23.3 C
Odisha
Friday, March 6, 2026

୧୫ ଟଙ୍କା କମିବ ପେଟ୍ରୋଲ, ଡିଜେଲ !


ବିଶ୍ୱର ସବୁଠାରୁ ବଡ଼ ବ୍ୟାଙ୍କ କୁହାଯାଉଥିବା ସୁଇସ ବ୍ୟାଙ୍କ, ଏବେ ଚାଲି ଆସିଛି ଏକ ପ୍ରକାର ଦେବାଳିଆ ଅବସ୍ଥାକୁ । ଏହାରି ମଧ୍ୟରେ ଅନ୍ତର୍ଜାତୀୟ ସ୍ତରରେ ୪ ପ୍ରତିଶତ ଅଶୋଧିତ ତୈଳ ଦରରେ ହ୍ରାସ ଘଟିଥିବା ଜଣାପଡିଛି। ଆମେରିକୀୟ ତୈଳ କମ୍ପାନୀ ଗୁଡ଼ିକ ଅଶୋଧିତ ତୈଳ ଉପରେ ୫ ପ୍ରତିଶତ କମାଇଥିବା ବେଳେ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଗୁଡିକ ବି ୫ ପ୍ରତିଶତ ତୈଳଦର ହ୍ରାସ କରିଛନ୍ତି। ଯାହାର ପ୍ରଭାବ ପଡ଼ିଛି ଭାରତୀୟ ତୈଳ ବଜାର ଉପରେ । ଭାରତୀୟ ବଜାରରେ ମଧ୍ୟ ଅଶୋଧିତ ତୈଳ ଦର ଏବେ ୬ ପ୍ରତିଶତ ହ୍ରାସ ଘଟି କାରବାର ଜାରି ରହିଛି। ତେବେ ସୂଚନା ଅନୁଯାୟୀ, ଭାରତୀୟ ବଜାରରେ ତୈଳଦର ୧୫ ଟଙ୍କା ଯାଏଁ ହ୍ରାସ ହୋଇପାରେ।
ଆର୍ଥିକ କ୍ଷେତ୍ରରେ ଭୂକମ୍ପର ପ୍ରଭାବ ଅଶୋଧିତ ତୈଳ ମୂଲ୍ୟରେ ମଧ୍ୟ ଦେଖାଯାଉଛି। ଏକ ରିପୋର୍ଟ ଅନୁଯାୟୀ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟରେ ୫ ପ୍ରତିଶତ ହ୍ରାସ ଘଟିଛି। ଯେଉଁଥିପାଇଁ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ପ୍ରାୟ ୪ ଡଲାର ହ୍ରାସ ହୋଇ ବ୍ୟାରେଲ ପିଛା ୭୩.୬୨ ଡଲାରରେ ପହଞ୍ଚିଛି। ଫଳସ୍ୱରୁପ ବ୍ୟାରେଲ ପିଛା ୭୨ ଡଲାରରୁ କମ୍ ହେବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ, ଭାରତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ପ୍ରାୟ ୬ ପ୍ରତିଶତ ହ୍ରାସ ଘଟିବା ସହ ବାଣିଜ୍ୟ ଅଧିବେଶନରେ ଅଶୋଧିତ ତୈଳ ୫୬୧୭ ଟଙ୍କାକୁ ବୃଦ୍ଧି ପାଇଛି। କହୀରଖିବୁ କି, ଅଶୋଧିତ ତୈଳ ଦର ୫,୯୬୮ ଟଙ୍କାରୁ ଆରମ୍ଭ ହୋଇଥିଲା। ଆଉ ବିଶେଷଜ୍ଞଙ୍କ କହିବା ହିସାବରେ ଅଶୋଧିତ ତୈଳ ଦର ୫,୫୦୦ ଟଙ୍କାକୁ ଆସିବାର ସମ୍ଭାବନା ରହିଛି ।

କେଡିଆ ଆଡଭାଇଜରୀର ନିର୍ଦ୍ଦେଶକ ଅନୁଜ ଗୁପ୍ତାଙ୍କ ଅନୁଯାୟୀ ଅଶୋଧିତ ତୈଳ ମୂଲ୍ୟରେ ଆହୁରି ହ୍ରାସ ଘଟିପାରେ। ବ୍ରେଣ୍ଟ ଅଶୋଧିତ ତେଲ ମୂଲ୍ୟ ୭୨ ଡଲାରକୁ ଖସି ପାରେ। ଯାହା ପୂର୍ବରୁ ଅନୁମାନ କରାଯାଉଥିଲା। ବାସ୍ତବରେ, ଆର୍ଥିକ କ୍ଷେତ୍ର ବୁଡ଼ିଯିବା କାରଣରୁ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ସେହି କାରଣରୁ ଚଳିତ ବର୍ଷ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଘଟିପାରେ। ସରକାର ଏବଂ ତୈଳ ବଜାର କମ୍ପାନୀଗୁଡିକର ମିଳିତ ଉଦ୍ୟମରେ ଇନ୍ଧନ ମୂଲ୍ୟ ଲିଟର ପିଛା ୧୫ ଟଙ୍କା ହ୍ରାସ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ