19.5 C
Odisha
Friday, March 6, 2026

ବିନା ହେଲମେଟରେ ଗୋଟିଏ ସ୍କୁଟିରେ ୭ ଜଣ

ଦର୍ଶକବନ୍ଧୁ ଆପଣମାନେ ସୋସିଆଲ ମିଡିଆରେ ଅନେକପ୍ରକାର ଅଜବ ଗଜବ ଘଟଣାମାନ ଘଟୁଥିବା ଦେଖୁଥିବେ । ଲୋକେ ବିଭିନ୍ନ ପ୍ରକାର ହରକତ କରି ଲୋଚଲୋଚନକୁ ଆସିଥାନ୍ତି । ଯେଉଁଥିପାଇଁ ସେମାନଙ୍କ ବିପକ୍ଷରେ ଅନେକ ସମୟରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଜଣେ ବ୍ୟକ୍ତି ଗୋଟିଏ ସ୍କୁଟିରେ କେତେ ଜଣଙକ୍‌ୁ ବସାଇ ନେଉଛନ୍ତି । ଆପଣ ଦେଖି ନିହାତି ଭାବରେ ଚକିଚ ହେଉଥିବେ । ସାମାନ୍ୟ ଗୋଟିଏ ସ୍କୁଟିରେ ଏତେ ଲୋକ କେମିତି ଯାତ୍ରା କରିପାରୁଛନ୍ତି । ଏଠି ସଂପୃକ୍ତ ବ୍ୟକ୍ତି ଜଣକ ବିପଦପୂର୍ଣ୍ଣ ଭାବେ ପିଲାଙକ୍‌ୁ ସ୍କୁଟି ଲଦି ନେଉଛନ୍ତି । ଲାଗୁଚି ଏମାନେ ମଣିଷ ନୁହଁନ୍ତି ବରଂ ଜିନିଷ ଭର୍ତି ଥିବା ବସ୍ତା । ତାଙ୍କ ମନରେ ଟିକିଏ ହେଲେ ବି ଡର କି ଭୟ ନାହିଁ । ଜନଗହଳିପୂର୍ଣ୍ଣ ରାସ୍ତାରେ ଜୀବନକୁ ବାଜି ଲଗାଇ କିଭଳି ସେ ଏମିତି ଯାତ୍ରା କରୁଛନ୍ତି । ପୁଲିସକୁ ବୋଧେ ଡରନାହିଁ ଏହି ବ୍ୟକ୍ତିଙ୍କର । ତେବେ ଆପଣଙ୍କୁ ଜଣାଇଦେବୁ ଯେ, ଏହି ସ୍କୁଟିରେ ୭ ଜଣ ପିଲା ବସିଛନ୍ତି । କିଏ ବସିଛନ୍ତି ତ ଆଉ କିଏ ଜାଗା ଅଭାବରୁ ଝୁଲିକି ଯାଉଛନ୍ତି । ପିଲାଙ୍କୁ ବି ମାନିବାକୁ ପଡିବ । ସାହସକୁ ବି ତାରିଫ ନ କରି ରହିହେବନି ।
ବିନା ହେଲମେଟରେ ବ୍ୟକ୍ତି ଜଣକ ଏଭଳି କାରନାମା କରିଛନ୍ତି । ମୁମ୍ବାଇ ସେଣ୍ଟ୍ରାଲ ବ୍ରିଜ ରେ ଏହାକୁ କରାଯାଇଚି ରେକର୍ଡ । ଜୁନ ୨୦ ତାରିଖରେ ଟ୍ୱିଟରରେ ଏହି ଭିଡିଓଟିକୁ ସେୟାର କରାଯାଇଥିଲା । ଏଭଳି ଦୃଶ୍ୟ ଦେଖିବା ପରେ ଲୋକେ ଏହି ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଦାୟିତ୍ୱହୀନ ମଣିଷ ଭାବେ ପିଲାଙ୍କୁ ବସାଇ ନେଉଥିବାରୁ ତୁରନ୍ତ ଗିରଫ କରାଯିବା ଉତିତ ବୋଲି କରିଥିଲେ କମେଣ୍ଟ । ବାସ୍ତବରେ ଦେଖିବାକୁ ଗଲେ ଏହା କେତେ ବିପଦଜନକ । ଯଦି କୌଣସି ଦୁର୍ଘଟଣା ଘଟିଥାନ୍ତା, ନିହାତି ଭାବେ ଅନେକ ଜୀବନ ଚାଲିଯିବାର ସମ୍ଭାବନା ରହିଥିଲା । ହେଲେ କେଉଁ କାରଣ ପାଇଁ କଣ ଭାବି ବ୍ୟକ୍ତି ଜଣକ ଏମିତି ଭାବେ ଡ୍ରାଇଭ କରୁଥିଲେ ତାହା ତ ଜଣାପଡିନି । ହେଲେ ଆମେ କିନ୍ତୁ ଆପଣଙ୍କୁ କହିବୁ କେବେ ହେଲେ ଜୀବନକୁ ବାଜି ଲଗାଇ ଏମିତି କାରନାମା କରନ୍ତୁନି ।
ଘଟଣାର ୫ ଦିନ ପରେ ପୁଲିସ ସଂପୃକ୍ତ ବ୍ୟକ୍ତି ଜଣଙ୍କର ଠିକଣା ପାଇଥିଲା ଏବଂ ତାଙ୍କ ବିରୋଧରେ କଡା ପଦକ୍ଷେପ ନେବା ସ୍ୱରୂପ ମାମଲା ରୁଜୁ କରିଥିବା ଜଣାପଡିଛି ।
ତେବେ ଦର୍ଶକବନ୍ଧୁ ମହାରାଷ୍ଟ୍ରରେ ୨୦୨୨ରେ ଏକ ସଡକ ଦୁର୍ଘଟଣାରେ ପ୍ରାୟ ୧୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଏଥିରେ ପ୍ରାୟ ୭ ହଜାର ୭୦୦ରୁ ଅଧିକ ୨ ଚକିଆ ଯାନ ଚଲାଉଥିବା ବ୍ୟକ୍ତି ସାମିଲ ଥିଲେ ମୃତ୍ୟୁରେ । ଅଧିକାଂଶ ମୃତ୍ୟୁ ମାମଲା ହେଲମେଟ ନ ପିନ୍ଧିବା କାରଣରୁ ହୋଇଥିଲା । କାରଣ ଦୁର୍ଘଟଣା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେମାନଙ୍କର ହୋଇଥିଲା ମୃତ୍ୟୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ