23.3 C
Odisha
Friday, March 6, 2026

ଗଛରୁ ଫଳୁଛି ଟଙ୍କା

ଗୁଗୁଲରେ ଲୋକେ ସାଧାରଣ ଭାବରେ ସର୍ଚ କରନ୍ତି ସେମାନେ କେତେ ଜଲଦି ଧନୀ ହେବେ । କେତେ କମ ସମୟରେ କରୋଡପତି ହେବେ ସେ ନେଇ ସବୁବେଲେ ମୁଣ୍ଡରେ ଚାଲିଥାଏ ନାନାପ୍ରକାର ଭାବନା । ହେଲେ ଧନୀ ହେବାର କିଛି ସର୍ଟକଟ୍ ବି ନାହିଁ । ଏଥିପାଇଁ କରିବାକୁ ପଡେ କଠିନ ପରିଶ୍ରମ ଏବଂ ଆବଶ୍ୟକ ରହିଥାଏ ଧୈର୍ଯ୍ୟ । ତେବେ ଆଜି ଆପଣଙ୍କୁ ଏକ ଏମିତି ବ୍ୟବସାୟ ବିଷୟରେ କହିବୁ ଯେଉଁଠି ଆରମ୍ଭରୁ ଆପଣଙ୍କୁ ଅବଶ୍ୟ ସାମାନ୍ୟ ପରିଶ୍ରମ କରିବାକୁ ହେବ । ହେଲେ ପରେ ଆପଣ ହୋଇପାରିବେ କୋଟିପତି । ଯଦି ଆପଣଙ୍କ ପାଖରେ ଏକ ଏକର ଜମି ଅଛି, ତେବେ ସେଠାରେ ଆପଣ ଲଗାନ୍ତୁ ମହୋଗନୀ ଗଛ । ଯାହା ଆପଣଙ୍କୁ ୧୨ ବର୍ଷରେ କରାଇଦେବ କୋଟିପତି ।
କ୍ଷେତବାଡିରେ ଆଗ୍ରହ ରଖୁଥିବା ବ୍ୟକ୍ତି ଏହା କରି ମୋଟା ଅଙ୍କର ଆୟ କରିପାରିବେ । ଏମିତିକି ଅନେକ ଯୁବକ ଯୁବତୀ ମୋଟା ସାଲାରୀ ବିଶିଷ୍ଟ ଚାକିରୀ ଛାଡି ଚାଷବାସ ବି କରୁଛନ୍ତି । ମହୋଗନୀ ଗଛ ବି କିଛି ଏମିତି । ମହୋଗନୀ ଗଛ ର କାଠ ହେଉଚି ସାମାନ୍ୟ ବ୍ରାଉନ କଲର । ଯାହାର କାଠ, ପତ୍ର ଓ ବୀଜ, ମାର୍କେଟରେ ମହଙ୍ଗା ମୂଲ୍ୟରେ ବିକ୍ରି ହୁଏ । ଏହାର ଖାସ୍ କଥା ହେଲା ଯେ, ଏହି ଗଛର କାଠ ଜଲଦି ଖରାପ ହୁଏ ନାହିଁ । ଏହାର କାଠ ଜାହାଜ, ପ୍ଲାଇଉଡ୍ ଆଦି ବନାଇବାରେ କାମ କରେ ।
ଏହାର ଆଉ ଏକ ଖାସ ଗୁଣ ହେଲା ଯେ, ସ୍ୱାସ୍ଥ୍ୟ ପାଇଁ ଏହା ବେଶ ଭଲ । ଏଥିରେ ଔଷଧୀୟ ଗୁଣ ଭରି ହୋଇ ରହିଛି । ଏହି ଗଛ ପାଖରେ ମଶା ବି ହୁଅନ୍ତି ନାହିଁ । ମଶା ଯୋଗୁଁ ଅନେକ ରୋଗ ହେଉଥିବା ବେଳେ ଏହି ଗଛ କିନ୍ତୁ ମଶା ଦୂର କରିବାରେ ସାହାଯ୍ୟ କରେ । ସେଥିପାଇଁ ଏହି ଗଛର ପତ୍ର ଓ ବୀଜ ମଶା ଦୂର କରୁଥିବା ଦ୍ରବ୍ୟ ଓ କୀଟନାଶକ ବନାଇବାରେ ବ୍ୟବହାର ହୁଏ ।
ଏହାସହ ପେଣ୍ଟ, ବାର୍ନିଶ, ସାବୁନ ଓ ଅନେକ ପ୍ରକାର ଔଷଧ ବନାଇବାରେ ଏହାକୁ ଉପଯୋଗ କରାଯାଏ । ଏହି ଗଛର ଛାଲରେ ପ୍ରସ୍ତୁତ ହୋଇଥାଏ ଅନେକ ପ୍ରକାର ଔଷଧ । ଏହି ଗଛ ହେବା ପାଇଁ ଲାଗିଥାଏ ପ୍ରାୟ ୧୨ ବର୍ଷ ସମୟ । ହେଲେ ୫ ବର୍ଷରେ ଥରେ ଏହା ବୀଜ ଦେଇଥାଏ । ଗୋଟିଏ ଗଛରୁ ପ୍ରାୟ ୫ କିଲୋ ଯାଏ ବୀଜ ବାହାରିଥାଏ । ମହୋଗନୀ ଗଛର କାଠ ୨ ହଜାରରୁ ୨୨୦୦ ଟଙ୍କା ପ୍ରତି କ୍ୟୁବିକ ଫିଟ୍ ବିକ୍ରି ହୁଏ । ତେବେ ଏହାର ଗୋଟିଏ ଗଛ ୨୦ରୁ ୩୦ ହଜାର ଟଙ୍କାରେ ହୋଇଥାଏ ବିକ୍ରି । ସେହିପରି ଏହାର ବୀଜ କିଲୋପ୍ରତି ୧ ହଜାର ଟଙ୍କା ହୋଇଥାଏ । ମୋଟାମୋଟି ଭାବେ ଗୋଟିଏ ଏକରରେ ଯଦି ଆପଣ ୧୨୦ଟି ଗଛ ଲଗାଉଛନ୍ତି, ଆପଣ ୧୨ ବର୍ଷରେ ହୋଇପାରିବେ କୋଟିପତି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ