23.3 C
Odisha
Friday, March 6, 2026

ଶସ୍ତା ହେଲା ଏଲପିଜି ସିଲିଣ୍ଡର

୧ ଏପ୍ରିଲ ୨୦୨୩ରୁ ନୂଆ ଆର୍ଥିକ ବର୍ଷର ଆରମ୍ଭ ହୋଇଛି । ଏହା ସହ କମିଛି ଏଲପିଜି ସିଲିଣ୍ଡର ଦାମ । ପ୍ରେଟ୍ରୋଲିୟମ କମ୍ପାନୀ ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି, ଏଟିଏଫ, କିରୋସିନି ଆଦି ଦାମର ସମୀକ୍ଷା କରନ୍ତି ଏବଂ ଏଥିରେ ପରିବର୍ତନ ହୋଇଥାଏ । ହେଲେ ଆଜି ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନ ଏଲପିଜି ସିଲିଣ୍ଡର ଦାମରେ ହ୍ରାସ ହୋଇଛି ଏବଂ ଏହି ହ୍ରାସ ହୋଇଛି କମର୍ସିଆଲ ସିଲିଣ୍ଡର ଦାମରେ । ୧୯ କିଲୋ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମରେ ଆଜି ହ୍ରାସ ହୋଇଛି ୯୨ ଟଙ୍କା । ଦିଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଭଳି ସହରରେ ଏହି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମରେ ହ୍ରାସ ସହ ଏହା ଆହୁରି ମଧ୍ୟ ଶସ୍ତା ହୋଇଚି । ଦିଲ୍ଲୀରେ ଏଲପିଜିର ପୁରୁଣା ଦାମ ୨୧୧୯.୫୦ ପଇସା ଥିବା ବେଳେ ଏବେ ତାହା ହୋଇଛି ୨୦୨୮ ଟଙ୍କା । କୋଲକାତାରେ ପୁରୁଣା ମୂଲ୍ୟ ୨ହଜାର ୨ ଶହ ୨୧.୫୦ ପଇସା ଥିବା ବେଳେ ଏବେ ୨୧୩୨ ଟଙ୍କା ହୋଇଛି । ସେହିପରି ମୁମ୍ବାଇରେ ୨୦୭୧.୫୦ ପଇସା ଥିବା ପୁରୁଣା ଦାମ ପରିବର୍ତନ ହୋଇ ୧୯୮୦ ଟଙ୍କା ଏବଂ ଚେନ୍ନାଇରେ ପୁରୁଣା ଦାମ ୨୨୬୮ ଟଙ୍କା ଥିବା ବେଳେ ପରିବର୍ତନ ହୋଇ ନୂଆ ଦାମ ଏବେ ହୋଇଛି ୨୧୯୨.୫୦ ପଇସା ।
ହେଲେ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ରେ କୌଣସି ପରିବର୍ତନ ହୋଇନାହିଁ । ପୂର୍ବରୁ ଦାମ ଯାହା ରହିଥିଲା ଏବେ ବି ସେୟା ହିଁ ରହିଛି । ଦିଲୀରେ ଘରୋଇ ଏଲପିଜି ସିଲିଣ୍ଡର ଦାମ ୧୧୦୩ ଟଙ୍କା ପ୍ରତି ସିଲିଣ୍ଡର ପିଛା ରହିଛି । ୧୪ କିଲୋ ବିଶିଷ୍ଟ ରୋଷେଇ ଗ୍ୟାସ ସିଲିଣ୍ଡର ପୂର୍ବ ମାସରେ ୫୦ ଟଙ୍କା ମହଙ୍ଗା ହୋଇଥିଲା ଏବଂ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ୩୫୦ ଟଙ୍କା ମହଙ୍ଗା ହୋଇଥିଲା ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ