23.3 C
Odisha
Friday, March 6, 2026

ବିଶ୍ୱକପ ପରେ ଭାରତୀୟ ଟିମକୁ ମିଳିବ ନୂଆ କୋଚ୍‌

୨୦୨୩ ବିଶ୍ୱକପ ପରେ ଭାରତୀୟ କ୍ରିକେଟ ରେ ହୋଇପାରେ ଏକ ବଡ ପରିବର୍ତନ । କୋଚ ରାହୁଲ ଦ୍ରାବିଡ଼ ଙ୍କ ଉପରେ ପଡିପାରେ ବଡ ବିପଦ । ଜଣାଇ ରଖିବୁ ଯେ, ରାହୁଲ ଦ୍ରାବିଡ଼ ଙ୍କ କଣ୍ଟ୍ରାକ୍ଟ ଚଳିତ ବର୍ଷ ନଭେମ୍ବର ରେ ୨୦୨୩ ବିଶ୍ୱକପ ପରେ ଶେଷ ହେବାକୁ ଯାଉଛି । ଏହାସହ ଭାରତୀୟ କ୍ରିକେଟ ଟିମ ର ହେଡ଼ କୋଚ ପଦ ବି ଛାଡି ପାରନ୍ତି ରାହୁଲ ।

ବିସିସିଆଇ ପାଖୟରୁ ଜଣ ପଡିଛି କି , ହୁଏତ ଚଳିତ ବର୍ଷ ଭାରତ ବିଶ୍ୱକପ ୨୦୨୩ ଜିତିଯାଇପାରେ, ହେଲେ ରାହୁଲ ଦ୍ରାବିଡ଼ ନିଜ ଭବିଷ୍ୟ ଉପରେ ଏକ ବଡ ନିଷ୍ପତି ନେଇପାରନ୍ତି । ନିଜ ପରିବାରକୁ ଦେଖିବା ସହ ଲଗାତାର ଭାବେ ଲମ୍ବା ଗସ୍ତରେ ଭାରତୀୟ ଟିମ ସହ ଯାତ୍ରା କରିବାକୁ ପଡେ । ଏକ ସରଳ ଜୀବନ ଯାପନ କରିବାକୁ ଚାହାନ୍ତି ରାହୁଲ । ସେଥିପାଇଁ ଆରମ୍ଭରୁ ସେ ଏହି ପଦ ସମ୍ଭାଳିବାକୁ ପ୍ରସ୍ତୁତ ନଥିଲେ । ବିସିସିଆଇ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ବିଶ୍ୱକପ ପରେ କିମ୍ବା ପୂର୍ବରୁ ସେ ଦ୍ରାବିଡ଼ ଙ୍କ ସହ କଥା ହେବେ । ବର୍ତମାନ ଦ୍ରାବିଡ଼ଙ୍କ କୋଚିଂ କଣ୍ଟ୍ରାକ୍ଟ ବୃଦ୍ଧି ଉପରେ କିଛି ଚର୍ଚା ହୋଇନି । ଏବେ ସମସ୍ତଙ୍କ ଧ୍ୟାନ ରହିଛି ବିଶ୍ୱକପ ଉପରେ । ଦ୍ରାବିଡ଼ ପାଦ ଛାଡିବା ନେଇ କିଛି ସଂକେତ ନଥିବା ସେ କହିଛନ୍ତି ।
ସେପଟେ ରାହୁଲ ଙ୍କ ସ୍ତନ ନେବା ପାଇଁ କିଛି ଜଣ ଉପଯୁକ୍ତ ଦାବିଦାର ବି ରହିଛନ୍ତି ।
ଭାରତ ପୂର୍ବତନ ଫାଷ୍ଟ ବୋଲର ଆଶିଷ ନେହେରା କ୍ରିକେଟ ର ଜଣେ ଚତୁର ରଣନୀତିକାର । ନେହେରାଙ୍କ ସ୍ମାର୍ଟ ଓ ମୋଟ କ୍ରୀକେଟିଙ୍ଗ ମାଇଣ୍ଡ ଭାରତୀୟ ଟିମ ଇଣ୍ଡିଆକୁ ବିଶ୍ୱରେ ଵେଷ୍ଟ ଟିମ ବନାଇପାରେ । ଆଇପିଏଲ ରେ ନେହେରା ଗୁଜୁରାଟ ଟାଇଟନ୍ସ ର ବି ନେତୃତ୍ୱ ନିଅନ୍ତି ଏବଂ ନିଜ ନେତୃତ୍ୱରେ ସେ ୨୦୨୨ ଆଇପିଏଲ ମୁକୁଟ ମଧ୍ୟ ନିଜ ଦଳକୁ ଦେଇଛନ୍ତି ।

ଏହାବଦ ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଭିରେନ୍ଦ୍ର ସେହଵାଗ ବି ଭାରତୀୟ ଟିମ ର ପରବର୍ତୀ କୋଚ ହେବାପାଇଁ ଜଣେ ବଡ ଦାବିଦାର । ନିଜ ସମୟରେ ଭିରେନ୍ଦ୍ର ନିଜର ଆକ୍ରମଣାତ୍ମକ ବ୍ୟାଟିଂ ରେ ବିଶ୍ୱର ବଡ ବଡ଼ ବୋଲର ଙ୍କର ବି ଧଜିଆ ଉଡେଇଛନ୍ତି ।

ଏହାପରେ ନ୍ୟୁଜିଲାଣ୍ଡ ର ଷ୍ଟିଫନ ଫ୍ଲେମିଙ୍ଗ ଭାରତୀୟ ଟିମ ର ପରବର୍ତୀ କୋଚ ହୋଇପାରନ୍ତି । କାରଣ ବିଶ୍ୱକପ କ୍ରିକେଟ ରେ ସେ ଜଣେ ସଫଳ କୋଚ ରହିସାରିଛନ୍ତି । ଷ୍ଟିଫନ ଫ୍ଲେମିଙ୍ଗ ଙ୍କ କୋଚିଂ ରେ ଚେନାଇ ସୁପର କିଙ୍ଗସ ଟିମ ୫ ଥର ଜିତିସାରିଛି ଆଇପିଏଲ ମୁକୁଟ । ଜଣେ ଚତୁର ରଣନୀତିକାର ହେଉଛନ୍ତି ଫ୍ଲେମିଙ୍ଗ । ବଡ ଟୁର୍ନାମେଣ୍ଟ କିପରି ଜିତନ୍ତି ତାହା ତାଙ୍କୁ ବେଶ ଭଲ ଭାବେ ଜଣା ।
ଶେଷରେ ଆସିବେ ଟମ ମୁଡି । ଆଇପିଏଲ ରେ ସନରାଇଜର୍ସ ହାଇଦ୍ରାବାଦ ର କୋଚ ରହିସାରିଛନ୍ତି ମୁଡି । ତାଙ୍କ କୋଚିଂ ରେ ଠାରେ ଆଇପିଏଲ ମୁକୁତା ଜିତିଛି ଏସଆରଏଚ । ୨୦୧୬ରେ ଏହି ଟ୍ରଫି ହାତେଇଥିଲା ଦଳ । କୋଚ ସିଲେକସନ ରେ ରବି ଶାସ୍ତ୍ରୀଙ୍କୁ କଡା ଟକ୍କର ଦେଇଥିଲେ ସେ । ଏ ସବୁ ଦୃଷ୍ଟିରୁ ସେ ବି ଜଣେ ଉପଯୁକ୍ତ ଦାବିଦାର କୋଚ ହେବାପାଇଁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ