ଦର୍ଶକବନ୍ଧୁ ବର୍ତମାନର ଯୁଗରେ ପେଟ୍ରୋଲ ଡିଜେଲ ଯେତିକି ମହଙ୍ଗା ହେଲାଣି ଗାଡି ଚଲାଇବାକୁ ଇଚ୍ଛା ହେଉନି । କାରଣ ଦିନକୁ ଦିନ ବଢିଚାଲିଛି ତୈଳ ଦର । ଯାହା କମିବାର ଆଦୌ ନାଁ ଧରୁନି । ହେଲେ ଟିକିଏ ଭାବନ୍ତୁ ଆପଣ କୌଣସି କାମରେ ଯିବା ପାଇଁ ବାହାରିଥିବେ । ଗାଡିରେ ପେଟ୍ରୋଲ ନଥିବାରୁ ଯିବେ ପେଟ୍ରୋଲ ପମ୍ପ । ହେଲେ ସେଠି ଜାଣିବାକୁ ପାଇବେ କି ପେଟ୍ରୋଲ ପମ୍ପରୁ ସରିଯାଇଛି ପେଟ୍ରୋଲ । କେମିତି ରହିବ ଆପଣଙ୍କ ପ୍ରତିକ୍ରିୟା । ଏମିତି କିଛି ଦୃଶ୍ୟ ଏବେ ସାମ୍ନା କୁ ଆସିଛି । କହିବାକୁ ଗଲେ ବୋଝ ଉପରେ ନଳିତା ବିଡା ସଦୃଶ ତେଲ ଦାମ ତ ଯାହା ବଢିଛି । ହେଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ହିଁ ମିଳୁନି । ଏମିତି ଘଟଣା ଦେଖିବାକୁ ମିଲିଚି ଉତରପ୍ରଦେଶ ନୋଏଡାରେ ।
ରବିବାର ନୋଏଡା ପେଟ୍ରୋଲ ପମ୍ପରେ ଦେଖିବାକୁ ମିଲିଥଲା ଗାଡି ଚାଳକଙ୍କ ଲମ୍ବା ଲାଇନ । ଯେଉଁମାନେ ପେଟ୍ରୋଲ ପକାଇବାକୁ ପହଂଚିଥିଲେ । ହେଲେ ବୁଝୁ ବୁଝୁ ଜଣାପଡିଥିଲା କି, ପେଟ୍ରୋଲ ପମ୍ପରେ ତ ପେଟ୍ରୋଲ ହିଁ ନାହିଁ । ପକାଇବେ କେମିତି । ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ ଚାଳକ । ହେଲେ ମିଲିନଥିଲା ପେଟ୍ରୋଲ । ପରେ ଏ ସଂପର୍କରେ ପେଟ୍ରୋଲ ପମ୍ପ ସଂଚାଳକଙ୍କୁ ପଚରାଯାଇଥିଲା । ଏହାର ଉତରରେ ସେ କହିଥିଲେ ସପ୍ଲାଇ ଆସୁନାହିଁ । ସେଥିପାଇଁ ପେଟ୍ରୋଲ ନାହିଁ । ନୋଏଡା ସେକ୍ଟର ୮୨ ନିକଟ ପେଟ୍ରୋଲ ପମ୍ପରେ କିଛି ଏମିତି ଦୃଶ୍ୟ କଏଦ ହୋଇଛି । ଏମିତି ସମସ୍ୟାର ସମ୍ମୁଖୀନ ହୋଇଥିଲେ ଗାଡି ଚାଳକ । ଆପଣ ଦେଖିପାରୁଥିବେ ପେଟ୍ରୋଲ ପକାଇବା ପାଇଁ କେତେ ଲମ୍ବା ଲାଇନ ଲାଗିଛି । ପେଟ୍ରୋଲ ଆଶାରେ ଅପେକ୍ଷା କରି ରହିଛନ୍ତି ଗ୍ରାହକ । ହେଲେ ପରେ ଯେତେବେଲେ ଜଣାପଡିଥିଲା କି ତୈଳ ନାହିଁ, କିଛି କ୍ଷଣ ପାଇଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା । ହଙ୍ଗାମା ସୃଷ୍ଟି କରିଥିଲେ ଲୋକେ । ପରେ ବିରକ୍ତ ହୋଇ ସେଠାରୁ ଫେରି ଯାଇଥିଲେ ।
ତେବେ ଦର୍ଶକବନ୍ଧୁ ଏହି ଖବର ଉପରେ ଆପଣଙ୍କ ମତାମତ କଣ ଆମ ସହ ସେୟାର କରନ୍ତୁ । ଆଉ ଯଦି ଆପଣ ସେହି ଜାଗାରେ ଥାଆନ୍ତେ, ଏମିତି ପେଟ୍ରୋଲ ମିଳିନଥାନ୍ତା, ତାହେଲେ କଣ କରିଥାନ୍ତେ ଆପଣ ତାହା ବି ଆମକୁ କମେଣ୍ଟ କରି ଜଣାନ୍ତୁ ।

