23.3 C
Odisha
Friday, March 6, 2026

ବୁମରା ଆଉଟ୍, ଏହି ଖତରନାକ ବୋଲରଙ୍କୁ ଟିମରେ ନେଲା ମୁମ୍ବାଇ

ବୁମରାଙ୍କ ରିପ୍ଲେସମେଣ୍ଟ୍ । ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଲା ଘାତକ ବୋଲର । ଏବେ ଆହୁରି ଶକ୍ତିଶାଳୀ ହେଲା ମୁମ୍ବାଇ । ଆଉ ନୂଆ ବୋଲର ଦଳରେ ସାମିଲ ହେଲା ପରେ ଡରିଲେଣି ଦିଲ୍ଲୀ, ଚେନ୍ନାଇ ଓ ବାଙ୍ଗାଲୋର ଭଳି ଶକ୍ତିଶାଲୀ ଟିମ୍ ।

ଆରମ୍ଭ ହୋଇଛି ଫଟାଫଟ କ୍ରିକେଟ୍ ଆଇପିଏଲ । କ୍ରିକେଟର ଏହି ନୂଆ ମହାକୂମ୍ଭରେ ଟକ୍କର ଦେବାକୁ ତୟାର ସବୁ ଦଳ । ପ୍ରାୟ ସବୁ ଟିମ୍ ପାଖରେ ଏକକେ ଆରକେ ବଳି ବୋଲର, ବ୍ୟାଟର୍ ଆଉ ଅଲରାଉଣ୍ଡର । ତେବେ ମଇଦାନକୁ ଡେଇଁବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଥିଲା ଶକ୍ତ ଝଟକା । ବିଶ୍ୱର ଟପ୍ ବୋଲର ଜସପ୍ରିତ ବୁମରା ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ହୋଇଥିଲେ ଆଉଟ୍ । ଯାହା ପାଇଁ ମୁମ୍ବାଇ ଶିବିରରେ ପଡିଥିଲା ଭାଲେଣି । ଆଉ ବୁମରାଙ୍କ ଜାଗା କିଏ ନେବ ବୋଲି ଜୋର ଧରିଥିଲା ଚର୍ଚ୍ଚା । ଯାହାର ପୂର୍ଣ୍ଣଚ୍ଛେଦ ପକାଇଚି ଟିମ୍ ରୋହିତ ।

ରିପୋର୍ଟ ଅନୁସାରେ ବୁମରାଙ୍ଗ ସ୍ଥାନରେ ଜଣେ ଖତରନାକ ବୋଲରଙ୍କୁ ସାମିଲ କରିଛି ଟିମ୍ । ସେହି ବୋଲର ହେଲେ ସନ୍ଦିପ ଓ୍ୱାରିଅର । ସବୁଠୁ ଖାସ୍ କଥା ହେଲା ସନ୍ଦିପଙ୍କ ରେକର୍ଡ । କେବଳ ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ସେ । ହେଲେ ଘରୋଇ ଫର୍ମାଟରେ ତାଙ୍କର ଜବରଦସ୍ତ କ୍ରେଜ୍ । ବଡ ବଡ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସେ ଅନେକ ଥର ହୋଇଛନ୍ତି ସଫଳ ।

ତେବେ 31 ବର୍ଷୀୟ ସନ୍ଦିପ ମୁମ୍ବାଇ ପୂର୍ବରୁ ଆଉ ଦୁଇ ଟିମ୍ ସହ ଯୋଡି ହୋଇଥିଲେ । ପ୍ରଥମେ ତାଙ୍କୁ କିଣିଥିଲା ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର । ପରେ ତାଙ୍କୁ କିଣିଥିଲା କୋଲକାତା ନାଇଟ ରାଇଡର୍ସ । ଏବେ ସେ ମୁମ୍ବାଇ ପାଇଁ ଟ୍ରମ୍ପ କାର୍ଡ । କାରଣ ତାଙ୍କ ନେତୃତ୍ୱରେ ମଜବୁତ ହେବ ମୁମ୍ବାଇ ପେସ୍ ବାହିନୀ । ଏବଂ ପୂରଣ ହୋଇପାରିବ ବୁମରାହଙ୍କ ଶୁନ୍ୟସ୍ଥାନ । ଏବେ ଆସନ୍ତୁ ନଜର ପକାଇବା ସନ୍ଦିପଙ୍କ କ୍ରିକେଟ୍ କ୍ୟାରିଅର୍ ଉପରେ । ମୋଟ୍ 66ଟି ଫାଷ୍ଟ୍ କ୍ଲାସ୍ ମ୍ୟାଚ୍ ଖେଳିଛନ୍ତି ସେ । ଏହା ବାଦ୍ ତାଙ୍କ ପାଖରେ 96 ଲିଷ୍ଟ୍ ଏ ଓ 68ଟି ଟ୍ୱେଣ୍ଟି ଟ୍ୱେଣ୍ଟି ଖେଳିବାର ଅନୁଭବ ରହିଛି । ଏହି ସବୁ ମୁକାବିଲାରେ ସେ ହାସଲ କରିଛନ୍ତି 217 ଓ୍ୱିକେଟ୍ । ବଡ ବଡ ବ୍ୟାଟସମ୍ୟାନ ମଧ୍ୟ ହୋଇଛନ୍ତି ତାଙ୍କ ଶିକାର । ସବୁଠାରୁ ଖାସ୍ କଥା ହେଲା ତାଙ୍କର ଇକୋନୋମି । ଯାହା ରହିଛି ମାତ୍ର ଦୁଇ ଦଶମିକ ଆଠତିନି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ