ଜଣା ପଡ଼ିଲା ଧର୍ମେନ୍ଦ୍ରଙ୍କ ନୂଆ ପ୍ଲାନ୍ ! ଏବେ ନେବେ ଏହି ଦାୟିତ୍ଵ, ବଢାଇବେ ନିଜର ପତିଆରା

ଭୁବନେଶ୍ୱର : ଏବେ କଣ କରିବେ ଧର୍ମେନ୍ଦ୍ର ପ୍ରଧାନ ? ଆଗକୁ କଣ ରହିବ ରଣନୀତି ? ଲଢ଼ିବେ ନା ହାର ମାନିବେ । କେନ୍ଦ୍ର ମନ୍ତ୍ରୀମଣ୍ଡଳର ଇସ୍ତଫା ଦେଲା ପରେ କିଛି ଏମିତି ଚର୍ଚ୍ଚା । କେହି କେହି କହୁଛନ୍ତି ଧର୍ମେନ୍ଦ୍ରଙ୍କ ଖେଳ ସରି ଯାଇଛି । ଆଉ କେହି କହୁଛନ୍ତି ବଡ ଧରଣର କମବ୍ୟାକ କରିବେ ମୁକୁ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା । ଦିନେ ତାଙ୍କ କଥାରେ ଚାଲୁଥିଲା ରାଜ୍ୟ ବିଜେପି । ହେଲେ ସେ ସମ୍ବଲପୁରରୁ ଲଢି ସାଂସଦ ହେଲା ପରେ ରାଜ୍ୟ ରାଜନୀତିରେ ପତିଆରା କମିଗଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦ ମିଳିଲା । କିନ୍ତୁ ରାଜ୍ୟରେ ଗୁରୁତ୍ଵ କମିଗଲା ।ଏବେ କିନ୍ତୁ ନିଟ ପରୀକ୍ଷା ଅବ୍ୟବସ୍ଥାରେ ସେ ଇସ୍ତଫା ଦେଲା ପରେ ଜୋର୍ ଧରିଛି ଚର୍ଚ୍ଚା । ସେ ଓଡ଼ିଶା ଫେରିଛନ୍ତି । ତାଙ୍କୁ ବିମାନ ବନ୍ଦରରେ ଜୋରଦାର ସ୍ବାଗତ କରା ଯାଇଛି । ଏହାକୁ ନେଇ ବଢୁଛି ଆଲୋଚନା । କେହି

କେହି କହୁଛନ୍ତି ମୂକୁ ବାବୁଙ୍କ ମୋଦି ବଡ ଦାୟିତ୍ଵ ଦେବେ । ତାଙ୍କୁ ଆଗକୁ ପୁଣି ଥରେ ମନ୍ତ୍ରୀ କରାଯାଇପାରେ । ଆଉ କେହି କହୁଛନ୍ତି ଆଗକୁ ଓଡ଼ିଶାରେ ସେ ନିଜ ସଂଗଠନକୁ ଅଧିକ ମଜବୁତ୍ କରିବେ । ୨୦୨୯ରେ ବିଜେପି ଆସିଲେ ସେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବେ ।

ତେବେ ଏ ସବୁ କେବଳ ଚର୍ଚ୍ଚା । କିନ୍ତୁ ଧର୍ମେନ୍ଦ୍ର ଙ୍କ ଓଡ଼ିଶା ଆଗମନ ଓ ଭବ୍ୟ ସ୍ବାଗତ ପଛରେ ନିଶ୍ଚୟ କିଛି କାରଣ ରହିଛି । ଯାହା ଆଗାମୀ ଦିନରେ ଲୋକ ଲୋଚନକୁ ଆସିବ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ