35.7 C
Odisha
Friday, March 6, 2026

ଡେଥ୍ ଟେଷ୍ଟର : ମେସିନ କହିଦେବ ଆପଣ ମରିବେ କେବେ ?

ମୃତ୍ୟୁର ନାଁ ଶୁଣିଲେ ଭୟରେ ଥରନ୍ତି ସମସ୍ତେ । ଜନ୍ମ ମୃତ୍ୟୁର ଖେଳରେ ମୃତ୍ୟୁ ହେଇଥାଏ ସବୁଠୁ ଭୟଙ୍କର । କେବେ କାହାର କାଳ ପୁରିବ ତାହା ସମସ୍ତଙ୍କୁ ଅଜଣା । ହଠାତ ଆସିପାରେ କାଳ । କେତେବେଳେ ଆଉ କେଉଁ ପରିସ୍ଥିତିରେ ହେଇପାରେ  ମୃତ୍ୟୁ । ଯାହାର ପୂର୍ବାନୁମାନ ଲଗାଇବା ଅସମ୍ଭବ । ତେବେ ଅସମ୍ଭବକୁ ସମ୍ଭବ କରିପାରେ ଲାଗିଛନ୍ତି ବୈଜ୍ଞାନିକ ।  ତିଆରି କରିଛନ୍ତି ଗୋଟିଏ ଖାସ୍ ମେସିନ୍ ।

ପରିଶ୍ରମ କରି ନୁଆ ଡିଭାଇସ ତିଆରି କରିଛନ୍ତି କିଛି ବୈଜ୍ଞାନିକ । ଯାହା କହିବ ମୃତ୍ୟୁର କଥା । ଜଣାଇଦେଵ ମୃତ୍ୟୁର ସମୟ । ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଏହି ଡିଭାଇସକୁ ବିକଶିତ କରିଛନ୍ତି  ଗବେଷକ । ତେବେ ପ୍ରମାଣ ବି ଦେଖାଇଛି ମେସିନ୍ । କିଛି ଜଣଙ୍କ ମୃତ୍ୟୁର କରିଛି ପୁରା ଠିକ୍ ଆକଳନ ।

ମେସିନ ପ୍ରସ୍ତୁତରେ ମୁଖ୍ୟ ଭୂମିକା ନେଇଛି ନଟିଂହାମ ୟୁନିଭର୍ସିଟିର ଗବେଷକ । ସେମାନେ ଦୀର୍ଘ ବର୍ଷ ଧରି ମୃତ୍ୟୁ ଉପରେ ରିସର୍ଚ୍ଚ କରୁଥିଲେ । 50 ରୁ 60 ବର୍ଷୀୟ ଲୋକଙ୍କ ଉପରେ ହେଉଥିଲା ଗବେଷଣା । ଯେଉଁମାନେ ଥିଲେ ଡାଏବେଟିସ, ବ୍ଲଡ଼ ପ୍ରେସର, ଏଡ୍ସ  ରୋଗୀ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ସେମାନଙ୍କ ଉପରେ ରଖାଯାଉଥିଲା ନଜର । ଶରୀରର ସମସ୍ତ ଗତିବିଧିକୁ ତଦାରଖ କରାଯାଉଥିଲା ।

ଶେଷରେ ସଫଳତା ପାଇଥିଲେ ବୈଜ୍ଞାନିକ । କେଉଁ ରୋଗରେ ମୃତ୍ୟୁ ସମ୍ଭାବନା ଅଧିକ ତାହା କହିପାରିଥିଲା ଏଆଇ । ରୋଗୀଙ୍କ ହାର୍ଟବିଟ, କିଡନୀ ଆଉ ବ୍ରେନକୁ ମ୍ୟାପ କରି ଲଗାଇଥିଲା ସଠିକ ଅନ୍ଦାଜ । ଏପରିକି ରକ୍ତ ନମୁନାକୁ ମଧ୍ୟ ପରଖିଥିଲେ ଏଆଇ ।  ମୃତ୍ୟୁର ପାଖାପାଖି ସମୟ କହିଥିଲେ ନୂଆ ଡିଭାଇସ୍ ।

କେବଳ ଏତିକି ନୁହେଁ,  ଆଖିର ରେଟିନାକୁ ଦେଖି ମଧ୍ୟ ମୃତ୍ୟୁକୁ ଚିହ୍ନି ପାରୁଥିଲା ଏଆଇ । ଏପରି 1800 ଜଣଙ୍କ ମୃତ୍ୟୁର ସଠିକ ଆକଳନ କରିଥିଲା ମେସିନ । ରିସର୍ଚ୍ଚରେ ସଫଳତା ପରେ ବୈଜ୍ଞାନିକମାନେ ମେସିନର ନାଁ ଦେଇଛନ୍ତି ଡେଥ ଟେଷ୍ଟର ।

ଏତିକିରେ ସରିନି ରିସର୍ଚ୍ଚ । ଆଗକୁ କିଭଳି ମୃତ୍ୟୁକୁ ରୋକିହେବ ସେନେଇ ମଧ୍ୟ ଚାଲିଛି ଗବେଷଣା । ଦିନ ରାତି ମୃତ୍ୟୁକୁ ପରଖୁଛନ୍ତି ବୈଜ୍ଞାନିକ। ଯଦି ସତରେ ମୃତ୍ୟୁକୁ ରୋକିହେବ ତେବେ ବଦଳିଯିବ ପ୍ରକୃତିର ସଂଜ୍ଞା ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ