ଓଡିଶାର ଏକ ପ୍ରାଚୀନ ପୁସ୍ତକ ମାଳିକା । ଯାହାକୁ ଲେଖିଥିଲେ ଅଚ୍ୟୁତାନ୍ନଦ ଦାସ । ମାଳିକାକୁ ଭବିଷ୍ୟ ମାଳିକା ମଧ୍ୟ କୁହାଯାଏ । ଯେଉଁଥିରେ ଆଗକୁ କଣ ଘଟିବ ତାକୁ ନେଇ ଲେଖାଯାଇଚି ଗହନ କଥା । ଯାହା ଶୁଣିଲେ ଆପଣ ମଧ୍ୟ ଭୟରେ ଥରି ଉଠିବେ । 2026ରେ ଆପଣଙ୍କ ସହ କଣ କଣ ଘଟିବାକୁ ଯାଉଛି, ତାହାର ଉଲ୍ଲେଖ ରହିଛି ଏହି ବହିରେ । ଏହି ସବୁ କଥା ବଡ ଅଭିଷାପ ପାଲଟିବ ତାହା ମଧ୍ୟ ଲେଖିଛନ୍ତି ପଣ୍ଡିତ ଅଚ୍ୟୁତାନନ୍ଦ ଦାସ । ଗୋଟିଏ କି ଦୁଇଟି ନୁହେଁ, ଅଚ୍ୟୁତାନନ୍ଦ ଦାସ ହୀରାକୁଦ ବନ୍ଧ ଏବଂ ଚିତଳ ମାଛ ବିଷୟରେ ଲେଖିଥିବା କଥା କିଛିଦିନ ଭିତରେ ସତ ହେବାକୁ ଯାଉଛି ।
ଦର୍ଶକବନ୍ଧୁ, ଆମେ ସମସ୍ତେ ଜାଣିଛେ ମାଳିକା ବିଷୟରେ । ଏଥିରେ ଲେଖାଥିବା ସବୁ କଥା ଧିରେଧିରେ ସତ ହେଉଛି । ମାଳିକା ଅନୁସାରେ 2023ରେ ଓଡିଶାରେ ଦେଖାଦେବ ବଡ ଦୁର୍ଘଟଣାଯାହା ବାହାନାଗା ଦୁର୍ଘଟଣାରେ ସତ ପ୍ରମାଣିତ ହୋଇଛି । ଏବେ ଆଉ ଏକ କଥା ସତ ହେବାକୁ ଯାଉଛି । ଏବର୍ଷ ନହେଲେ ବି ଆଉ ତିନି ବର୍ଷ ଭିତରେ ଘଟିବାକୁ ଯାଉଛି ବିରାଟ ଘଟଣା । ଯାହା ଆମ ରାଜ୍ୟର ହୀରାକୁଦ ନଦୀବନ୍ଧକୁ ନେଇ ।
ମାଳିକା କଥା ଅନୁସାରେ, ଭାଙ୍ଗିଯିବ ହୀରାକୁଦ ବନ୍ଧ । ବନ୍ୟା ଆସିବ । ଓଡିଶାର ଘୋର କ୍ଷୟକ୍ଷତି ହେବ । ଏମିତି ପୁରା ଭୁଷୁଡି ପଡିବ ଏହି ମାଟିର ବନ୍ଧ । ଆପଣ ଜାଣିଥିବେ ହୀରାକୁଦ ହେଉଛି ଓଡିଶାର ସବୁଠୁ ବଡ ବନ୍ଧ ହେଲା ହୀରାକୁଦ । ଯାହାକୁ 1947ରେ ତିଆରି କରାଯାଇଥିଲା । ଏହାର ନିର୍ମାଣ କାମ 1957ରେ ଶେଷ ହୋଇଥିଲା । 10 ବର୍ଷ ଲାଗିଥିଲା ଏହାର ନିର୍ମାଣ କାର୍ଯ୍ୟ । ତାହାକୁ ନିଜ ପୁସ୍ତକରେ ଅକ୍ଷରରେ ପ୍ରକାଶ କରିଛନ୍ତି ଅଚ୍ୟୁତାନନ୍ଦ । ସେ ଲେଖିଛନ୍ତି ଯେ, ଚିତଳ ମାଛ ବାହରିଣ ଯିବ, ଶାରଦା ଦର୍ଶନ କରି ପ୍ରାଣ ଯେ ହାରିବ । ଅର୍ଥାତ ସମୁଦ୍ରରୁ ଏକ ବିଶାଳ ଚିଚଳ ମାଛ ଆସିଯିବ । ତାହା ଜଗତସିଂହପୁରରେ ଶାରଦାଙ୍କୁ ଦର୍ଶନ କରିବ । ଏହାପରେ ସେ ଛତିଆ ବଟରେ ପ୍ରାଣ ହାରିବ ।
ଏତିକିରେ ସରିନି ଅତ୍ୟୁତାନ୍ନଦଙ୍କ ଭୟଙ୍କର ମାଳିକା କଥା । ସେ ଆହୁରି କହିଛନ୍ତି ଯେ, ଏହି ଚିତଳ ମାଛର ଅସ୍ଥି ଯୁଗ ଯୁଗ ଧରି ରହିବ । ତାହା ହିଁ ହୀରାକୁଦର ଫାଟକ ହୋଇଯିବ । କଳିଯୁଗ ଶେଷକୁ ନେଇ ଏମିତି କିଛି କହିଛନ୍ତି ପଣ୍ଡିତ ଅଚ୍ୟୁତାନନ୍ଦ । ଆପଣ ଜାଣିଥିବେ ଯେ, ଏବେ ଦୁର୍ବଳ ହୋଇଯାଇଛି ହୀରାକୁଦ । ଏଥିରେ ଫାଟ ଦେଖାଦେଲାଣି । ଅନେକ ରିପୋର୍ଟ ବି କହୁଛି ସମାନ କଥା । ହୀରାକୁଦ ଭାଙ୍ଗିବା ନେଇ ଅନେକ ଗବେଷକ ପ୍ରକାଶ କରିଛନ୍ତି ଆଶଙ୍କା । ଗଣମାଧ୍ୟମରେ ମଧ୍ୟ ହୀରାକୁଦ ଫାଟକୁ ନେଇ ଅନେକ ସମୟରେ ପ୍ରକାଶ ପାଇଛି ଖବର ।
ଯଦି ମାଳିକା କଥାକୁ ଆହୁରି ବିଚାରକୁ ନିଆଯାଏ ତାହାଲେ ଆପଣଙ୍କ ହୋସ୍ ଉଡି ଯିବ । କୁଆଢେ କିଛି ବର୍ଷରେ ମହୋଦଧି ମାଡି ଆସିବ । ସମୁଦ୍ରରେ ଲୀନ ହୋଉଇଯିବ ଆମ ଦେଶ । ଏହାର ଠିକ୍ ଆଗରୁ କଟକର ନାଁ ପରିବର୍ତ୍ତନ ହେବ । ଯାହାର ନୂଆ ନାଁ ହେବ ଅମରାବତୀ । ନଗରରେ ଚଣ୍ଡି ଚାମୁଣ୍ଡା ଘୁରି ବୁଲିବେ । ଯାହା ମହାପ୍ରଳୟକୁ ନେଇ ଦେଇଚି ଭୟଙ୍କର ସଙ୍କେତ । ଆପଣ ଭାବୁଥିବେ କେଉଁଠି ମିଳନ୍ତି ଚିତ୍ତଳ ମାଛ । ପ୍ରକୃତରେ ବାଂଲାଦେଶ ଉପକୂଳରେ ଦେଖାଯାଆନ୍ତି ଏହି ଚିଚ୍ଚଳ ମାଛ । ଯାହାକୁ ନିଜ ବହିରେ ଉଲ୍ଲେଖ କରିଛନ୍ତି ଅଚ୍ୟୁତାନନ୍ଦ ଦାସ । ତେବେ ବାଂଲାଦେଶ ଓଡିଶାଠୁ ବେଶୀ ଦୁରରେ ନୁହେଁ । ଉଭୟ ବଙ୍ଗୋପସାଗର କୂଳରେ ଅବସ୍ଥିତ । ଅର୍ଥାତ ଚିତଳମାଛ ସେଠାରୁ ଓଡିଶା ଉପକୂଳକୁ ଆଶିବାକୁ ବେଶି ସମୟ ଲାଗିବନି । ଏହି ଚିତଳ ମାଛ ହିଁ ଶରଦାଙ୍କୁ ଦର୍ଶନ କରିବ । ହେଲେ ଏହା ଏତେ ବଡ ଥିବ ଯେ, ଏହାର ଅସ୍ଥିରେ ତିଆରି ହେବ ହୀରାକୁଦ ବନ୍ଧ । ବନ୍ଧ ଭାଙ୍ଗିଯିବା ପରେ କାମରେ ଆସିବନି ବାଲି ଏବଂ ସିମେଣ୍ଟ । ମାଛ ଅସ୍ଥିରେ ହିଁ ସରିଯିବ ବନ୍ଧର କାମ ।

