ଓଡିଆ ସିନେଜଗତର ଜଣେ ଭେଟେରାନ ଅଭିନେତା ଥିଲେ ରାଇମୋହନ ପରିଡା । ଗତକାଲି ତାଙ୍କ ମୃତ୍ୟୁକୁ ପୂରିଛି ବର୍ଷେ । ଚାହୁଁ ଚାହୁଁ ବର୍ଷେ ବିତିଗଲା । ହେଲେ ଏବେ ବି ରହସ୍ୟ ଘେରରେ ଏହି କଳାକାରଙ୍କ ମୃତ୍ୟୁ । ଗତବର୍ଷ ଜୁନ ୨୪ ତରିଖରେ ଭୁବନେଶ୍ୱରସ୍ଥିତ ତାଙ୍କ ବସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା ରାଇମୋହନଙ୍କ ମୃତ ଶରୀର । ଯାହାକୁ ନେଇ ଭାଙ୍ଗି ପଡିଥିଲେ ପୂରା ପରିବାର । ସବୁ ଠିକ ଠାକ ଚାଲିଥିବା ସତ୍ୱେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ତହା ଆଜି ବି ଅସ୍ପଷ୍ଟ ହୋଇ ରହିଛି । ଏହି ଖବର ମିଳିବା ପରେ ସିନେଜଗତ ସମେତ ରାଇଙ୍କୁ ଭଲ ପାଉଥିବା ପ୍ରତିଟି ଦର୍ଶକଙ୍କ ମନରେ ଭରି ଯାଇଥିଲା ଶୋକର ଛାୟା ।
ଯାତ୍ରା ମଂଚ ହେଉ କି ବଡ ପରଦାର, ଜଣେ ଦମଦାର ଖଳ ନାୟକ ଭାବେ ସେ ଯେଉଁ ଚାପ ଛାଡି ଯାଇଛନ୍ତି ତାକୁ କହି ବି ଭୁଲିପାରିବେନି କି କେହି ନେଇପାରିବେନି ରାଇମୋହନଙ୍କ ସ୍ଥାନ । ଟିଭି ପରଦାରେ ରାଇଙ୍କ ନେଗେଟିଭ ଚରିତ୍ର ଦେଖି, ସମସ୍ତ ମନେ ମନେ ଗାଳି ନିଶ୍ଚୟ କରିଥିବେ । ହେଲେ ଏବେ ଆଉ ଦେଖାଯିବନି ସେଇ ଚରିତ୍ର । ପରଦାରେ କିମ୍ବା ମଂଚ ଉପରେ ଏମିତି ଚରିତ୍ର ତିଲା ରାଇଙ୍କର । ମାତ୍ର ବାସ୍ତବ ଜୀବନରେ ଜଣେ ସରଳ ଓ ମେଳାପି ସ୍ୱଭାବ ବ୍ୟକ୍ତିତ୍ୱ ସେ ଥିଲେ । ଆଜି ବି ତାଙ୍କୁ ଝୁରୁଛି ସାରା ଓଡିଶା ।
ସବୁ ବେଳେ ହସ ହସ ମୁଁହରେ ସମସ୍ତଙ୍କ ସହ କଥା ହେବା ସହ ସେ ଖୁବ ଖୁସ ମିଜାରରେ ଥିଲେ ରାଇ । ତାଙ୍କ ସହ ଯିଏ ବି କଥା ହେଉଥିଲେ ତାଙ୍କୁ ଖୁବ ପସନ୍ଦ କରୁଥିଲେ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ତାଙ୍କର ବନ୍ଧୁ ପର୍ୟ୍ୟନ୍ତ ସମସ୍ତଙ୍କର ପ୍ରିୟ ଥିଲେ ରାଇ । ସ୍ତ୍ରୀ ଓ ଦୁଇ ଝିଅଙ୍କ ସହିତ ବେଶ୍ ସରଳ ଜୀବନଯାପନ କରୁଥିଲେ ରାଇମୋହନ । ପିଲା ବେଳୁ ଅଭିନୟ ଓ କଳା ପ୍ରତି ଥିଲା ଦୁର୍ବଳତା । ପ୍ରଥମେ ନାଟକରେ ଭାଗ ନେଉଥିଲେ । ହେଲେ ପରେ ଅଭିନୟ ପ୍ରତି ଭଲ ପାଇବା ଦେଖି ତାଙ୍କ ବାପା ତାଙ୍କୁ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ପଠାଇଥିଲେ। ଅନେକ ସଂଘର୍ଷ କରିବା ପରେ ସିନେ ଜଗତରେ ଆଗଧାଡ଼ିର ଜଣେ ଅଭିନେତା ପାଲଟିଥିଲେ ରାଇମୋହନ । ସିନେମା ଜଗତରେ ଢେର ସଫଳତା ସାଉଣ୍ଟିବା ପରେ ରାଇମୋହନ ଚାଲି ଆସିଥିଲେ ଯାତ୍ରା ଜଗତକୁ ।
ଯଲିଉଡର ଏହି ସଫଳ ନିର୍ଦ୍ଦେଶକ ରାଇମୋହନ ତାରିଣୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ରୁଦ୍ରାଣୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, ଶୁଭଶ୍ରୀ ଗଣନାଟ୍ୟ, ନିର୍ମାଲ୍ୟ ଗଣନାଟ୍ୟ, ଓଡ଼ିଶା ଅପେରା, ଧରିତ୍ରୀ ଅପେରା, ଶ୍ରୀକ୍ଷେତ୍ର ଗଣନାଟ୍ୟ ଓ ଗୌରୀ ଗଣନାଟ୍ୟ ଆଦିରେ ମଞ୍ଚସ୍ଥ ବିଭିନ୍ନ ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ଦୀର୍ଘ ଦିନ ଧରି ଓଲିଉଡ୍ ଓ ଯଲିଉଡରେ ଦମ୍ଦାର୍ ଖଳନାୟକ ଭାବେ ରାଜ କରିବା ପରେ ତାଙ୍କର ଅଚାନକ ମୃତ୍ୟୁ କୁ କେହି ସହଜରେ ଗ୍ରହଣ କରିପାରିନାହାନ୍ତି । ତେବେ ଦର୍ଶକବନ୍ଧୁ ରାଇଙ୍କ ମୃତ୍ୟୁ ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

