23.3 C
Odisha
Friday, March 6, 2026

ରାଷ୍ଟ୍ରପତିଙ୍କ ରୋଷେୟା କଲେ ବଡ ଖୁଲାସା

ଭାରତୀୟ ରାଜନୀତିଜ୍ଞା ଓ ଭାରତର ୧୫ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତର ରାଷ୍ଟ୍ରପତି ହେବାରେ ସେ ହେଲେ ପ୍ରଥମ ଆଦିବାସୀ । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ କରିଥିଲେ କାର‌୍ୟ୍ୟ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ବାଣିଜ୍ୟ ଏବଂ ଗମନାଗମନ ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ସେ କାର‌୍ୟ୍ୟ କରିଥିଲେ ।

ଯଦି ଆମେ ରାଷ୍ଟ୍ରପତିଙ୍କ ଲାଇଫ ଷ୍ଟାଇଲ ସଂପର୍କରେ କହିବା, ତେବେ ସାତ୍ତ୍ୱିକ ଆହାର ଗ୍ରହଣ କରନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୂର୍ମୁ । ପ୍ରତିଭା ପଟେଲଙ୍କ ପରେ ଦ୍ରୌପଦୀ ମୂର୍ମୁ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବରେ ଏବେ ପଦଭାର ସମ୍ଭାଳୁଛନ୍ତି । ଏହାସହ ସେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ମଧ୍ୟ । ନିଜର କାର୍ଯ୍ୟଶୈଳୀ, ସ୍ୱଭାବ ଓ ଦକ୍ଷତା ବଳରେ ଆଜି ସେ ଭାରତୀୟଙ୍କ ସମେତ ସମଗ୍ର ବିଶ୍ୱକୁ କରିଛନ୍ତି ପ୍ରଭାବିତ ।
ତେବେ ବିଗତ ଦିନରେ ସୋସିଆଲ ମିଡିଆରେ ନିଜର ଡାଏଟ ପ୍ଲାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି ରାଷ୍ଟ୍ରପତି । କହିରଖିବୁ ଯେ, ଏକ୍ସରସାଇଜ ସମେତ ନିଜ ଡାଏଟ ପ୍ଲାନର ବହୁତ ଧ୍ୟାନ ରଖନ୍ତି ଆମ ରାଷ୍ଟ୍ରପତି । ଯେଉଁଥିପାଇଁ ଆପଣ ବି ଏବେ ତାଙ୍କ ଡାଏଟ ପ୍ଲାନ ବିଷୟରେ ଜାଣିବାକୁ ଇଚ୍ଛୁକ ହେବେଣି ।
ନିକଟରେ ଏକ ରିପୋର୍ଟରୁ ରାଷ୍ଟ୍ରପତିଙ୍କ ଡାଏଟ ପ୍ଲାନ ବିଷୟରେ ଖୁଲାସା କରାଯାଇଛି । ରାଷ୍ଟ୍ରପତି ଭବନର ମୁଖ୍ୟ ସେଫ୍ ସଂଜୟ କୁମାରଙ୍କ କହିବା ହିସାବରେ, ବହୁତ ସାଧାସିଧା ଖାଇବା ପସନ୍ଦ କରନ୍ତି ରାଷ୍ଟ୍ରପତି । ଏମିତିକି ପିଆଜ ରସୁଣ ବି ତାଙ୍କ ଖାଦ୍ୟରେ ପଡେନି । ମୋଟାମୋଟି ଭାବେ କହିବାକୁ ଗଲେ ପୁରା ଭେଜିଟେରିଆନ ହେଉଛନ୍ତି ଦ୍ରୌପଦୀ ମୁର୍ମୂ । ରସୁଣ କି ପିଆଜ ସେ ଖାଆନ୍ତିନି । ଖାଦ୍ୟକୁ ନେଇ ତାଙ୍କର କିଛି ଡିମାଣ୍ଡ ବି ନାହିଁ । ହେଲେ ଖାଦ୍ୟ କିନ୍ତୁ ପୁରା ସାତ୍ତ୍ୱିକ ହେବା ଦରକାର ।
ଯଦି ଦ୍ରୌପଦୀଙ୍କ ଦିନର ଆରମ୍ଭ ବିଷୟରେ କହିବା, ତେବେ ସେ ନିଜର ଦିନ ଆରମ୍ଭ କରନ୍ତି ଯୋଗରୁ । ଜଳଖିଆରେ ଖାଆନ୍ତି ପୁରୀ, ତରକାରୀ । ହେଲେ ତାଙ୍କର ବେଶି ପସନ୍ଦ ହେଉଛି ପଖାଳ ଭାତ । ଏହିପରି ଭାବେ ରାଷ୍ଟ୍ରପତିଙ୍କ ଦିନ ଆରମ୍ଭ ହୁଏ ।
ତେବେ ଜଣାଇ ରଖିବୁ, ଦ୍ରୌପଦୀ ମୁର୍ମୁ ୧୯୫୮ ମସିହା ଜୁନ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲାସ୍ଥିତ ବାଇଦାପୋଷିଠାରେ ଏକ ସାନ୍ତାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମୂଳ ନାମ ଥିଲା ପୁତି ଟୁଡୁ । ହେଲେ ସ୍କୁଲରେ ଶିକ୍ଷକ ତାଙ୍କ ନାମ ଦେଇଥିଲେ ଦ୍ରୌପଦୀ । ଅନେକ ଥର ପରିବର୍ତ୍ତନ କରାଯାଇଥିଲା ତାଙ୍କ ନାମ ଜ୍ଝ ତାଙ୍କ ପିତାଙ୍କ ନାମ ଥିଲା ବିରଞ୍ଜି ନାରାୟଣ ଟୁଡୁ ।
ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପର‌୍ୟ୍ୟନ୍ତ ପାଠ ପଢ଼ିଥିଲେ ସେ । ତା\’ପରେ ଭୁବନେଶ୍ୱର ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ ଓ ରମାଦେବୀ ମହିଳା ମହାବିଦ୍ୟାଳୟରେ କଳାରେ ସ୍ନାତକ ପର‌୍ୟ୍ୟନ୍ତ ଶିକ୍ଷାଗ୍ରହଣ କରିଥିଲେ ।
ଏହାପରେ ଦ୍ରୌପଦୀ ମୁର୍ମୁ, ଶ୍ୟାମ ଚରଣ ମୁର୍ମୁଙ୍କୁ କରିଥିଲେ ବିବାହ । ବିବାହ ପରେ ଦ୍ରୌପଦୀ ନିଜ ସାଙ୍ଗିଆ ଟୁଡ଼ୁରୁ ମୁର୍ମୁକୁ ପରିବର୍ତ୍ତିତ କରିଥିଲେ । ଉଭୟ ଦମ୍ପତିଙ୍କର ଦୁଇ ପୁତ୍ର ଥିଲେ ଲକ୍ଷ୍ମଣ ମୁର୍ମୁ ଏବଂ ସିପୁନ୍ ମୁର୍ମୁ ଓ ଗୋଟିଏ କନ୍ୟା ସନ୍ତାନ ଇତିଶ୍ରୀ ଅଛନ୍ତି । ଦୁର୍ଭାଗ୍ୟବଶତଃ ୨୦୦୯ ଏବଂ ୨୦୧୩ ମସିହାରେ ସେ ତାଙ୍କର ଦୁଇ ପୁତ୍ରଙ୍କୁ ହରାଇଥିଲେ ଏବଂ ୨୦୧୪ ମସିହାରେ ଶ୍ୟାମ ଚରଣ ମୁର୍ମୁଙ୍କର ଦେହାନ୍ତ ହୋଇଥିଲା ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ