ଧୋନୀ ଆହତ । କିପିଂ କରିବା ବେଳେ ଗୋଡରେ ଲାଗିଛି ଗୁରୁତର ଆଘାତ । ଆଗକୁ ଖେଳିବା ନଖେଳିବା ବି ସସପେନ୍ସରେ । ଯାହାକୁ ନେଇ ବଢିଛି ଚେନ୍ନାଇ ସୁପର କିଙ୍ଗସର ଚିନ୍ତା । ଆଉ ଧୋନୀଙ୍କ ଫ୍ୟାନ୍ ମଧ୍ୟ ହୋଇଛନ୍ତି ନିରାଶ । ଆଶା-ଆଶଙ୍କାରେ ରହିଛନ୍ତି ସେମାନେ ।
ଆରମ୍ଭ ହୋଇଛି ଭାରତୀୟ କ୍ରିକେଟର ମହାସମର ଆଇପିଏଲ । ଶୁକ୍ରବାର ଖେଳାଯାଇଥିଲା ସିଜିନର ପ୍ରଥମ ମ୍ୟାଚ୍ । ମ୍ୟାଚ୍ ପୂର୍ବରୁ ଉଦଘାଟନୀ ଉତ୍ସବ ବି ଥିଲା ଖୁବ୍ ଦମଦାର୍ । ତେବେ ଓପନିଂ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ୍ ଓ ଗତ ଥରର ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ । ମୁକାବିଲା ବି ଥିଲା ଦମଦାର୍ ।
ପ୍ରଥମେ ବ୍ୟାଟିଂ କରି 178 ରନ୍ କରିଥିଲା ଚେନ୍ନାଇ । ଟାର୍ଗେଟକୁ ଦମଦାର ଷ୍ଟାଇଲରେ ଚେଜ୍ କରିଥିଲା ଗୁଜୁରାଟ । ଶୁଭମନ୍ ଗିଲଙ୍କ ଜବରଦସ୍ତ ଇନିଂସ ବଳରେ ସହଜରେ ମ୍ୟାଚ୍ ଜିତି ନେଇଥିଲା ଟାଇଟନ୍ସ । ହେଲେ ମ୍ୟାଚରେ ଘଟିଥିଲା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଯାହା ଧୋନୀଙ୍କ ଫ୍ୟାନ୍ ଓ ଫଲୋଅର୍ସଙ୍କୁ କରିଛି ନିରାଶ । କାରଣ କିପିଂ କରିବା ବେଳେ ଏକ ବଲକୁ ଧରିବାକୁ ଯାଇ ଡାଇଭ୍ କରିଥିଲେ ଧୋନୀ । ହେଲେ ଡାଇଭ୍ ତାଙ୍କ ପାଇଁ ହୋଇଛି ମାଇନସ୍ ପଏଣ୍ଟ ।
ଡାଇଭ୍ କରିବା ବେଳେ ଆହତ ହୋଇଛନ୍ତି ମାହି । ତାଙ୍କ ଗୋଡରେ ଲାଗିଛି ଶକ୍ତ ଆଘାତ । ଯାହାର ଦୃଶ୍ୟ ମଧ୍ୟ ଟିଭି ପରଦାରେ ଦେଖିବାକୁ ମିଳିଥିଲା । ଏହାପରେ ସେ ଛୋଟେଇ ଛୋଟେଇ ଷ୍ଟାଡିୟମ ବାହାରକୁ ଚାଲି ଯାଇଥିଲେ । ହେଲେ ଧୋନୀଙ୍କ ଏହି ଅବସ୍ଥା ପାଇଁ ଏବେ ଆଶଙ୍କାରେ ଫ୍ୟାନ୍ ଓ ଟିମ୍ । ଧୋନୀ ଖେଳିବେ ନା ଖେଳିବେ ନା ନାହିଁ ତାକୁ ନେଇ ସୋସିଆଲ ମିଡିଆରେ ବି ପୋଷ୍ଟ୍ ହେଉଛି ଭାଇରାଲ ।
ତେବେ ସିଏସକେ ଟିମ୍ ସିଇଓ ଏହା ମଧ୍ୟରେ ରଖିଛନ୍ତି ବଡ ପ୍ରତିକ୍ରିୟା । ମାହି ନିଶ୍ଚୟ ଆଗକୁ ଖେଳିବେ ବୋଲି ସେ କହିଛନ୍ତି । ଯଦି ମାହି ନଖେଳନ୍ତି ତାହାଲେ ସିଏସକେ ପାଇଁ ଅମ୍ବତି ରାଇୟୁ କିମ୍ବା ଡେଭିଡ୍ କନଓ୍ୱେ କିପିଂ କରିପାରନ୍ତି । ବୟସ ଆଧିକ ହୋଇଥିବାରୁ କଷ୍ଟା ଲାଘବ ପାଇଁ ସମୟ ନେଇପାରେ । ସମସ୍ତେ ମାହି ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରିବା ଦରକାର ବୋଲି ସିଇଓ କହିଛନ୍ତି । ଏହା ପ୍ରଥମ ଥର ନୁହେଁ । ଆଗରୁ ମଧ୍ୟ ଅନେକ ଥର ପଡିଆରେ ଆହତ ହୋଇଛନ୍ତି କ୍ୟାପଟେନ୍ କୁଲ୍ । କିନ୍ତୁ ସମସ୍ତ ଚର୍ଚ୍ଚା ଆଲୋଚନାକୁ ପଛରେ ପକାଇ ସେ କରିଛନ୍ତି ବ୍ୟାକ୍ । ଆହତ ହୋଇ ମଧ୍ୟ ଧରିଛନ୍ତି ବ୍ୟାଟ୍ । ଆଇ ଲଗାଇଛନ୍ତି ହେଲିକପ୍ଚର ସଟ୍ । ଯାହାକୁ ନେଇ ଫ୍ୟାନ୍ ମାନେ ମାହି ଆଗକୁ ପକ୍କା ଖେଳିବେ ବୋଲି କହୁଛନ୍ତି ।

