ଦର୍ଶକବନ୍ଧୁ ଆପଣମାନେ ଇଣ୍ଟରନେଟ ପ୍ଲାଟଫର୍ମରେ ଅନେକ ପ୍ରକାର ମଜାଦାର ଭିଡିଓ ଦେଖୁଥିବେ । ଖାଲି ଟାଇମ ମିଳିଲେ ଲୋକେ ସୋସିଆଲ ମିଡିଆରେ ସମୟ ବିତେଇବାକୁ ପସନ୍ଦ କରନ୍ତି । ଆଉ ଇଣ୍ଟରନେଟରେ ଏମିତି ଲକ୍ଷାଧିକ ଭିଡିଓ ଭରିପୁର ହୋଇ ରହିଛି । ଯାହାକୁ ଦେଖି କେତେବେଳେ ଆମେ ଏହାର ମଜା ନେଉ ତ ପୁଣି କେତେବେଳେ କିଛି ଭିଡିଓ ଆଖିରେ ଲୁହ ଭରି ଦିଏ ।
ଦୁନିଆରେ ତ ସଂପର୍କ ବିଭିନ୍ନ ପ୍ରକାରର ରହିଛି । ହେଲେ ମା ସହ ଛୁଆର ସଂପର୍କ ଟିକେ ନିଆରା ଆଉ ସୁଦୃଢ । ମା ଭଳି ଭଲପାଇବା କେହି ବି ଦେଇପାରିବେ ନାହିଁ । କି ଗୋଟିଏ ଛୁଆକୁ ଦୂରେଇ ପାରିବନି ମା । ଛୁଆ ପାଇଁ କିଛି ବି କରିପାରେ ମା । ସବୁ ଶକ୍ତି ସହ ଲଢିବାକୁ ପ୍ରସ୍ତୁତ ହୋଇଯାଏ । ନିଜେ ଖାଲିପେଟରେ ରୁହେ ପଛେ କିନ୍ତୁ ପିଲାକୁ କେବେ ବି ଭୋକରେ ରଖେନି । ଅନେକ ଫିଲ୍ମରେ ଆପଣ ମାତୃତ୍ୱ କୁ ନେଇ ବିଭିନ୍ନ କାହାଣୀ ଦେଖିଥିବେ । ଏବେ ସୋସିଆଲ ମିଡିଆରେ ଠିକ ଏମିତି ଏକ ଭିଡିଓ ଭାଇରାଲ ହେଉଚି । ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ନଜର ପକାନ୍ତୁ ଏହି ଭିଡିଓ ଉପରେ । ଏଠି ଗୋଟିଏ ମା ପେଟପୋଷିବା ପାଇଁ ଅଟୋ ଚଲାଉଛି । ହେଲେ ଧ୍ୟାନ ଦେବାର କଥା ତାହା ହେଲା କି, କୋଳରେ ଅଛି ଗୋଟିଏ କଅଁଳ ଶିଶୁ । ଯାହାକୁ ସେ ଗୋଟିଏ ହାତରେ କୋଳରେ ଧରିଛି ଏବଂ ଆଉ ଗୋଟିଏ ହାତରେ ଅଟୋ ଚଲାଉଛି । ତେବେ ଅଟୋ ଚଲାଉଥିବା ବେଳେ କେହି ଜମେ ଏହି ଦୃଶ୍ୟକୁ କ୍ୟାମେରା ଫ୍ରେମରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାପରେ ଏହା ଭାଇରାଲ ହେବାରେ ଲାଗିଛି । ଲୋକେ ଏହି ବିଡିଓ ଉପରେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । ମହିଳାଙ୍କ ସହାସକୁ ବି ତାରିଫ କରୁଛନ୍ତି । ୧୭ ସେକେଣ୍ଡର ଭିଡିଓ ଦେଖିଲେ ଯେ କେହି ବି ବାବୁକ ହୋଇ ରହିଯିବେ । ଗୋଟିଏ ହାତରେ ଅଟୋର ହ୍ୟାଣ୍ଡେଲ ଆଉ ଗୋଟିଏ ହାତରେ ଛୁଆ ।
ଯେତେବେଳେ ଗ୍ରାହକ ଗାଡିରେ ବସୁଛନ୍ତି ଛୁଆକୁ ଗୋଟିଏ ହାତରେ ଧରି ଗାଡି ଚଲାଉଛନ୍ତି ମହିଳା । ଏହି ଦୃଶ୍ୟକୁ ଦେଖିବା ପରେ କିଏ ମହିଳାଙ୍କୁ ସାଲ୍ୟୁଟ କରୁଛି ତ ଆଉ କିଏ ଦୁନିଆରେ ସବୁଠୁ ମା ବଡ ବୋଲି କହୁଛନ୍ତି । ଆଉ କିଏ ଆମ ଦେଶର ଏମିତି ଘଟଣା ବୋଲି କହି ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦା କରିଛନ୍ତି । ଟ୍ୱିଟରରେ ଏହାକୁ ୨ ଲକ୍ଷରୁ ଅଧିକ ଭ୍ୟୁଜ ମିଳିଥିବା ବେଳେ ୫ ହଜାରରୁ ଅଧିକ ଲୋକେ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି ।
ତେବେ ଦର୍ଶକବନ୍ଧୁ ଏହି ଦୃଶ୍ୟକୁ ଦେଖିବା ପରେ ଆପଣ କଣ କହିବେ, କେମିତି ରହିବ ଆପଣଙ୍କ ପ୍ରତିକ୍ରିୟା ଆମକୁ କମେଣ୍ଟ କରି ଜମାନ୍ତୁ ।

