ଭାରତୀୟ କ୍ରିକେଟ ଟିମରେ ଯେଉଁଠି ଜଣେ ଖେଳାଳୀ ସାଧାରଣ ସିରିଜରେ ପ୍ରଦର୍ଶନ କରିପାରନ୍ତି ନାହିଁ, ତାଙ୍କୁ ପରବର୍ତୀ ମ୍ୟାଚରୁ ବାହାର କରିଦିଆଯାଏ । ଏହା ସାଧାରଣ କଥା । ହେଲେ ଏସବୁ ପରେ ବି ଭାରତୀୟ ଟିମ ମଧ୍ୟରେ ରାଜନୀତି ହୁଏ ବୋଲି ଜୋରଧରେ ଚର୍ଚ୍ଚା । ଏମିତି ଅନେକ ଖେଳାଳୀ ଅଛନ୍ତି, ଯିଏ ଭାରତୀୟ ଟିମର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଖରାପ ପ୍ରଦର୍ଶନ ସତ୍ୱେ ସେମାନଙ୍କୁ ଦଳରେ ସ୍ଥାନ ମିଳୁଛି । ଏମିତି ଚର୍ଚ୍ଚା ହେବା ଉଚିତ୍ କଥା । କାରଣ ପ୍ରକୃତରେ ଦେଖିବାକୁ ଗଲେ ଭାରତୀୟ ଦଳରେ ବହୁତ ଖେଳାଳୀ ଅଛନ୍ତି ଯିଏ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ ଦେଖାଇବା ପରେ ବି ସେମାନଙ୍କୁ ପରବର୍ତୀ ମ୍ୟାଚ ଓ ସିରିଜରେ ଖେଳିବାର ମିଳିଛି ସୁଯୋଗ । ଫ୍ୟାନ୍ସଙ୍କୁ ସେମାନେ ନିରାଶା ପରେ ନିରାଶା କରିଛନ୍ତି ।
ଏହି ଲିଷ୍ଟର ପ୍ରଥମେ ଆସିବେ ରବୀନ୍ଦ୍ର ଜାଡେଜା
ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର କୁହାଯାଉଥିବା ରବୀନ୍ଦ୍ର ଜାଡେଜା, ଯିଏ ଗତ କିଛି ଭଲ ଭଲ ମ୍ୟାଚରେ ଭାରତୀୟ ଟିମଙ୍କୁ ନିରାଶ କରିଛନ୍ତି । ଦେଖାଇଛନ୍ତି ଫ୍ଲପ ପ୍ରଦର୍ଶନ । ହେଲେ ତଥାପି ବିଜେପି ଓ ବିଜେପିଗଡରୁ ଆସୁଥିବାରୁ ତାଙ୍କୁ ଦଳରେ ପୁଣି ମଉକା ଦିଆଯାଏ । ନିକଟରେ ଶେଷ ହୋଇଥିବା ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ମ୍ୟାଚରେ ଫ୍ୟାନ୍ସ ଓ ଟିମ ଏହି ଖେଳାଳୀଙ୍କ ଠାରୁ ବହୁତ କିଛି ଆଶା କରୁଥିଲେ । ହେଲେ ଡବ୍ଲୁଟିସି ଭଳି ମ୍ୟାଚରେ ପ୍ରଥମ ପାରିରେ କେବଳ ୪୮ ରନ ତାଙ୍କ ବ୍ୟାଟରୁ ବାହାରିଥିଲା । ଯେତେବେଲେ କି ଦ୍ୱିତୀୟ ପାରିରେ ତାଙ୍କର ଆବଶ୍ୟକତା ବହୁତ ଥିଲା ଦଳକୁ, ସେଠି ସେ ନିରାଶ କରି ଜିରୋ କରି ହୋଇଥିଲେ ଆଉଟ । ହେଲେ ଏମିତି ପ୍ରଦର୍ଶନ ପରେ ବି େଓଷ୍ଟଇଣ୍ଡିଜ ସିରିଜରେ ଖେଳିବାର ମଉକା ପାଇଛନ୍ତି ଜାଡେଜା ।
ସୂଚୀର ୨ୟରେ ଆସିବେ ଅକ୍ଷର ପଟେଲ ।
ଭାରତୀୟ ଟିମର ଆଉ ଜଣେ ଖେଳାଳୀ, ଯାହାଙ୍କ ପଛରେ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ହାତ ରହିଚି, ସେ ହେଲେ ଅକ୍ଷର ପଟେଲ । ଗତ କିଛି ମ୍ୟାଚରେ ବେକାର ପ୍ରଦର୍ଶନ କରିବା ପରେ ବି ଭାରତୀୟ ଟିମରେ ତାଙ୍କୁ ସୁଯୋଗ ଦିଆଯାଉଛି । ଯେତେବେଲେ କି ଅନେକ ଖେଳାଳୀ ଏମିତି ଅଛନ୍ତି, ଯିଏ ଦଳରେ ସ୍ଥାନ ପାଇବା ପାଇଁ ବାସ୍ତବ ହକଦାର । ସେମାନଙ୍କୁ ମିଳୁନି ସ୍ଥାନ । ଦଳରେ ସାମିଲ ହୋଇ ଖେଳିବା ପାଇଁ ସେମାନେ ଡିଜର୍ଭ କରନ୍ତି, ହେଲେ ସେମାନଙ୍କ ଆଶା କେବଳ ଆଶାରେ ହିଁ ରହିଯାଇଛି । ମାତ୍ର ଅକ୍ଷର ପଟେଲ ନିଜର ୧୦ଟି ପାରିରେ ଦିନିକିଆରେ କିଛି ଖାସ ପାରି ଖେଳିପାରିନାହାନ୍ତି । ପଟେଲ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଦିନିକିଆ ମ୍ୟାଚରେ ୨ ଓ ୨୯ ରନ କରିଥିଲେ । ଯେତେବେଲେ କି ଶ୍ରୀଲଙ୍କା ବିପକ୍ଷରେ ସେ ୩ଟି ମ୍ୟାଚରେ ଯଥାକ୍ରମେ ୨, ୨୧ ଓ ୯ ରନ କରିଥିଲେ । ଏମିତି ନୈରାଶ୍ୟଜନକ ପ୍ରଦର୍ଶନ ପରେ ବି ତାଙ୍କୁ ଟିମରେ ବାରମ୍ବାର ମଉକା ମିଳୁଛି ।
ଶେଷରେ ଏହି ସୂଚୀରେ ଆସୁଛନ୍ତି ଜୟଦେବ ଉନାଦକଟ ।
ଭାରତୀୟ ଦଳର ଏମିତି ଜଣେ ବୋଲର, ଯାହାଙ୍କୁ ରଣଜୀ ଟିମରେ ବି ମଉକା ନ ମିଳିବା କଥା, ସେହି ଖେଳାଳୀ ରାଜନୀତି ପ୍ରଭାବ କାରଣରୁ ଭାରତୀୟ ଟିମରେ ଖେଳୁଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ଭଳି ଟୁର୍ଣ୍ଣାମେଣ୍ଟରେ ବି ତାଙ୍କୁ ମଉକା ଦିଆଗଲା । ଅବଶ୍ୟ ଭାରତୀୟ ଟିମର ପ୍ଲେଇଂ ୧୧ରେ ମିଳିନଥିଲା ସୁଯୋଗ । ଦେଖିବାକୁ ଗଲେ ଉନାଦକଟ ଏବେ ଯାଏଁ ମାତ୍ର ୭ଟି ଦିନିକିଆ ଓ ୧୦ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ଅଧିକ ଇକୋନୋମିରେ ରନ ଦେଇଛନ୍ତି । ଦିନିକିଆରେ ଜୟଦେବ ୪.୦୧ ଇକୋନୋମିରେ ନେଇଛନ୍ତି ୮ଟି ଓିକେଟ ଓ ଟି୨୦ରେ ୮.୬୮ ଇକୋନୋମିରେ ୧୦ଟି ଓିକେଟ ନେଇଛନ୍ତି ।
ତେବେ ଏହି ଖେଳାଳୀମାନଙ୍କ ପଛରେ ବିଜେପି ବା ମୋଦିଙ୍କ ହାତ କୌଣସି ପ୍ରକାରେ ଥିବାରୁ ଦଳରେ ଏମାନଙ୍କୁ ସ୍ଥାନ ମିଳୁଥିବା ଚର୍ଚ୍ଚା ହେଉଛି । ତେବେ ଦର୍ଶକବନ୍ଧୁ ବାସ୍ତବରେ ଏ ଖବର ପଛରେ ଏହା ହିଁ ସତ କାରଣ ନାଁ ଆଉ କିଛି କାରଣ ରହିଚି, ଆପଣଙ୍କୁ କଣ ଲାଗୁଛି ନିଜ ମତାମତ ଆମ ସହ ନିଶ୍ଚୟ ସେୟାର କରନ୍ତୁ ।

