25.9 C
Odisha
Saturday, March 7, 2026

25ରେ ଓଡିଶା ବନ୍ଦ, ଗଡିବନି ଚକ-ଅଖ

25ରେ ଓଡିଶା ବନ୍ଦ । ଗଡିବନି ଚକ ଆଉ ଅଖ । ଅଚଳ ହୋଇଯିବ ସବୁ । ଯିବା ଆସିବାରେ ହେବ ଅସୁବିଧା । କାରଣ ରାସ୍ତାକୁ ଓହ୍ଲାଇବ ଆଉ ଏକ ସଙ୍ଘ । ତେବେ କୌଣସି ରାଜନୈତିକ ଦଳ ନୁହେଁ । ବରଂ ବନ୍ଦ ଡାକରା ବାଇକ୍ ଚାଳକ ସଙ୍ଘ । ହଁ ଦର୍ଶକବନ୍ଧୁ ପ୍ରଥମ ଥର ପାଇଁ ରାସ୍ତାକୁ ଓହ୍ଲାଇବାକୁ ଯାଉଛି ବାଇକ୍ ଚାଳକ ସଙ୍ଘ ।

ଦେଖନ୍ତୁ ଏହି ଭାଇରାଲ ଫଟୋକୁ । ଏଥିରେ ଲେଖାଯାଇଛି ଆସନ୍ତା 25 ତାରିଖରେ ମହାବନ୍ଦ ଡାକରା । ଆଉ ସମସ୍ତ ବାଇକ ଚାଳକଙ୍କୁ ଏଥିରେ ସାମିଲ ହେବାକୁ ମଧ୍ୟ କରାଯାଇଛି ଆହ୍ୱାନ । ଅଧିକରୁ ଅଧିକ ମାତ୍ରାରେ ଯୋଗ ଦେଇ ବନ୍ଦକୁ ସଫଳ କରିବାକୁ ନିବେଦନ କରିଛି ସଙ୍ଘ । ଗତ ଦୁଇ ଦିନ ହେଲା ଏହି ଫଟୋ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । କେହି କେହି ଏହାକୁ ହ୍ୱାଟସଆପରେ ଷ୍ଟାଟସ୍ ମଧ୍ୟ ଦେଇଛନ୍ତି ।

ନିକଟରେ ଧର୍ମଘଟ କରିଥିଲା ଡ୍ରାଇଭର ସଙ୍ଘ । ଏଥିରେ ବସ ଟ୍ରକ, କାର୍ ଅଟୋ ଆଦି ଚାଳକ ସାମିଲ ହୋଇଥିଲା । ଓଡିଶାରେ ମାଲ୍ ଓ ଯାତ୍ରୀ ପରିବହନ ଏକପ୍ରକାର ବନ୍ଦ ହୋଇଯାଇଥିଲା । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ରାଜ୍ୟବାସୀ । ବାଧ୍ୟ ହୋଇ ସରକାର ସଙ୍ଘର ଦାବିକୁ ମାନି ନେଇଥିଲେ । ଆଉ ତିନି ମାସ ମଧ୍ୟରେ ଦାବି ପୂରଣ ପାଇଁ ଦେଇଥିଲେ ପ୍ରତିଶ୍ରୁତି ।

ତେବେ ଡ୍ରାଇଭଊର ମହାସଙ୍ଘ ବନ୍ଦର ଦୁଇ ଦିନ ପରେ ବାଇକ୍ ଚାଳକ ସଙ୍ଘ ବନ୍ଦ ଡାକରା ଦେଇଛି । ତେବେ ଏପରି ଏକ ସଙ୍ଘ କେବେ ହେଲା ଓ କେଉଁଠି ତାର କାର୍ଯ୍ୟାଳୟ ତାହା ଜାଣନ୍ତିନି କେହି । ହେଲେ ଭାଇରାଲ ଫଟୋରେ ସ୍ଥାନ ପାଇଛି ବାଇକ ଚାଳକ ସଙ୍ଘର ଅନେକ ଦାବି । ଯେଉଁଥିରେ ସଙ୍ଘ ଦାବି କରିଛି ଯେ ମାସକୁ ତିରିଶ ଲିଟର ପେଟ୍ରୋଲ ପ୍ରଦାନ କରନ୍ତୁ ସରକାର । ଆହୁରି ମଧ୍ୟ ଟାୟାର କ୍ଷୟ ହେଲେ ନୂଆ ଟାୟାର, ଇଞ୍ଜିନ୍ ଅଏଲ, ପାର୍ଟସ ଖର୍ଚ୍ଚ ମଧ୍ୟ ବହନ କରନ୍ତଦୁ ସରକାର । ଏପରିକି ବାଇକ ଚାଳକଙ୍କ ମୃତ୍ୟୁ ହେଲେ 20 ଲକ୍ଷ ଟଙ୍କା ସହ ପରିବାରର ଜଣଙ୍କୁ ଦାବି କରିଛି ସଙ୍ଘ । କେବଳ ଏତିକି ନୁହେଁ ଦୁର୍ଘଟଣାରେ ଅକାମି ହେଲେ ସରକାର ବାର୍ଷେ ଯାଏଁ ରାସନ ଦିଅନ୍ତୁ ବୋଲି ଦାବିରେ ଇଲ୍ଲେଖ ରହିଛି । ହେଲେ ଏହି ବନ୍ଦ ଡାକରା କେତେ ସତ ଆଉ କେତେ ମିଛ ତାହା କେହି ଜାଣି ନାହାଁନ୍ତି । କାରଣ ଏହା କେବଳ ଏକ ସୋସିଆଲ ମିଡିଆର ଖବର । ଏପରି କିଛି ସଙ୍ଘ ପକ୍ଷରୁ  ସାମ୍ବାଧିକ ସମ୍ମିଳନୀ ମଧ୍ୟ କରାଯାଇ ନାହିଁ । ଯଦି ସତରେ 25 ତାରିଖରେ ବନ୍ଦ ପାଳନ ହୁଏ ତାହାଲେ ଘୋର ସମସ୍ୟାର ସମ୍ମୁଖୀନ ହେବେ ରାଜ୍ୟବାସୀ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ