25.4 C
Odisha
Saturday, May 18, 2024
spot_img

୪ ମାସ ପରେ ମହଙ୍ଗାଏଲପିଜି ସିଲିଣ୍ଡର୍‌

ପ୍ରତ୍ୟେକ ମାସର ପ୍ରଥମ ଦିନରେ ତୈଳ କମ୍ପାନୀଗୁଡିକ ଦ୍ୱାରା ଗ୍ୟାସ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରାଯାଇଥାଏ। ଏପରିକି ଜୁନ୍ ୧ରେ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୮୩ ଟଙ୍କା ହ୍ରାସ କରାଯାଇଥିଲା, ଯାହା ପରେ ସାଧାରଣ ଲୋକ ସାମାନ୍ୟ ଆଶ୍ୱସ୍ତିଲାଭ କରିଥିଲେ । ହେଲେ ଏଥର ତୈଳ କମ୍ପାନୀଗୁଡିକ ଜୁଲାଇ ୪ରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ଯାହାକୁ ନେଇ ଲାଗିଛି ଝଟକା । ଏଥର ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ହାରକୁ ସିଲିଣ୍ଡର ପିଛା ବୃଦ୍ଧି କରିଛନ୍ତି ୭ ଟଙ୍କା ।
ତୈଳ କମ୍ପାନୀଗୁଡିକ ଜୁଲାଇ ୪ରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ହାରକୁ ସିଲିଣ୍ଡର ପିଛା ୭ ଟଙ୍କା ବୃଦ୍ଧି କରିଛନ୍ତି। ରିପୋର୍ଟ ଅନୁଯାୟୀ, ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ୧,୭୭୩ ଟଙ୍କା ବଦଳରେ ୧,୭୮୦ ଟଙ୍କାରେ ଉପଲବ୍ଧ ହେବ। ଅର୍ଥାତ ଏଥିପାଇଁ ପୂର୍ବଅପେକ୍ଷା ଅଧିକ ୭ ଟଙ୍କା ଦେବାକୁ ପଡିବ । କହିରଖିବୁ, ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତନ କରାଯାଇନାହିଁ । ଦିଲୀରେ ଏହା ପୁରୁଣା ମୂଲ୍ୟ ୧୧୦୩ ଟଙ୍କାରେ ମିଳିବ ।
୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ୧,୭୭୩ ଟଙ୍କା ବଦଳରେ ୧,୭୮୦ ଟଙ୍କାରେ ଉପଲବ୍ଧ ହେବ। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଗତ ଚାରିମାସ ଧରି ତୈଳ କମ୍ପାନୀଗୁଡିକ ଦ୍ୱାରା ଲଗାତାର କାଟ କରାଯାଉଥିଲା। ଚଳିତ ମାସର ପ୍ରଥମ ଦିନରେ ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଚଳିତ ମାସର ପ୍ରଥମ ଦିନରେ ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ରହିଛି ।

ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ କୋଲକାତାରେ ୧,୧୨୯ ଟଙ୍କାରେ ମିଳୁଛି । ସେହିପରି ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ରହିଛି ୧,୧୨୯ ଟଙ୍କା ।
ଏହି କ୍ରମରେ ମୁମ୍ବାଇରେ ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡର ୧,୧୦୨ ଟଙ୍କା ଥିବା ବେଳେ ଚେନ୍ନାଇରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ରହିଛି ୧,୧୧୧.୫୦ ଟଙ୍କା । ତେବେ ଘରୋଇ ଏଲପିଜି ସିଲିଣ୍ଡର ଦାମ ହ୍ରାସ ପାଇଁ ସମସ୍ତେ ଚାହାଁନ୍ତି । ଯାହାଦ୍ୱାରା ଗୃହିଣୀ ଆଶ୍ୱସ୍ତିଲାଭ କରିପାରିବେ । ମାତ୍ର ସେମିତି ହେଉନାହିଁ । ଦର ବଢୁଛି ପଛେ କିନ୍ତୁ କମିବାର ନାଁ ନେଉନି । ଦେଖାଉ ଏହି ମୂଲ୍ୟ ସ୍ଥିର ରହୁଚି ନାଁ ଏଥିରେ ପୁଣି ଥରେ ବୃଦ୍ଧି ପରିଲକ୍ଷିତ ହେଉଚି । ତେବେ ଦର୍ଶକବନ୍ଧୁ ଗ୍ୟାସ ଦର ନେଇ ଆପଣଙ୍କ ମତାମତ କଣ ଆମ ସହ ସେୟାର କରନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ