19.7 C
Odisha
Friday, January 16, 2026

ଏହି ଜାଗାରେ ଅଛି ମାଳିକାର ଚିତଳ ମାଛ

ବୁଲୁଛି ଚିତ୍ତଳ ମାଛ । ଭୟରେ ଡ୍ୟାମକୁ ଯାଉ ନାହାଁନ୍ତି କେହି । ଗଲେ ରହିଛି ମୃତ୍ୟୁର ବିପଦ । କାରଣ ଚିତ୍ତଳ ମାଛ ଏବେ ଭୋକିଲା ଆଛି । ସେ କାହାକୁ ମଧ୍ୟ ଗିଳି ଦେଇପାରେ । ତେବେ ଏକଥା ଆମେ କହୁନୁ ବରଂ ଚିତ୍ତଳ ମାଛ ଉପରେ ବ୍ୟାଖ୍ୟା କରାଯାଇଛି ମାଳିକାରେ । କୁଆଡେ ଏହି ମାଛ ଖୁବ୍ ବିଶାଳ । ଆଉ କଳିଯୁଗ ଶେଷରେ ଏହା ବାହାରକୁ ଆସିବ । ଯାହାର କଙ୍କାଳରେ ତିଆରି ହେବ ହୀରାକୁଦ ବନ୍ଧର ନୂଆ ଗେଟ୍ ।

ମାଳିକା କଥା ଅନୁସାରେ ଚିତଳ ମାଛକୁ ନେଇ ରହିଛି ଅନେକ କାହାଣୀ । କୁହାଯାଏ ଜରିଆ ଗଣ୍ଡରେ ଲୁଚିଛି ଚିତଳ ମାଛ । ଏଠାରେ ଲୋକେ ଅନେକ ଥର ଚିତଳ ମାଛକୁ ଦେଖିଛନ୍ତି । ଯାହା ସ୍ଥାନୀୟ ଲୋକେ ମଧ୍ୟ କହିଥାନ୍ତି ।  ଆଉ ଏହି ଜରିଆ ଗଣ୍ଡ ରହିଛି କଟକ ମାହାଙ୍ଗାର ରଘୁନାଥନଗରରେ । ଜରିଆ ନଇରେ ହିଁ ରହିଛି ଏହି ଗଣ୍ଡ । ଯାହା ହେଉଛି ମାଳିକା ବର୍ଣ୍ଣିତ ଚିତଳ ମାଛର ବାସସ୍ଥାନ । ହେଲେ ଆଉ କେହି କେହି କୁହନ୍ତି  ଏହା ଜରିଆ ନଇ ନୁହେଁ ବରଂ ଗୁପ୍ତ ଯମୁନା । ଯେଉଁଠାରେ ରହିଛି ଏକ ବିନୋଦବିହାରୀ ମନ୍ଦିର । ମନ୍ଦିର ପାଖରେ ହିଁ ଏକ ବିରାଟ ପୁଷ୍କରିଣୀ ଅଛି । ଏଠାରେ ହିଁ ଖେଳୁଛି ଚିତଳ ମାଛ ।

ଲୋକଙ୍କ କହିବା କଥା ହେଲା ଏହି ପୋଖରୀ କେବେ ହେଲେ ଶୁଖେ ନାହିଁ । ଯେତେ ଖରା ହେଲେ ବି ଏଠାରେ ପାଣି ସେମିତି ରହିଥାଏ । ଯେମିତି ପାଣିକୁ ଶୋଷିପାରେନି ଟାଣ ଖରା । ଯାହାର ଅନେକ ପ୍ରମାଣ ମଧ୍ୟ ରହିଛି । ପାଖରେ ଥିବା ମନ୍ଦିରର ପୁଜାରୀ ମଧ୍ୟ ସମାନ କଥା କୁହନ୍ତି । ସେ ଅନେକ ଥର ଏଠାରେ ଚିଥଳ ମାଛ ଦେଖିଥିବା ଦାବି କରନ୍ତି । ଏପରିକି ବେଳେ ବେଳେ ଚିତଳ ମାଛ ମୁଣ୍ଡରେ ସିନ୍ଦୂର ଲାଗିଥିବା ମଧ୍ୟ ନଜର ଆଶିଛି ।

ମନ୍ଦିରର ପୂଜାରୀଙ୍କ କହିବାନୁସାରେ, ବିନୋଦବିହାରୀ ମନ୍ଦିର ହେଉଛି 1000 ବର୍ଷ ପୁରୁଣା । ଯେଉଁଠି ସବୁ ଜାନୀ ଯାତ୍ରା ପାଳନ କରାଯାଏ । ଏହି ପାଖରେ ଥିବା ନଦୀ ହେଉଛି ଗୁପ୍ତ ଯମୁନା । ଯେଉଁ କଥା ମାଳିକାରେ ଅଚ୍ୟୁତାନ୍ନଦ ମହାପୁରୁଷ ଲେଖିଛନ୍ତି । ସତ୍ୟଯୁଗରେ ଏଠାରେ ଭାସି ଆସୁଥିଲା ସୁନା ଏବଂ ପିତଳ ଗରା । ଯାହା କଳିଯୁଗରେ ଆଉ ଦେଖିବାକୁ ମିଳିନଥିଲା । ସ୍ଥାନୀୟ ଲୋକଙ୍କ କହିବା କଥା ବି ସମାନ ।

ସ୍ଥାନୀୟ ଲୋକେ କହିଥାନ୍ତି ଯେ, ମନ୍ଦିରରେ ଥିବା ଠାକୁର ହେଲେ ପ୍ରତ୍ୟକ୍ଷ ଠାକୁର । ଯାହାଙ୍କ ଅନେକ ଅଲୌକିକ ଘଟଣା ରହିଛି । ଟାକୁରଙ୍କ ଆଗରେ କିଛି ମାନସିକ ରଖିଲେ, ତାହା ପୂରଣ ହୋଇଥାଏ । ଯଦି କେହି ଭକ୍ତିରେ ଠାକୁରଙ୍କ ଡାକେ, ଠାକୁର ତାର ଦୁଃଖ ହରଣ କରିଥାନ୍ତି । କିନ୍ତୁ ଗୁପ୍ତଯମୁନା କଥା କହିବା ବେଳେ ସ୍ଥାନୀୟ ଲୋକେ ବି ଡରନ୍ତି । କାରଣ ଏହା ଏକ ବଡ ନଇ । ହେଲେ ଏହାର ଦୁଇ ମୁହଁ ବନ୍ଦ ହୋଇଯାଇ ତିଆରି ହୋଇଛି ଗଣ୍ଡ । ଯାହାକୁ କେହି ମାପି ପାରୁ ନାହାଁନ୍ତି । ନଇ ମଝିରେ ବି ରହିଛି ଠାକୁରଙ୍କ ମନ୍ଦିର । ଏମିତିକି ନାଉରିଆମାନେ ଗଣ୍ଡ ପାଖକୁ ଭୟରେ ଯାଆନ୍ତିନି ।

ଆଉ କେହି କେହି କୁହନ୍ତି ସାପୁଆ ଡ୍ୟାମରେ ରହିଛି ଚିତଳ ମାଛ ଏବଂ ବଉଳା କୁମ୍ଭୀର । ମାଳିକାକେ ସାପୁଆ ଡ୍ୟାମକୁ ଗୁପ୍ତ ଯମୁନା କୁହାଯାଇଛି । ସମାନ କଥା ସ୍ଥାନୀୟ ଲୋକେ ବି କୁହନ୍ତି । ଏଠାରେ ବିରାଟ କାୟ କୁମ୍ଭୀର ସେମାନେ ଦେଖିଥିବା ଦାବି କରନ୍ତି । ବେଳେ ବେଳେ ଡ୍ୟାମରୁ ଧୂଆଁ ବାହାରୁ ଥିବା ଏବଂ ଶବ୍ଦ ଶୁଣିଛନ୍ତି ଲୋକେ । ତେବେ ଦର୍ଶକବନ୍ଧୁ, ଅଚ୍ୟୁତାନ୍ନଦଙ୍କ କଥା ଅନୁସାରେ, କଳିଯୁଗ ଶେଷରେ ଏକ ବିରାଟ ଚିଚଳ ମାଛ ଆସିବ । ଯାହା ପ୍ରଥମେ ଜଗତସିଂପୁର ଯାଇ ସାରଳା ମନ୍ଦିରରେ ଖେଳିବ । ଏହାପରେ ଛତିଆ ବଟରେ ଥିବା ଜଗନ୍ନାଥ ମନ୍ଦିରରେ ଜୀବନ ହାରିବ । ଏହା ଏତେ ବିଶାଳ ଥିବ ଯେ, ଏହାର କଙ୍କାଳରେ ତିଆରି ହୋଇଯିବ ହୀରାକୁଦ ବନ୍ଧର ଗେଟ୍ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ