହିଥିଲା କି, ସପନା ଗିଲ ପୃଥ୍ୱୀ ସ ଙ୍କ ଉପରେ ଯେଉଁ ଆରୋପ ଲଗାଇଛନ୍ତି, ସେ ସବୁ ମିଛ । ଏ ମାମଲାର ତଦନ୍ତ କରୁଥିବା ଅଧିକାରୀ କୋର୍ଟରେ ନିଜ ରିପୋର୍ଟ ବି ପ୍ରଦାନ କରିଛନ୍ତି ।
କହିରଖିବୁ ଯେ, ଏହି ପୁରା ମାମଲା ଚଳିତ ବର୍ଷ ୧୫ ଫେବୃୟାରୀରେ ଘଟିଥିଲା । ଯେତେବେଲେ ସ ନିଜ ବନ୍ଧୁମାନଙ୍କ ସହ ସାନ୍ତାକ୍ରୁଜର ଏକ ୫ ଷ୍ଟାର ହୋଟେଲରେ ଡିନର ପାଇଁ ଯାଇଥିଲେ । ସେ ସମୟ ମଧ୍ୟରେ ପୃଥ୍ୱୀ ସ ଙ୍କ ସହ ଦୁଇ ଜଣ ନେଇଥିଲେ ସେଲଫି । ହେଲେ ସେମାନେ ପୁଣି ଆସି ଅନ୍ୟ ଲୋକଙ୍କ ସହ ବି ସେଲଫି ନେବାକୁ କହିଥିଲେ ।
ସେତେବେଲେ ସ ମନା କରି କହିଥିଲେ କି ସେ ସାଙ୍ଗମାନଙ୍କ ସହ ଖାଇବାକୁ ଆସିଛନ୍ତି । କିଛି ସମସ୍ୟା ସୃଷ୍ଟି କରିବାକୁ ଚାହାଁନ୍ତିନି । ପରେ ବିବାଦ ବଢି ଯାଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, ଦୁଇ ପକ୍ଷ ଭିତରେ ଟଣା ଓଟରା ଝଗଡା ଆରମ୍ଭ ହୋଇ ଯାଇଥିଲା । ପରେ ସ ଏବଂ ତାଙ୍କ ବନ୍ଧୁମାନଙ୍କ ଅଭିଯୋଗ ଆଧାରରେ ପୁଲିସ ସପନା ଗିଲଙ୍କ ସମେତ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ମାମଲାରେ ଗିରଫ ହୋଇଥିଲେ ସପନା ଗିଲ । ହେଲେ ପରବର୍ତୀ ସମୟରେ ଜାମିନରେ ସେ ମୁକୁଳିଥିଲେ ଜେଲରୁ ।
ତେବେ ସେତେବେଳେ ସପନା ଗିଲ ଓ ପୃଥ୍ୱୀ ସ ଙ୍କୁ ନେଇ କିଛି ଭିଡିଓ ସାମ୍ନାକୁ ଆସିଥିଲା । ଦୁହେଁ ଜଣେ ଆଉ ଜଣଙ୍କ ଉପରେ ମାରପିଟର ଅଭିଯୋଗ ଆଣିଥିଲେ । ସପନା ମଧ୍ୟ ସ ଙ୍କ ଉପରେ ଅସଦାଚରଣ ନେଇ ଲଗାଇଥିଲେ ଅଭିଯୋଗ । ସେତେବେଳେ ପୁଲିସ ମାମଲା ରୁଜୁ କରିନଥିବା କହିଥିଲେ ସପନା । ଏହାପରେ ସେ ସିଧା ଯାଇ କୋର୍ଟରେ ପହଂଚିଥିଲେ । ପରେ କୋର୍ଟ ଏହି ମାମଲାରେ ପ୍ରବେଶ କରିବା ପରେ ମାମଲା ରୁଜୁ କରିଥିଲା ପୁଲିସ ।
ବ୍ୟାଟରେ ମାରିବା ଓ ଅସଦାଚରଣ ସମେତ ଆଉ କିଛି ମାମଲାରେ ଆଇପିସି ଧାରା ୩୫୪, ୫୦୯,୩୨୪ ଆଧାରରେ ଅଭିଯୋଗ ଦାୟର କରିଥିଲେ ସପନା । ଖାଲି ଏତିକି ନୁହେଁ ଏ ସମୟ ବେଳେ ସରକାରୀ ହସ୍ପିଟାଲର ମେଡିକାଲ ସାର୍ଟିଫିକେଟ ବି ଦେଇଥିଲେ ।
କୋର୍ଟରେ ପୁଲିସ ଦ୍ୱାରା ରିପୋର୍ଟ ଦିଆଯିବା ପରେ ସପନା ଗିଲଙ୍କ ଓକିଲ ଅଲୀ କାଶିଫ ଖାନ ବି କୋର୍ଟରେ ଏକ ଅପିଲ କରିଥିଲେ । ସେ ଅନୁରୋଧ କରିଥିଲେ କି, ସପନା ଗିଲଙ୍କୁ ବି ଏହି ମାମଲାରେ କଥିତ ବିବାଦ ଭିଡିଓର ଫୁଟେଜ ଉପସ୍ଥାପନ କରିବା ପାଇଁ ଅନୁମତି ଦିଆଯାଉ । ଯାହାକୁ ଗିଲଙ୍କ ବନ୍ଧୁମାନେ ନିଜ ଫୋନରେ ରେକର୍ଡ କରିଥିଲେ । ପବ୍ ବାହାରେ ହୋଇଥିବା ଏହି ଘଟଣାର ସିସିଟିଭି ଫୁଟେଜ ନେବାକୁ ବି ଦାବି କରିଥିଲେ ।
କୋର୍ଟ ମାମଲା ଶୁଣାଣୀ ଜୁନ ୨୮ରେ ହେବ ବୋଲି କହିବା ସହ ପୁଲିସକୁ ସଂପୂର୍ଣ୍ଣ ଘଟଣାର ଫୁଟେଜ ଉପସ୍ଥାପନ କରିବା ପାଇଁ କହିଛନ୍ତି । ସେପଟେ ପୁଲିସ କୋର୍ଟକୁ କହିଚି ଯେ, ପବ୍ ର ସିସିଟିବି ଫୁଟେଜ ଯାଂଚରୁ ଜଣାପଡୁଛି କି ସପନା ଓ ତାଙ୍କ ବନ୍ଧୁ ଶୋଭିତ ଠାକୁର ନିଶାସକ୍ତ ଥିଲେ ଏବଂ ଡାନ୍ସ କରୁଥିଲେ । ଶୋଭିତ ନିଜ ମୋବାଇଲ ଫୋନରେ ପୃଥ୍ୱୀଙ୍କ ରେକର୍ଡିଂ କରିବାକୁ ଚାହୁଁଥିଲେ । ହେଲେ ଭାରତୀୟ କ୍ରିକେଟର ତାଙ୍କୁ ଏମିତି କରିବାକୁ ରୋକିଥିଲେ ।
ଯେଉଁ ହୋଟେଲରେ ଏହି ଘଟଣା ଘଟିଥିଲା, ସେଠାରେ ଥିବା ସାକ୍ଷୀଙ୍କର ବୟାନ ରେକର୍ଡ କରିଛି ପୁଲିସ । ସେମାନେ କହିଛନ୍ତି କି, ସପନାଙ୍କୁ କେହି ବି ଅସଦାଚରଣ କରିନାହାନ୍ତି । ଏମିତିରେ ସିସିଟିଭି ଫୁଟେଜରେ ବି ସେମିତି କିଛି ଦୃଶ୍ୟ ନାହିଁ । ଏହାବାଦ ଏଟିସି ଟାଓାରର ସିସିଟିବି ଫୁଟେଜ ବି ଯାଂଚ କରାଯାଇତିଲା । ସପନା ହାତରେ ବେସବଲ ବ୍ୟାଟ ଧରି ସ ଙ୍କ କାର ପିଛା କରୁଥିବା ଦେଖା ଯାଇଛି । ଏମିତିକି ସେମାନେ ସ ଙ୍କ କାରର କାଚ ବି ଭାଙ୍ଗିଥିଲେ । ମୋଟାମୋଟି ଭାବେ ସେମିତି କିଛି ଘଟଣା ଘଟିନାହିଁ, ସପନା ଯାହା ଅଭିଯୋଗ ଆଣିଥିଲେ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ