ଦର୍ଶକବନ୍ଧୁ ଏବେ ଓଡିଆ ଫିଲ୍ମରେ ଧିରେ ଧିରେ ମୂଳତ୍ୱ ଫେରୁଥିବା ପରିଲକ୍ଷିତ ହେଉଛି । ନିକଟରେ ବଡ ପରଦାକୁ ଆସିଥିବା ଦମନ , ଫାଲଗୁନ ଚୈତ୍ରକୁ ଢେର ପ୍ରଂଶସା କରିଥିଲେ ଓଡିଆ ସିନେପ୍ରେମୀ । ଏହି ପରିପ୍ରେକ୍ଷୀରେ ଓଡିଆ ଦର୍ଶକଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର । କାରଣ ଆଗକୁ ବଡ ପରଦାରେ ଦର୍ଶକେ ଦେଖିବାକୁ ପାଇବେ ଫିଲ୍ମ ମାଲ୍ୟଗିରି ।
କାରଣ ଏବେ ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଷ୍ଟାର କାଷ୍ଟ ନିଜ ସୋସିଆଲ ମିଡିଆ ସାଇଟରେ ଏହାର ଫଟୋ ପୋଷ୍ଟ କରୁଛନ୍ତି । ଚଳିତ ଦଶହରା ଅବସରରେ ସିନେମାଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି । ଯଦିଓ ପୂର୍ବରୁ ଏହାର ସୁଟିଂ ଆରମ୍ଭ ହୋଇଥିଲା, ହେଲେ ପରବର୍ତୀ ସମୟରେ ଏହାର ସୁଟିଂ ବନ୍ଦ ହୋଇଥିଲା । ମାତ୍ର ଏବେ ଏହାର ସୁଟିଂ ପୁନର୍ବାର ଆରମ୍ଭ ହୋଇଥିବା ଜଣାପଡିଛି । କାରଣ ଏନେଇ ସବୁ ଷ୍ଟାର ନିଜ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।

ତେବେ ଆମେ ଜଣାଇଦେବୁ ଯେ, ଏହି ଫିଲ୍ମରେ ଓଡିଆ ଲିଜେଣ୍ଡ ସିଦ୍ଧାନ୍ତ ମହାପାତ୍ର, ଅମ୍ଲାନ ଦାସ, ଶିବାନୀ, ସୂର୍ଯ୍ୟମୟୀ ପ୍ରମୁଖ ଲିଡ ରୋଲରେ ନଜର ଆସିବେ । ଗିରିଜା ଶଙ୍କର ଫିଲ୍ମରେ ନିର୍ମାଣ ହେଉଥିବା ଏହି ଫିଲ୍ମର ପ୍ରଯୋଜକ ରହିଛନ୍ତି, ରିଙ୍କୁ ରିନ ଜେନା । ଓଡିଶାର ମାଟି ଓ ପ୍ରାକୃତିକ ବିଷୟବସ୍ତୁକୁ ନେଇ ଏହି ସିନେମାଟି ନିର୍ମାଣ ହେଉଥିବା ବେଳେ ଲିଜେଣ୍ଡ କଳାକାର ସିଦ୍ଧାନ୍ତ ମହାପାତ୍ର ଏକ ଭିନ୍ନ ଲୁକରେ ନଜର ଆସିବେ । ଖାଲି ସିଦ୍ଧାନ୍ତ ନୁହଁନ୍ତି, ବରଂ ବାବୁଶାନ ବି ଏକ ଭିନ୍ନ ଗେଟଅପରେ ନଜର ଆସିବେ ।
ତେବେ ଆମେ ଯଦି ବାବୁୂଶାନଙ୍କ କଥା କହିବା ଓଲିଉଡର ସେ ଚକଲେଟ ବଏ ଭାବେ ବେଶ ପରିଚିତ । ନିକଟରେ ତାଙ୍କ ଫିଲ୍ମ ଦମନ ବେଶ ଲୋକପ୍ରିୟ ହୋଇତିଲା । ରାଜ୍ୟ ବାହାରେ ବି ଏହା ଆଦୃତ ହେବା ସହ ହିନ୍ଦୀରେ ଏହାକୁ ରିଲିଜ କରାଯାଇଥିଲା ।
ଦିନକୁ ଦିନ ଲୋକଙ୍କର ରୁଚି ବଦଳୁଥିବାରୁ ଫିଲ୍ମ ନିର୍ମାତା ଭିନ୍ନ ଧରଣର ସିନେମା ନିର୍ମାଣ କରିବାକୁ ଚଷ୍ଟା କରୁଛନ୍ତି । ଯାହାଦ୍ୱାରା ଲୋକଙ୍କର ଭଲ ରେସପନସ ମିଳିପାରିବ । ଏସବୁକୁ ଦୃଷ୍ଟିରେ ରଖି ନୂଆ ନୂଆ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଉଛନ୍ତି ଫିଲ୍ମ ନିର୍ମାତା ।
ଦେଖାଯାଉ ଦଶହରା ଅବସରରେ ଏହି ସିନେମାଟି କେତେ ମାତ୍ରାରେ ଦର୍ଶକଙ୍କ ମନକୁ ଛୁଇଁ ପାରୁଛି, କେତେ ଭଲପାଇବା ମିଳୁଚି ଏହି ସିନେମାଟିକୁ । ତେବେ ଦର୍ଶକବନ୍ଧୁ ଏହି ସିନେମାଟି କୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

