22.9 C
Odisha
Wednesday, October 29, 2025

କୁମ୍ଭୀରକୁ ବାହା ହେଲେ ମେୟର

ଦର୍ଶକବନ୍ଧୁ ଯୁଗ ଯେପରି ପରିବର୍ତନ ହେଉଛି, ତା ସହିତ ଲୋକମାନଙ୍କ ଲାଇଫ ଷ୍ଟାଇଲ ଏବଂ ଇଚ୍ଛାରେ ବି ଆସୁଚି ବଡ ପରିବର୍ତନ । ପୁରାତନ କାଳରୁ ରହିଆସିଥିବା ପରମ୍ପରା ଧିରେ ଧିରେ ବଦଳିବାକୁ ବସିଛି । ଅନେକ ପୁରୁଣା ପରମ୍ପରା ବଜାୟ ରଖିବାକୁ ଆଜି ବି ପ୍ରୟାସ କରୁଛନ୍ତି । ତେବେ କହିବାକୁ ଗଲେ, ଆଜିକାଲିର ଯୁଗରେ କିଛି ବି ଅସମ୍ଭବ ନୁହେଁ । ପ୍ରଥମରୁ ଅଜବ ଘଟଣା ଲୋକଙ୍କୁ ଗଜବ ଲାଗୁଥିଲେ ବି ପରବର୍ତୀ ସମୟରେ ସମସ୍ତେ ଏହାକୁ କରିଛନ୍ତି ଗ୍ରହଣ । ଏହି ପରିପ୍ରେକ୍ଷୀରେ ଆମେ କହିବୁ ଜଣେ ମେୟରଙ୍କ ବିଷୟରେ,ଯିଏ ଦୁଲହନ ବନିଥିବା କୁମ୍ଭୀରକୁ ବାହା ହୋଇ ଚର୍ଚ୍ଚା ସାଉଁଟୁଛନ୍ତି । ପ୍ରଥମେ କହିରଖିବୁ ଏମିତି ଘଟଣା ମେକ୍ସିକୋରୁ ଆସିଛି ।
ଆଉ ବିଶ୍ୱର ଏହା ହେଉଛି ଅଜବ ବିବାହ । ମଣିଷ ମଣିଷକୁ ନୁହେଁ ବରଂ ବାହା ହେଉଛି କୁମ୍ଭୀରକୁ । ଦକ୍ଷିଣ ମେକ୍ସିକୋ ଏକ ସହରର ମେୟର ନିଜ ଲୋକଙ୍କ ଶୁଭ ମନାସି ପାରମ୍ପରିକ ରୀତିନୀତି ହିସାବରେ କୁମ୍ଭୀରକୁ ବିବାହ କରିଛନ୍ତି ।
ମେକ୍ସିକୋ ତେହୁନ୍ତେପେକ୍ ଇସ୍ଥମସ୍ ରେ ସ୍ୟାନ୍ ପେଡ୍ରୋ ହୁଆମେଲୁଲା ମେୟର ଭିକ୍ଟର ଝୁଙ୍ଗୋ ପୂର୍ବଜଙ୍କ ପରମ୍ପରାକୁ ପୁଣି ଥରେ ଜୀବିତ କରିଛନ୍ତି ।
ବିକ୍ଟର ଝୁଗୋ ସୋସା, ଏଲିସିୟା ଏଡ୍ରିୟାନା ନାମକ ଏକ ସରୀସୃପକୁ ନିଜର ଦୁଲହନ କରିଛନ୍ତି । ଏମିତିକି କୁମ୍ଭୀର, ଯାହାକୁ ସ୍ଥୀନୟ ଲୋକେ ରାଜକୁମାରୀ କୁହନ୍ତି, ତା ପ୍ରତି ସମର୍ପିତ ଓ ବିଶ୍ୱାସଭାଜନ ହୋଇ ସର୍ବଦା ରହିବେ ବୋଲି ଶପଥ ନେଇଛନ୍ତି । ଏହି ବିହାହରେ ହଜାର ହଜାର ଲୋକେ ସାମିଲ ହୋଇଥିଲେ । ମେୟରଙ୍କ ପରିବାର ଲୋକେ ପରମ୍ପରା ଅନୁସାରେ ସଂପନ୍ନ କରିଥିଲେ ଏହି ବିବାହକୁ । ତେବେ ଆପଣ ଏ କଥା ଶୁଣି ବୋଧହୁଏ ମିଛ ଭାବୁଥିବେ କିମ୍ବା ନିଜକୁ ବିଶ୍ୱାସ କରିପାରୁନଥିବେ । ହେଲେ ଏହି ଘଟଣା କିନ୍ତୁ ସତ । ମେକ୍ସିକୋରେ ଏଭଳି ବିବାହକୁ ନେଇ ବହୁ ପୁରୁଣା ପରମ୍ପରା ରହିଆସିଛି । ମଣିଷର ସଂପର୍କ ପରିବେଶ ଓ ଜୀବଜନ୍ତୁଙ୍କ ସହ ମଜଭୂତ କରିବା ଉଦେଶ୍ୟରେ ଏମିତି ବିବାହର ଆୟୋଜନ କରାଯାଏ । ଏମିତି ବାହାଘର ହେବା ସାଧାରଣ କଥା । କାରଣ ଲୋକେ ମାନନ୍ତି କି, ଏମିତି କରିବା ଦ୍ୱାରା ଭଗବାନ ସେମାନଙ୍କର ସମସ୍ତ ମନୋକାମନା ପୂରଣ କରନ୍ତି ।
ତେବେ ସୋସା କହିଛନ୍ତି, ମୁଁ ଦାୟିତ୍ୱ ସ୍ୱୀକାର କରୁଛି, କାରଣ ଆମେ ଦୁହେଁ ଜଣେ ଆଉ ଜଣଙ୍କୁ ଭଲପାଉଛୁ ଏବଂ ଏହା ଗୁରୁତ୍ୱପୂର୍ଣ୍ଣ । ଆପଣ ପ୍ରେମ ବିନା ବିବାହ କରିପାରିବେ ନାହିଁ । ମୁଁ ରାଜକୁମାରୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତ ।
ତାହେଲେ ଏହି ପରମ୍ପରା କଣ
ତେବେ ଦର୍ଶକବନ୍ଧୁ ଆମେ କହିରଖିବୁ ଯେ, ସେଠାରେ ୨୩୦ ବର୍ଷ ଧରି, ପୁରୁଷମାନେ ସରୀସୃପ କୁ ବିବାହ କରୁଥିବା ପରମ୍ପରା ଚାଲି ଆସିଛି । ସତରେ ଏ ବିବାହ କେତେ ଅଜବ । ଯୁବତୀ ପରିବର୍ତେ ଏକ କୁମ୍ଭୀରକୁ ଜଣେ ମେୟର ବାହା ହେଉଛନ୍ତି । ନିହାତି ଭାବରେ ଏହାକୁ ଗ୍ରହଣ କରିବା ସହଜ କଥା ତ ନୁହେଁ । ମାତ୍ର ଯାହାର ଯେମିତି ପରମ୍ପରା ରହିଛିି ସେମାନେ ନିହାତି ଭାବେ ତାକୁ ସଂପୂର୍ଣ୍ଣ କରିବେ । ଆହୁରି ମଧ୍ୟ କୁହାଯାଏ, ଭଲ ବର୍ଷା ଓ ଅଧିକ ମାଛ ପାଇଁ ଲୋକେ ଏମିତି ବିବାହ କରନ୍ତି । ସେଥିପାଇଁ ମେୟର ବି କଲେ ଏମିତି ବିବାହ । ୧୭୮୯ରୁ ଏହି ବିବାହ ପରମ୍ପରା ଚାଲି ଆସିଛି । ବିବାହ ପୂର୍ବରୁ ଲୋକେ କୁମ୍ଭୀରର ନାମ ରଖନ୍ତି । ପରେ ବିବାହର ତାରିଖ ସ୍ଥିର ହୋଇଥାଏ । ସାଧାରଣ ବାହାଘର ଭଳି ଏ ବିବାହରେ ବି ବନ୍ଧୁ ପରିଜନ ସମସ୍ତେ ଉପସ୍ଥିତ ରହି ବିବାହ ସଂପନ୍ନ କରିଥାନ୍ତି ।
ତେବେ ଦର୍ଶକବନ୍ଧୁ ଆମ ଦେଶରେ କେଉଁ ସବୁ ଅଜବ ପରମ୍ପରା ରହିଚି, ଯାହା ଚକିତ କରେ, ଯଦି ଜାଣିଛନ୍ତି ନିଜ ମତାମତ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ