19 C
Odisha
Saturday, March 7, 2026

ସକାଳୁ ଉଠି କରନ୍ତୁ ଏହିସବୁ କାମ, ଦିନ ସାରା ମିଳିବ ଭଲ ଖବର

କୁହାଯାଏ ଦିନର ଆରମ୍ଭ ଭଲରେ ହେଲେ ସାରା ଦିନ ଭଲରେ ଯାଇଥାଏ । ଏଥିପାଇଁ ଅଧିକାଂଶ ସକାଳୁ ଉଠି ଈଶ୍ୱରଙ୍କୁ କରନ୍ତି ଦର୍ଶନ । ଈଶ୍ୱରଙ୍କୁ ପୂଜା କରି ଦିନ ଆରମ୍ଭ କଲେ ଶୁଭଖବର ମିଳେ ବୋଲି ରହିଛି ବିଶ୍ୱାସ । ତେବେ ଆଉ କିଛି ଉପାୟ ଅଛି ଯାହା କରିବା ଦ୍ଵାରା ଦୂର ହୁଏ ଦୁର୍ଭାଗ୍ୟ । ଦିନ ସାରା ମିଳେ ଶୁଭ ସମାଚାର । ଆସନ୍ତୁ ଜାଣିବା ସେ ସବୁ ଉପାୟ ବିଷୟରେ ।

ସକାଳୁ ଉଠି ସେଜରେ ପ୍ରଥମେ ଦୁଇ ହାତର ପାପୁଲିକୁ ଭଲରେ ଦେଖିବା ଦରକାର । ପୁରାଣ ଅନୁସାରେ ଏପରି କଲେ ଦିନ ସାରା ଶରୀରକୁ ମିଳେ ସକରାତ୍ମକ ଶକ୍ତି । ଆଉ ମନକୁ ମିଳେ ଶାନ୍ତି । ଦିନ ଭଲରେ ଭଲରେ କଟିଥାଏ । ଆକସ୍ମିକ ବାଧା ଆସିନଥାଏ ।  

ସୂର୍ଯ୍ୟଙ୍କୁ ପୂଜା କଲେ ଶୁଭ ଖବର ମିଳେ ବୋଲି ରହିଛି ବିଶ୍ୱାସ । ସକାଳେ ସୂର୍ଯ୍ୟଙ୍କୁ ଜଳ ଦାନ କରିବା ଯଜ୍ଞରେ ଅର୍ଘ୍ୟ ଦେବା ସହ ସମାନ । ତମ୍ବା ପାତ୍ରରେ ଲାଲ ରଙ୍ଗର ଫୁଲ ରଖି ସୂର୍ଯ୍ୟଙ୍କୁ ଜଳଦାନ ଆହୁରି ଭଲ ହୋଇଥାଏ । ଏହା ଦ୍ୱାରା ଶାରୀରିକ ଆଉ ମାନସିକ ସ୍ତରରେ ଦୂର ହୁଏ କଷ୍ଟ । ବିପତ୍ତି ପାଖ ମାଡିନଥାଏ ।

ଶାସ୍ତ୍ର ଅନୁସାରେ ସକାଳେ କାଉ ଆଉ ପାରାଙ୍କୁ ଖାଦ୍ୟ ଦେବା ଉଚିତ । ଗାଈ ଆଉ କୁକୁରଙ୍କ ଖାଇବାକୁ ଦେଲେ ଆହୁରି ଭଲ ।   ଫଳରେ ମିଳିଥାଏ ଈଶ୍ୱରଙ୍କ କୃପା । କାରଣ ସମସ୍ତଙ୍କ ଶରୀରରେ ନାରାୟଣ ବାସ କରନ୍ତି । ଏପରିକି କିଛି ପଶୁପକ୍ଷୀଙ୍କୁ ଖାଦ୍ୟ ଦେବା ଦ୍ୱାରା ଅନେକ ଗ୍ରହ ଦୋଷ କଟିଥାଏ । ଜାତକରେ ଅଶୁଭ ଫଳ ଦେଉଥିବା ଗ୍ରହ ବି ପଡ଼ିଥାନ୍ତି ଶାନ୍ତ। 

ସେହିପରି ସବୁଦିନ ଧର୍ମ ଗ୍ରନ୍ଥ ପାଠ ଅତି ଲାଭଦାୟକ । ଏପରି କରିବା ଦ୍ୱାରା ଅଶାନ୍ତି ପାଖ ମାଡି ନଥାଏ । ବର୍ଷା ହୁଏ ଭଗବାନଙ୍କ ଆଶୀର୍ବାଦ । ସବୁ କାମ ହୁଏ ସଫଳ ଆଉ ଦିନସାରା ମିଳିଥାଏ ଭଲ ଖବର। ଯଦି କେହି ଆପଣଙ୍କର କ୍ଷତି ଘଟାଇବାକୁ ଚେଷ୍ଟା କରୁଥାନ୍ତି, ସେମାନେ ବିଫଳ ହୋଇଥାନ୍ତି । ଆଫଣ ସକାଳୁ ଗୀତା, ଭାଗବତ କିମ୍ବା ରାମାୟଣ ଆଦି ପଢିପାରିବେ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ